ଦଳକୁ ଏକାଠି ରଖିବାକୁ ନବୀନଙ୍କୁ କରିବାକୁ ପଡୁଛି କସରତ
by Argus News
Sun, Jun 23 | 8:16 p.m.

ଭୁବନେଶ୍ୱର:  ନବୀନଙ୍କୁ ଘାରିଛି ବିଜେଡିକୁ ଏକାଠି ରଖିବା ଚିନ୍ତା । ବିଧାୟକଙ୍କୁ ଏକଜୁଟ୍ ରଖିବାକୁ ନବୀନଙ୍କୁ କରିବାକୁ ପଡୁଛି କସରତ । ଇଣ୍ଡି ମେଣ୍ଟ ମୁହାଁ ହେବେ କି ନବୀନ ? । ମୋଦି କହିଥିଲେ, `ବିଜେପି ସରକାର ଆସିଲେ ଭାଙ୍ଗି ଦିଆଯିବ ମାଫିଆଙ୍କ ଅଣ୍ଟା’ । ମାଫିଆଙ୍କ ଉପରେ ବିଜେପି ସରକାରର ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ନେଇ ଭୟଭୀତ କି ବିଜେଡି ମୁଖିଆ ? ।
 ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏ ବୟାନକୁ ନେଇ ଏବେ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା। କୁହାଯାଉଛି ଏବେ ନବୀନଙ୍କୁ ଘାରିଛି ନିଜ ଦଳ ଭାଙ୍ଗିଯିବାର ଭୟ । ବିଜେଡି ଫାଳ ଫାଳ ହୋଇ ଯିବ କି ସେହି ଚିନ୍ତାରେ ପଡ଼ିଛନ୍ତି ନବୀନ। ଏଥିପାଇଁ ତ ଦଳକୁ ଏକାଠି ରଖିବାକୁ ଆହ୍ବାନ ଦେଉଛନ୍ତି ବିଜେଡି ସୁପ୍ରିମୋ। ସମୟ ଥିଲା ଯେତେବେଳେ ନବୀନଙ୍କ ଚାରିପାଖେ ଘୁରୁଥିଲା ବିଜେଡି। ଏବେ ନିଜର 27 ବର୍ଷର ଦଳକୁ ଏକାଠି ରଖିବାକୁ ନବୀନଙ୍କୁ କରିବାକୁ ପଡୁଛି କସରତ । ଆଉ ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଇବାକୁ ନବୀନ କହୁଛନ୍ତି କିଛି ଏମିତି କଥା। 

ନବୀନଙ୍କ ଏମିତି ବୟାନକୁ ନେଇ ଏବେ ବଢ଼ିଛି ଚର୍ଚ୍ଚା । ଇଣ୍ଡି ମେଣ୍ଟ ମୁହାଁ ହେବେ କି ନବୀନ ? ଦିଲ୍ଲୀରେ ସୁରକ୍ଷା ଚାହୁଁଛନ୍ତି କି 24 ବର୍ଷର ମୁଖ୍ୟମନ୍ତ୍ରୀ ? ଓଡ଼ିଶାରେ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନଙ୍କ ଅଫିସ୍ ଓ ତାଙ୍କ ଆବାସ ନବୀନ ନିବାସ ମାଫିଆଙ୍କ କବଜାରେ ଥିଲା। ବିଜେପି ସରକାର ଆସିଲେ ମାଫିଆଙ୍କର ଅଣ୍ଟା ଭାଙ୍ଗି ଦିଆଯିବ ।   ମୋଦି ଗ୍ୟାରେଣ୍ଟି ଉପରେ ଭରସା କଲେ ଓଡ଼ିଶା ବାସୀ। ଆଉ ଓଡ଼ିଶାରେ ବିଜେପି ସରକାର ଗଠନ ପରେ ଏବେ ନବୀନଙ୍କୁ ଭୟ ଘାରିଛି କି ? ମାଫିଆଙ୍କ ଉପରେ ବିଜେପି ସରକାର କି କାର୍ଯ୍ୟାନୁଷ୍ଠାନ ନେବ ତାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି କି ନବୀନ ?
ଅଧିକ ପଢନ୍ତୁ ଓଡିଶା ଖବର  

ମରିନ ଡ୍ରାଇଭ ହେଲା
34m ago
ମରିନ ଡ୍ରାଇଭ ହେଲା ଜନ ସମୁଦ୍ର : ରୋହିତ କହିଲେ ଆମେ ଆସିଗଲୁ
ଅର୍ଗସ ବ୍ୟୁରୋ: ପ୍ରତୀକ୍ଷାର ଅନ୍ତ ଘଟିଲା । ବିଶ୍ବକପ ଧରି ଭାରତକୁ ଫେରିଲା ଟିମ ଇଣ୍ଡିଆ। ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିଥିଲା ଦିଲ୍ଲୀ ଆଇଜି ବିମାନବନ୍ଦର । ଭାରତରେ ପହଂଚିବା ପରେ ରୋହି
ବର୍ଷକରେ
ବର୍ଷକରେ Threadsରେ ୧୭୫ ମିଲିୟନ ୟୁଜର୍ସ: ଜୁକରବର୍ଗ ଏବେ ଖୁସି ନିଶ୍ଚିତ
ଅର୍ଗସ ବ୍ୟୁରୋ: ମେଟା ଗତ ବର୍ଷ ୫ ଜୁଲାଇରେ ନିଜର ଇନଷ୍ଟାଗ୍ରାମରେ ଲାଟେଷ୍ଟ ମେସେଜ ଏକ୍ସଟେନସନରେ ଫ୍ଲାଟଫର୍ମ ଥ୍ରେଡସ (Threads)କୁ ଲଞ୍ଚ କରିଥିଲା । ଆସନ୍ତାକାଲି ଏହାକୁ ବର୍ଷେ ପୁରିବ
ଆଉ ଦୁଇ ଦିନ ପରେ
ଆଉ ଦୁଇ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା
ଅର୍ଗସ ବ୍ୟୁରୋ: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ଦୁଇ ଦିନବାକି । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ଆଜି ଅଣସରର ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତ