ନାନ୍ଦୋଲ ୟୁପି ସ୍କୁଲରେ ଅବ୍ୟବସ୍ଥା, ଦୁଇ ଶ୍ରେଣୀ ଗୃହର ଛାତରୁ ଗଳୁଛି ପାଣି
by Argus News
Thu, Jul 25 | 7:08 p.m.

ଅର୍ଗସ ବ୍ୟୁରୋ:  ଅବହେଳିତ ବିଦ୍ୟାଳୟ , ନା ଅଛି ଭିତ୍ତିଭୂମି ନା ଅଛନ୍ତି ଶିକ୍ଷକ । ଅସୁରକ୍ଷିତ ଶ୍ରେଣୀଗୃହରେ ଅବହେଳିତ ଅବସ୍ଥାରେ ଶିକ୍ଷା ଗ୍ରହଣ କରୁଛନ୍ତି ୪୧ ଛାତ୍ରଛାତ୍ରୀ। ବଲାଙ୍ଗୀର ତୁରେକେଲା ବ୍ଲକ ମହଖଣ୍ଡ ପଞ୍ଚାୟତ ନାନ୍ଦୋଲ ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ଜରାଜୀର୍ଣ୍ଣ ଅବସ୍ଥା ରେ । ୧୯୭୨ ମସିହା ରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ମୋଟ ୪୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।  ସ୍କୁଲରେ ୨ ଟି ଶ୍ରେଣୀ ଗୃହ ଥିବା ବେଳେ ଅନ୍ୟ ଦୁଇଟି ଅଧପନ୍ତରିଆ ହୋଇ ରହିଛି। ଏହି ଦୁଇ ବ୍ୟବହାର ହେଉଥିବା ଶ୍ରେଣୀ ଗୃହରେ ବଡବଡ ଫାଟ ସୃଷ୍ଟି ହୋଇଛି। ଏହି ଫାଟରୁ ବର୍ଷା ଦିନରେ ପାଣି ଝରୁଛି। ଫଳରେ ଛାତ୍ରଛାତ୍ରୀ ଏକ ଅଧପନ୍ତରିଆ ଶ୍ରେଣୀ ବାରଣ୍ଡାରେ ବସି ପାଠ ପଢୁଛନ୍ତି।

ବିଦ୍ୟାଳୟର ରୋଷେଇ ଘର କଥା ନ କହିବା ଭଲ । ରୋଷେଇ ଘର ଛାତରୁ ପାଣି ଝରୁଥିବାରୁ ରୋଷେଇ କରିବା ପାଇଁ ବହୁ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି । ସ୍କୁଲରେ ପାଚେରୀ ନଥିବାରୁ ସ୍କୁଲ ପରିସର ପାଲଟିଛି। ୨୦୦୮ ମସିହାରେ ଏକ ଶ୍ରେଣୀ ଗୃହ ନିର୍ମାଣ ହୋଇଥିଲା ତାହା ମଧ୍ୟ ସମ୍ପୂର୍ଣ୍ଣ ହୋଇନି। ପୁଣି ୨୦୧୧ରେ ଅନ୍ୟ ଏକ ସ୍କୁଲ ଘର ପାଇଁ ନିର୍ମାଣ ହେଲା। ତାହା ମଧ୍ୟ ଅଧପନ୍ତରିଆ ହୋଇ ରହିଗଲା। ଏନେଇ ଶିକ୍ଷା ବିଭାଗକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଦ୍ୟାଳୟ ଭିତ୍ତିଭୂମି ସୁଦୃଢ ପାଇଁ ବିଭିନନ୍ ଯୋଜନା ହେଉଥିବା ବେଳେ ନାନ୍ଦୋଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ଆଜିବି ଅବହେଳିତ। ବିଭିନ୍ନ ଯୋଜନାରେ ବିଦ୍ୟାଳୟର ଉନ୍ନତୀ ପାଇଁ ଅର୍ଥ ମଞ୍ଜୁର କରୁଥିବା ବେଳେ ଏହି ଅର୍ଥର ସୁଦୁପଯୋଗ ହୋଇ ପାରୁନି

WINTER SESSION
ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ହେଉଛି ତୃତୀୟ ଦିନ
ଅର୍ଗସ ବ୍ୟୁରୋ: ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ହେଉଛି ତୃତୀୟ ଦିନ । ଆଜି ପ୍ରଶ୍ନକାଳରେ ବାଣିଜ୍ୟ ଓ ପରିବହନ, ସୂଚନା ଓ ଲୋକସମ୍ପର୍କ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା
NAVY
ଅଦ୍ଭୁତ ସାହସିକ ପ୍ରଦର୍ଶନ ମାଧ୍ୟମରେ ଲୋକଙ୍କୁ ରୋମାଞ୍ଚିତ କରିବେ ଭାରତୀୟ ନୌବୀର
ଅର୍ଗସ ବ୍ୟୁରୋ: ଡିସେମ୍ବର 4 ତାରିଖରେ ପୁରୀରେ ଦେଖିବାକୁ ମିଳିବ ଭାରତୀୟ ନୌସେନାର ସୁପର ସୋ । ଅଦ୍ଭୁତ ସାହସିକ ପ୍ରଦର୍ଶନ ମାଧ୍ୟମରେ ଲୋକଙ୍କୁ ରୋମାଞ୍ଚିତ କରିବେ ଭାରତୀୟ ନୌବୀ
POTATO
ପଡୋଶୀ ରାଜ୍ୟକୁ ଆଳୁ ରପ୍ତାନୀ ବନ୍ଦ କଲା ପଶ୍ଚିମବଙ୍ଗ
ଅର୍ଗସ ବ୍ୟୁରୋ: ପୁଣି ପଶ୍ଚିମବଂଗର ମନମାନୀ। ପଡୋଶୀ ରାଜ୍ୟକୁ ଆଳୁ ରପ୍ତାନୀ ବନ୍ଦ କଲା ପଶ୍ଚିମବଙ୍ଗ। ସୀମାନ୍ତ ପୋଲିସକୁ ସଜାଗ କରାଇଲେ ମମତା ସରକାର । ଅନୁମତି ନପାଇ ବେଲଦା ନିକଟର
DGP
ଆସନ୍ତାକାଲିଠୁ ଭୁବନେଶ୍ୱରରେ ତିନି ଦିନିଆ ଡିଜିପି ସମ୍ମିଳନୀ
ଅର୍ଗସ ବ୍ୟୁରୋ: ଆସନ୍ତକାଲିଠୁ ଭୁବନେଶ୍ବରରେ ତିନି ଦିନିଆ ଡିଜିପି ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ସବୁ ରାଜ୍ୟ
HEMANT SOREN
ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ହେମନ୍ତ ସୋରେନ୍
ଅର୍ଗସ ବ୍ୟୁରୋ: ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ହେମନ୍ତ ସୋରେନ୍ । ରାଞ୍ଚିରେ ଶପଥ ଗ୍ରହଣ ସମାରୋହ ହେବ । ଝାଡଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗଓ୍ବା