ଚନ୍ଦ୍ରରେ ରହସ୍ୟମୟ ଯାନ ଠାବ କଲା ନାସା !
by Argus News
Mon, Apr 15 | 3:18 p.m.

ଅର୍ଗସ ବ୍ୟୁରୋ : ଚନ୍ଦ୍ର ଚାରିପଟେ ନଜର ଆସିଲା ଅଜବ ଯାନ । ଯାହାକୁ ଦେଖି ନାସାର ବୈଜ୍ଞାନିକ ମାନେ ମଧ୍ୟ ଚିହ୍ନି ପାରିନଥିଲେ । କାରଣ ପୂର୍ବରୁ ବୈଜ୍ଞାନିକମାନେ ଏପରି ଅଜବ ଯାନ ଦେଖିନଥିଲେ ।
ନାସାର ଏଲ.ଆର.ଓ (LRO) ଅର୍ବିଟ ସବୁ ସମୟରେ ଲଗାତାର ଭାବେ ଚନ୍ଦ୍ରର ଫଟୋ ଉତ୍ତୋଳନ କରୁଥାଏ । ଲଗାତାର ଭାବେ ଏହି ଅର୍ବିଟର ଚନ୍ଦ୍ର ଚାରିପଟେ ଘୁରୁଥାଏ । ଏହି ସମୟରେ ଏକ ରହସ୍ୟମୟ ଯାନର ଠାବ କରିଥିଲା ଏହି ଅର୍ବିଟର । ଯାହାର ଏକ ଫଟୋରୁ ଏହା ସର୍ଫବୋର୍ଡ ଭଳି ଦେଖାଯାଉଥିଲା । ସର୍ଫବୋର୍ଡକୁ ସାଧାରଣତଃ ସମୁଦ୍ର ଲହରୀରେ ଛିଡା ହୋଇ ବୁଲିବା ପାଇଁ ବ୍ୟବହାର କରାଯାଇଥାଏ ।

ଅଧିକ ପଢନ୍ତୁ : ଚନ୍ଦ୍ର ଓ ସୂର୍ଯ୍ୟ ପରେ ଏବେ ବ୍ଲାକ୍ ହୋଲ୍ ରହସ୍ୟ ଖୋଜିବ ISRO

ତେବେ ପ୍ରଥମେ ଏହକୁ ଏକ ଏଲିୟନ ସିପ ବୋଲି ଅନୁମାନ କରିଥଇଲେ ବୈଜ୍ଞାନିକ ମାନେ । ପରେ ଏଲ.ଆର.ଓ ଦ୍ବାରା ଆହୁରି ଅନେକ ଫଟୋକୁ ନେଇ ଯାଞ୍ଚ କରାଯାଇଥିଲା । ଯେଉଁଥିରୁ ଜଣା ପଡିଥିଲା , ଦକ୍ଷିଣ କୋରିଆର "ଲୁନାର ଅର୍ବିଟର ଦାନୁରୀ" ନାମକ ଏକ ଅର୍ବିଟର ଚନ୍ଦ୍ର ଚାରିପଟେ ବୁଲୁଥିଲା । ଯେହେତୁ ଏଲ.ଆର.ଓ ଏବଂ ଏଲ.ଓ.ଡି ଦୁଇଟି ଅଲଗା ଅଲଗା ଅର୍ବିଟରେ ଏକା ସମୟରେ ବୁଲୁଥିଲେ, ସେଥିପାଇଁ ଏପରି ଦେଖାଯାଉଥିଲା ଅର୍ବିଟର । 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ