ନବୀନଙ୍କୁ ବିଜୁଙ୍କ ଗାଡି ଦେଖାଇଲେ ପାଣ୍ଡିଆନ୍‌ : ଭାଇରାଲ ହେଲା ଭିଡିଓ
by Argus News
Thu, Dec 07 | 7:36 p.m.

ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଳିଙ୍ଗ ରଥ ଗାଡି ଦେଖାଇଲେ । ଆଉ ଗାଡି ଦେଖି ବେଶ୍‌ ଖୁସି ହେଉଛନ୍ତି ମୁଖ୍ୟମନ୍ତ୍ରୀ । କାରଣ କଳିଙ୍ଗରଥ ଏମିତି ଏକ ଗାଡି ଯେଉଁଥିରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ବସି ନିର୍ବାଚନ ପ୍ରଚାର କରୁଥିଲେ । ତାଙ୍କ ଦେହାନ୍ତ ପରେ ଏବେ କଳିଙ୍ଗରଥ ଗାଡିକୁ ନେଇ କିନ୍ତୁ ଚର୍ଚ୍ଚା ବଢିଛି ।

ଗାଡି ନମ୍ବର OR-U-5867 । ଏ ଗାଡି ହିଁ ବିଜୁଙ୍କର ପ୍ରିୟ ଥିଲା । ନିର୍ବାଚନ ପ୍ରଚାର ବେଳେ ଏହି ଗାଡିରେ ବସି ବୁଲିଥିଲେ ବିଜୁ ବାବୁ । ୧୯୫୮ ରହୁ ୧୯୯୦ ପର୍ଯ୍ୟନ୍ତ ଏହି ଗାଡିରେ କେତେ ସ୍ମୃତି ଭରି ହୋଇ ରହିଛି । ହେଲେ ବିଜୁ ଯିବା ପରେ କାହିଁକି ହଠାତ୍‌ କଳିଙ୍ଗ ରଥକୁ ନେଇ ଚର୍ଚ୍ଚା ବଢିଲା ? ଏତେ ଦିନ ଯାଏ ଗାଡି ଥିଲା କେଉଁଠି ? ଗାଡି ସମ୍ପର୍କରେ ନବୀନ ଅବଗତ ଥିଲେ ତ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କିମାରୁଛି ।

ସେପଟେ ନିର୍ବାଚନ ପାଖେଇ ଆସୁଥିବାରୁ କେମିତି ବିଜେଡିର ଭୋଟ୍‌ ବ୍ୟାଙ୍କ ବଢିବ ସେନେଇ ଚିନ୍ତାରେ ନୀବନ ଓ ପାଣ୍ଡିଆନ୍‌ । ସ୍ଵେଚ୍ଛାକୃତ ଅବସର ପରେ ବିଜେଡିରେ ସାମିଲ ହୋଇସାରିଛନ୍ତି ପାଣ୍ଡିଆନ୍‌ । ତେଣୁ ଆଗାମୀ ନିର୍ବାଚନକୁ ନିଜସ୍ଵ ଢଙ୍ଗରେ ପରିଚାଳନା କରିବେ ବୋଲି ଏବେ ସବୁଠି ଚର୍ଚ୍ଚା ଥିବା ବେଳେ ଭୋଟରଙ୍କ ଦୃଷ୍ଟି ଆକର୍ଷଣ ଲାଗି ବିଜୁଙ୍କ ଗାଡିକୁ ନବୀନଙ୍କୁ ପାଣ୍ଡିଆନ ଦେଖାଉଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି । ତେବେ ଏନେଇ ମୁଖ୍ୟମନ୍ତ୍ରୀ, ପାଣ୍ଡିଆନ କିମ୍ବା ବିଜେଡି ନେତାଙ୍କର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।
 

ଉଚ୍ଚ ଜୁଆର
19m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
22m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ