ବିଜେଡି ସୁପ୍ରିମୋଙ୍କ ପାଇଁ ମଇଦାନରେ ପ୍ରଚାର କରିବେ 4 ଦାଗୀ ନେତା
by Argus News
Sun, Apr 21 | 7:43 p.m.

ଭୁବନେଶ୍ୱର: ଷଷ୍ଠ ପାଳି ପାଇଁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ନବୀନ ପଟ୍ଟନାୟକ । ଆଉ ତଥା କଥିତ ନିର୍ମଳ ଭାବମୂର୍ତ୍ତିର ବ୍ୟକ୍ତିତ୍ବ ପାଇଁ ପ୍ରଚାର କରିବେ 4 ଦାଗୀ ନେତା । ଏଠି ପ୍ରଶ୍ନ ଉଠୁଛି, ନବୀନଙ୍କ ଚାଲ୍ ଚରିତ୍ରରେ ଆସିଛି କି କଂଗ୍ରେସର କୁଶାସନ ଆଭିମୁଖ୍ୟ । ନ ହେଲେ ପ୍ରତାପ, ଅରୁଣ, ରାଜା ଓ ସୁଶାନ୍ତଙ୍କ ପରି କଳଙ୍କିତ ଚେହେରା କେମିତି ହୋଇଥାନ୍ତେ ଷ୍ଟାର୍ ପ୍ରଚାରକ । ଦାଗୀ ନେତାଙ୍କ ପ୍ରଚାର ଲୋକଙ୍କୁ ପ୍ରଭାବିତ କରିବ ନା କରିବ ପ୍ରତାରିତ, ଏବେ ବଡ଼ ପ୍ରଶ୍ନ ।

 ନବୀନ ପଟ୍ଟନାୟକ । 5 ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଷଷ୍ଠଥର ଗାଦି ହାସଲ କରିବାକୁ ପୁଣି ରେସରେ ନବୀନ। କିନ୍ତୁ ତଥାକଥିତ ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ବ୍ୟକ୍ତିତ୍ବ ନବୀନଙ୍କ ପାଇଁ ଷ୍ଟାର୍ ପ୍ରଚାରକ ତାଲିକାରେ ଅଛନ୍ତି ଅନେକ ଦାଗୀ । ଷଷ୍ଠ ପାଳିରେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସାରା ଓଡ଼ିଶାରେ ଷ୍ଟାର ପ୍ରଚାରକ ହୋଇଛନ୍ତି ମାହାଙ୍ଗା ଡବଲ୍ ମର୍ଡରର ଅଭିଯୁକ୍ତ ପ୍ରତାପ ଜେନା, କୃଷି ଦୁର୍ନୀତି ଓ ରୁଚିକା ଆତ୍ମହତ୍ୟା ମାମଲାରେ ବିବାଦୀୟ ରାଜା ସ୍ବାଇଁ, ପରୀ ହତ୍ୟା ମାମଲାରେ ଅରୁଣ ସାହୁ ଏବଂ ଥାନା ଭିତରେ ପଶି ପୋଲିସକୁ ଆକ୍ରମଣ ଘଟଣାରେ ଛନ୍ଦି ହୋଇଥିବା ନେତା ସୁଶାନ୍ତ ସିଂ । ନିର୍ବାଚନ ସମୟରେ ଗ୍ରାଉଣ୍ଡରେ ଏମାନଙ୍କୁ ବିଜେଡିର ଚେହେରା କରିବାକୁ ବାଛିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ଏବେ ନବୀନଙ୍କ ଚାଲ୍ ଚରିତ୍ରରେ ଆସିଛି କି କଂଗ୍ରେସ ପରି ଆଭିମୁଖ୍ୟ ?

 2000 ମସିହାରେ ନବୀନଙ୍କୁ ଲୋକେ ବିଶ୍ବାସ କରିବାର କାରଣ ଥିଲା କଂଗ୍ରେସର କୁଶାସନ । ଓଡ଼ିଶାରେ ଚରମ ସୀମାରେ ପହଞ୍ଚିଥିଲା ମହିଳାଙ୍କ ଉପରେ ଅତ୍ୟାଚାର । କଂଗ୍ରେସ ବିରୋଧୀ ଭୋଟ୍ ଏକାଠି କରିବାରେ ନବୀନଙ୍କ ଅସ୍ତ୍ର ବନିଥିଲେ ଅଞ୍ଜନା ମିଶ୍ର । 2000 ମସିହାରେ ଥାନା, ପୋଲିସ, ପଞ୍ଚାୟତରୁ ନେଇ ବ୍ଲକ୍ ସବୁ ମାଡ଼ି ବସିଥିଲେ ଅପରାଧ ଓ ଦୁର୍ନୀତିରେ ବୁଡ଼ିଥିବା କଂଗ୍ରେସ ନେତା । ଏବେ ନବୀନଙ୍କ ଚାଲ୍ ଚରିତ୍ରରେ ଆସିଛି କି କଂଗ୍ରେସ ଭଳି ଆଭିମୁଖ୍ୟ ? ସାମାଜିକ ଜୀବନରୁ ଅପରାଧ ଓ ଦୁର୍ନୀତି ଲୋପ କରିବା ପାଇଁ ନବୀନଙ୍କ ପ୍ରତିବଦ୍ଧତା ଏବେ କେବଳ ଭାଷଣରେ ସୀମିତ କି ? ନଚେତ ମାହାଙ୍ଗା ମର୍ଡର ଘଟଣାର ମୁଦାଲା ନଂ 13 ପ୍ରତାପ ଜେନା କେମିତି ହୋଇଥାନ୍ତେ ଷ୍ଟାର ପ୍ରଚାରକ ? ସମବାୟ କୃଷି ଦୁର୍ନୀତି, ରୁଚିକା ଆତ୍ମହତ୍ୟାକୁ ପ୍ରୋତ୍ସାହନ ଦେଉଥିବା ରାଜା ସ୍ବାଇଁ କେମିତି ହୋଇଥାନ୍ତେ ମହିଳା ସଶକ୍ତିକରଣର ଅଗ୍ରଦୂତ ? ପରୀ ମାମଲାରେ ଏବେ ବି ଅରୁଣ ସାହୁଙ୍କୁ ଦୋଷୀ କହୁଛି ପରୀ ପରିବାର । କିନ୍ତୁ ଜନମତକୁ ଉପେକ୍ଷା କରି ଅରୁଣ ଏବେ ନବୀନଙ୍କ ଷ୍ଟାର ପ୍ରଚାରକ । ସେହିପରି ଭଟଲୀର ସୁଶାନ୍ତ ସିଂ ବାହୁବଳୀ ନେତା । ଯିଏ ଅମ୍ବାଭୋନା ଥାନା ଭିତରେ ପଶି ପୋଲିସକୁ ମରଣାନ୍ତକ ଆକ୍ରମଣର ଅଭିଯୁକ୍ତ । ସିଏ ପୁଣି ବିଜେଡିର କ୍ୟାମ୍ପେନ୍ ଫେସ୍।   ସଂଗୀନ ଅପରାଧିକ ମାମଲାରେ ଛନ୍ଦି ହୋଇଥିବା ବିବାଦୀୟ ନେତା ଏବେ ନବୀନଙ୍କ ପାଇଁ ଷ୍ଟାର ପ୍ରଚାରକ । କିନ୍ତୁ ପ୍ରଶ୍ନ ହେଲା ଏମାନଙ୍କ ପ୍ରଚାର ଲୋକଙ୍କୁ ପ୍ରଭାବିତ କରିବ ନା ପ୍ରତାରିତ ? ନବୀନଙ୍କୁ ଷଷ୍ଠ ପାଳି ମିଳିବ ନା ସତ୍ତା ପରିବର୍ତ୍ତନ ହେବ ? ସେଥିପାଇଁ ଜନତା ଜନାର୍ଦ୍ଦନଙ୍କ ନିର୍ଣ୍ଣୟକୁ ଅପେକ୍ଷା । 

ଅଧିକ ପଢନ୍ତୁ ଓଡିଶା ଖବର 
 
 

ଆଜିଠାରୁ ଏକମାସ
28m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
50m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
51m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି