ଆସନ୍ତୁ ଜାଣିବା, ଭାରତରେ ଜାତୀୟ ରାଜପଥକୁ କେମିତି ନମ୍ବର ଦିଆଯାଏ ?
by Argus News
Sat, Mar 02 | 8:19 a.m.

ଅର୍ଗସ ବ୍ୟୁରୋ : ବିଶ୍ୱର ଦ୍ୱିତୀୟ ବୃହତ୍ତମ ସଡ଼କ ନେଟୱାର୍କ ହୋଉଛି ଭାରତ । ଡିସେମ୍ବର ୩୧, ୨୦୨୩ ପର୍ଯ୍ୟନ୍ତ ଭାରତରେ ୬,୩୩୧,୭୯୧ କିଲୋମିଟର ରାସ୍ତାର ନେଟୱାର୍କ ଥିଲା । ଏହା ମଧ୍ୟରୁ ୧,୪୫,୨୪୦ କିଲୋମିଟର ଜାତୀୟ ରାଜପଥ । ଦେଶର ଜାତୀୟ ରାଜପଥଗୁଡିକ ଭାରତର ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ପରିଚାଳିତ ହୋଇଥାଏ ଏବଂ ଏହାର ରକ୍ଷଣାବେକ୍ଷଣ ମଧ୍ୟ ଏନଏଚଆଇ କରିଥାଏ । ଏହି ରାଜପଥଗୁଡିକୁ ସ୍ୱତନ୍ତ୍ର ସଂଖ୍ୟା ଦ୍ୱାରା  ପରିଚୟ ଦିଆଯାଏ । ଜାତୀୟ ରାଜପଥ ବ୍ୟତୀତ ଦେଶର ସଡ଼କ ନେଟୱାର୍କରେ  ରାଜ୍ୟ ରାଜପଥ ସାମିଲ ଅଛନ୍ତି । ଏକ ବିଶାଳ ସଡ଼କ ନେଟୱାର୍କ ସହିତ ଭାରତରେ ୨୦୦ ରୁ ଅଧିକ ଜାତୀୟ ରାଜପଥ ଅଛି । ଭାରତରେ ସଡକ ବ୍ୟବସ୍ଥା ମୁଖ୍ୟତ  ତିନି ଭାଗରେ ବିଭକ୍ତ । ଏଥିମଧ୍ୟରେ ଜାତୀୟ ରାଜପଥ, ଏକ୍ସପ୍ରେସୱେ ଏବଂ ରାଜ୍ୟ ରାଜପଥ ଅନ୍ତର୍ଭୁକ୍ତ । ଜାତୀୟ ରାଜପଥ କେନ୍ଦ୍ର ସରକାରଙ୍କ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ । ଜାତୀୟ ରାଜପଥଗୁଡିକ ମୁଖ୍ୟତଃ ଦୀର୍ଘ ଦୂରତା ବିଶିଷ୍ଟ ଦୁଇ- ଥାକିଆ ରାସ୍ତା ହୋଇଥାନ୍ତି । 

ଜାତୀୟ ରାଜପଥ ରକ୍ଷଣାବେକ୍ଷଣ ଦାୟିତ୍ୱ ରାଜ୍ୟ ସରକାରଙ୍କର ହୋଇଥାଏ । କୌଣସି ରାଜ୍ୟ ରାଜପଥ କିମ୍ବା ଏକ୍ସପ୍ରେସୱେକୁ ଜାତୀୟ ରାଜପଥର ମାନ୍ୟତା ଦେବା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ରରୁ ଅନୁମତି ନେବାକୁ ପଡେ । ଜାତୀୟ ରାଜପଥ ଅଧିନିୟମ, ୧୯୫୬ର ଧାରା ୨ ଅନୁଯାୟୀ, କେନ୍ଦ୍ର ସରକାର ଏକ ରାସ୍ତାକୁ ଏନଏଚ୍ ଭାବରେ ଘୋଷଣା କରିପାରିବେ । ଏବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଯେ, ଜାତୀୟ ରାଜପଥ -୧ ଏବଂ ଜାତୀୟ ରାଜପଥ -୨ କିପରି  ପରସ୍ପରଠାରୁ ଏତେ ଦୂରରେ ରହି ମଧ୍ୟ ସେମାନଙ୍କ ସଂଖ୍ୟା ପାଖାପାଖି ? କେଉଁ ଆଧାରରେ ଏହି ନାମ ଏବଂ ସଂଖ୍ୟା ଦିଆଯାଏ? ଜାତୀୟ ରାଜପଥକୁ ନମ୍ବର ଦେବା ପ୍ରକ୍ରିୟା ସାଧାରଣ ଲୋକଙ୍କ ଭାବିବା ପରି ସରଳ ନୁହେଁ । ରାଜପଥ ସଂଖ୍ୟାକରଣର ପଦ୍ଧତି ଅତ୍ୟନ୍ତ ସ୍ୱତନ୍ତ୍ର । ଦୀଗ ଅନୁଯାୟୀ ଏଗୁଡ଼ିକୁ ସଂଖ୍ୟା ଦିଆଯାଏ । ଏଥି ସହିତ,ଅଧିକ ଉଚ୍ଚ ଅଞ୍ଚଳରେ ଏନଏଚ୍ କୁ କମ ସଂଖ୍ୟାର ନମ୍ବର ଦିଆଯାଏ ଏବଂ ନିମ୍ନ  ଅଞ୍ଚଳ ଦେଇ ଯାଇଥିବା ରାସ୍ତାକୁ  ଅଧିକ ବା ବଡ଼ ନମ୍ବର ଦିଆଯାଏ ।

ଉଦାହରଣ ସ୍ୱରୂପ, ଏନଏଚ୍-2 ଉତ୍ତର ପୂର୍ବ ଭାରତ ଦେଇ ଯାଇଥିବାବେଳେ ଏନଏଚ୍-୬୮ ରାଜସ୍ଥାନରେ ଅଛି । ଏହି ରାଜପଥଗୁଡିକ ଏକ ରାଜ୍ୟର ସହର, ଜିଲ୍ଲା ମୁଖ୍ୟାଳୟ, ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଏବଂ ସ୍ଥାନଗୁଡ଼ିକୁ ସଂଯୋଗ କରିଥାଏ । ପୂର୍ବରୁ ପଶ୍ଚିମ କିମ୍ବା ପଶ୍ଚିମରୁ ପୂର୍ବ ପର୍ଯ୍ୟନ୍ତ ଚାଲୁଥିବା ଜାତୀୟ ରାଜପଥକୁ ବିଷମ ସଂଖ୍ୟା ବା ଅଡ୍ ନମ୍ବର ଦିଆଯାଏ । ଉଦାହରଣ ସ୍ୱରୂପ, ଜାତୀୟ ରାଜପଥ -୭ ଉତ୍ତରପ୍ରଦେଶ ଏବଂ ପଞ୍ଜାବ ମଧ୍ୟରେ ରହିଛି । ଆହୁରି ମଧ୍ୟ, ଜାତୀୟ ରାଜପଥକୁ ଉତ୍ତରରୁ ଦକ୍ଷିଣକୁ ବୃଦ୍ଧି କ୍ରମରେ ସଂଖ୍ୟା ଦିଆଯାଏ । ଉଦାହରଣ ସ୍ୱରୂପ, ଏନଏଚ୍-୧ ଜାମ୍ମୁ କାଶ୍ମୀରରେ ଅଛି ଅନ୍ୟପକ୍ଷରେ  ଏନଏଚ୍-୧୧ ରାଜସ୍ଥାନ ଦେଇ ଯାଇଛି ।

ଅଧିକ ପଢନ୍ତୁ ଭାରତ ଖବର

ଦେଶର ଅନେକ ଜାତୀୟ ରାଜପଥ ସହିତ ତିନୋଟି ସଂଖ୍ୟା  ଯୋଡ଼ି ହୋଇରହିଥାଏ । ଏହିପରି ଜାତୀୟ ରାଜପଥଗୁଡିକ କୌଣସି ଏକ ମୁଖ୍ୟ ରାଜପଥର ସହାୟକ ପଥ ହୋଇଥାନ୍ତି । ଉଦାହରଣ ସ୍ୱରୂପ, ଜାତୀୟ ରାଜପଥ -୪୪ ର ସହାୟକ ରାଜପଥଗୁଡ଼ିକ ହେଉଛନ୍ତି  ୧୪୪, ୨୪୪ କିମ୍ବା ୩୪୪ ନମ୍ବର ବିଶିଷ୍ଟ ରାଜପଥ । ଏହା ସହିତ ସହାୟକ ରାଜପଥର ଶାଖା ମଧ୍ୟ ରହିଥାନ୍ତି । ଯଦି ତିନି ଅଙ୍କ ମଧ୍ୟରେ ପ୍ରଥମ ଅଙ୍କଟି ବିଷମ ବା ଅଡ୍ ନମ୍ବର, ତେବେ ଏହାର ଅର୍ଥ ହୋଇଛି ରାସ୍ତା ପୂର୍ବଦୀଗରୁ ପଶ୍ଚିମ ଦିଗକୁ ଯାଉଛି । ଅନ୍ୟପକ୍ଷରେ ଯଦି ପ୍ରଥମ ଅଙ୍କ ଇଭେନ୍ ହୋଇଥାଏ ତେବେ ରାସ୍ତା ଉତ୍ତରରୁ ଦକ୍ଷୀଣ ଦୀଗକୁ ଯାଇଥାଏ ।

ରାଜ୍ୟରେ ଲାଗୁ ହେବ
3m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର