ଭାରତୀୟ ନୌସେନାକୁ ବଡ଼ ସଫଳତା, ଜବତ ହେଲା ୩,୩୦୦ କିଲୋଗ୍ରାମ ଡ୍ରଗ୍ସ
by Argus News
Wed, Feb 28 | 2:55 p.m.

ଅର୍ଗସ ବ୍ୟୁରୋ : ପୁଣି ଭାରତୀୟ ନୌସେନାକୁ ବଡ଼ ସଫଳତା । ମଙ୍ଗଳବାର ଦିନ ଗୁଜୁରାଟର ପୋରବନ୍ଦର ନିକଟ ଜାହାଜରୁ ଜବତ ହେଲା ଡ୍ରଗ୍ସ । ଏଭଳି ଘଟଣା ଦେଖିବାକି ମିଳିଛି ଗୁଜୁରାଟର ପୋରବନ୍ଦରରେ । ଏହି ଅପରେସନରେ ଭାରତୀୟ ନୌସେନା ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମଧ୍ୟ ସାମିଲ ହୋଇଥିଲେ । ଜାହାଜରୁ ପ୍ରାୟ ୩,୩୦୦ କିଲୋଗ୍ରାମ ଡ୍ରଗ୍ସ ଜବତ ହୋଇଛି ।

ଜାଣିବାକୁ ମିଳିଛି ଯେ ଚଢ଼ାଉ ବେଳେ ୩୦୮୯ କିଲୋଗ୍ରାମରୁ ଅଧିକ ଚରସ, ୧୫୮ କିଲୋ ମିଥାମଫେଟାମାଇନ୍ ଏବଂ ୨୫ କିଲୋଗ୍ରାମ ମର୍ଫିନ ଉଦ୍ଧାର କରାଯାଇଛି । ଏହି ଘଟଣାରେ ଜାହାଜରେ ଥିବା ପାଞ୍ଚ ଜଣ କର୍ମଚାରୀ, ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ପାକିସ୍ତାନର ହୋଇଥିବା ସୂଚନା ମିଳିଥିବା ବେଳେ ଏହି ଡ୍ରଗ୍ସ କାରବାର ପଛରେ ପାକିସ୍ତାନର ଲିଙ୍କ ଥିବା ସନ୍ଦେହ କରାଯାଉଛି । 

ଅଧିକ ପଢନ୍ତୁ ଭାରତ ଖବର

ଅଧିକାରୀମାନେ ଏପର୍ଯ୍ୟନ୍ତ ଜବତ ହୋଇଥିବା ଡ୍ରଗ୍ସର ମୋଟ ମୂଲ୍ୟ ନିର୍ଦ୍ଦାରଣ କରିନାହାନ୍ତି,  ନ୍ୟୁଜ୍ ଏଜେନ୍ସି ପିଟିଆଇ କହିଛି ଯେ ଅନ୍ତର୍ଜାତୀୟ ବଜାରରେ ଏକ କିଲୋଗ୍ରାମ ଚାରସର ମୂଲ୍ୟ ୭ କୋଟି ଟଙ୍କା ରହିଛି । ଜାହାଜଟି ଇରାନରୁ ଆସିଥିବା ବେଳେ ଭାରତରେ ଡ୍ରଗ୍ସ କାରବାର ନେଇ ଅନ୍ତରାଷ୍ଟ୍ରୀୟ ବଡ଼ ଗ୍ୟାଙ୍ଗ କାମ କରୁଥିବା ସନ୍ଦେହ କରାଯାଉଛି । 
 

ଚାମ୍ପିୟନ୍ସ ଟ୍ରଫି
7m ago
ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇପାରେ ଭାରତ
ଅର୍ଗସ ବ୍ୟୁରୋ: ଆସନ୍ତା ବର୍ଷ ଫେବୃୟାରୀ ଓ ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ଗସ୍ତ କରିପାରେ। କିନ୍ତୁ ବିନା ସରକାର
STOMACH
28m ago
ଖାଦ୍ୟ ଏମିତି ଖାଇଲେ ଓଜନ ବଢ଼ିବ !
ଅର୍ଗସ ବ୍ୟୁରୋ: ଖାଦ୍ୟ ନଚୋବାଇ ଗିଳିଦେଉଛନ୍ତି କି ? ଏହାଦ୍ୱାରା ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ମାନେ ଆପଣ ଖାଦ୍ୟକୁ ନଚୋବାଇ ଗିଳି ଦେଉଥିଲେ ଏହାଦ୍ୱାରା ଆପଣଙ୍କ ଓଜ
ନୀତିନ୍ ଗଡକରି
29m ago
ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କଲେ ନୀତିନ ଗଡକରୀ
ପୁରୀ: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରି । ଆଜି ଅପରାହ୍ନ ୧ଟା ୪୫ ର