ହରିଆନାରେ ଜାତୀୟ ସ୍ତରୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା, ଓଡିଶା ଚାମ୍ପିୟନ
by Argus News
Wed, Sep 18 | 11:46 a.m.

ଅର୍ଗସ ବ୍ୟୁରୋ : ଜାତୀୟ ସ୍ତରରେ ଶକ୍ତି ଉତ୍ତୋଳନ ଏବଂ ବେଞ୍ଚପ୍ରେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ ହରିଆନା ରାଜ୍ୟର ସୋନିପତ ଠାରେ ଚାଲିଥିଲା ଏହି ପ୍ରତିଯୋଗିତା । ଜାତୀୟ ସିନିଅର ଶକ୍ତି ଉତ୍ତୋଳନ ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ଅନେକ ରାଜ୍ୟର କ୍ରୀଡ଼ାବିତ ମାନେ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିବା ବେଳେ ଓଡିଶାରୁ ୩୦ ଜଣ ପୁରୁଷ ଓ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

ଅଧିକ ପଢନ୍ତୁ ଖେଳ ଖବର

ଓଡିଶାରୁ ରୋଶନ ପ୍ରଧାନ, ନିଖିଲ ରଞ୍ଜନ ବେହେରା, ରାହୁଲ ପାତ୍ର, ଦିବ୍ୟରଞ୍ଜନ ସ୍ଵର୍ଣ୍ଣପଦକ ଜିତିଥିବା ବେଳେ ଲବ ମହାନନ୍ଦୀ, ସୁନୀଲ ନାୟକ, ସୁଦୀପ ମହାରଣା, ଶରତ ମିଶ୍ର, ସୋମନାଥ ପଟନାୟକ ରୌପ୍ୟପଦକ, ଏବଂ ଦୁଷ୍ମନ୍ତ ସାହୁ, ସଂଜୟ ନାୟକ,ସୁମନ୍ତ କୁମାର ସାହୁ କାଂସ୍ୟ ପଦକ ହାସଲ କରିଛନ୍ତି । ସେହିଭଳି ମହିଳା ବର୍ଗରେ ଦେବସ୍ମିତା ରଥ, ସୁନିତା ନାୟକ ସ୍ଵର୍ଣ୍ଣପଦକ ସହ ବନାନୀ ବିଶ୍ୱାସ, ଡଲି ପୁଜାରି ରୌପ୍ୟ ପଦକ ଏବଂ କଲ୍ୟାଣୀ ସିଂହ,ସାଗରିକା ରାୟ କାଂସ୍ୟ ପଦକ ହାସଲ କରିଛନ୍ତି । ଓଡିଶାର ଉର୍ମିଳା ବେହେରା ମାଷ୍ଟର ବର୍ଗରେ ସ୍ଵର୍ଣ୍ଣ  ଜିତି ଷ୍ଟ୍ରଙ୍ଗ ଓମେନ ବିବେଚିତ ହୋଇଛନ୍ତି । ତେବେ ଏହି ପ୍ରତିଯୋଗିତାରେ ଓଡିଶା ୨୭ ପଦକ ସହ ଚାମ୍ପିୟନ ହୋଇଛି । 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ