ଉପାନ୍ତରେ ଅବହେଳିତ ସ୍ୱାସ୍ଥ୍ୟ ସେବା
by Argus News
Wed, Feb 28 | 7:59 p.m.

ଅର୍ଗସ ବ୍ୟୁରୋ: ଉପାନ୍ତରେ ଅବହେଳିତ ସ୍ବାସ୍ଥ୍ୟ ସେବା। ନବରଙ୍ଗପୁର ଜିଲ୍ଲା ଉପାନ୍ତ ବ୍ଲକ ଚନ୍ଦାହାଣ୍ଡିରେ ସ୍ବାସ୍ଥ୍ୟବ୍ୟବସ୍ଥାର ବିକଳ ଚିତ୍ର । ଚକାଚକ ବିଲଡିଙ୍ଗ ମାତ୍ର ନାହାନ୍ତି ଷ୍ଟାଫ୍।  ୪ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମାତ୍ର ୬ଟି ଡାକ୍ତର। ବ୍ଲକରେ ବସବାସ କରୁଥିବା ଲକ୍ଷେ ରୁ ଉର୍ଦ୍ଧ୍ବ ଲୋକଙ୍କ ସ୍ବାସ୍ଥ୍ୟସେବାର ଦାୟିତ୍ଵ ମୁଣ୍ଡାଇଛନ୍ତି କେବଳ 6 ଜଣ ଏମ ବିବି ଏସ ଡାକ୍ତର। ସରକାରୀ ନିୟମ ଅନୁସାରେ ସିଏଚସି ରେ ଅତିକମରେ ୬ଏମ ବିବି ଏସ, ୫ ବିଶେଷଜ୍ଞ  ଡାକ୍ତର ଓ ପ୍ରତି ପିଏଚସି ରେ ୩ଜଣ ଡାକ୍ତର ରହିବା କଥା। ହେଲେ ଏ ଉପାନ୍ତ ଅଞ୍ଚଳରେ ଫେଲ ମାରିଛି ସରକାରଙ୍କ ସ୍ବାସ୍ଥ୍ୟସେବା।

ବିଶେଷଜ୍ଞ ଡାକ୍ତର କଣ ଅଞ୍ଚଳ ବାସି ଜାଣିନାହାନ୍ତି। ଏକ୍ସରେ କି ଅଲଟ୍ରାସାଉଣ୍ଡ କଥା ତ ନ କହିବା ଭଲ। ଏକ୍ସରେ ମେସିନ୍ ଅଛି କିନ୍ତୁ କାମରେ ଆସୁନି। ଆଲଟ୍ରାସାଉଣ୍ଡ ପାଇଁ ୧୦୦କିମି ରାସ୍ତା ଯିବାକୁ ପଡୁଛି। ଏପରିକି ଗର୍ଭବତୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିବା ବାଟରେ ପ୍ରସବ ବେଦନା ସହି ନ ପାରି ମୃତ୍ୟୁ ବରଣ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ସ୍ବାସ୍ଥ୍ୟକ୍ଷେତ୍ରରେ ନମ୍ବର ଓ୍ବାନ ବୋଲି ବାହା ବା ମାରୁଛନ୍ତି ସରକାର। କିନ୍ତୁ ଉପାନ୍ତର ଏ ଅଞ୍ଚଳ ଉପରେ ପଡୁନି ସରକାରଙ୍କ ନଜର।

ଜନ ସାଧାରଣଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା ଥିବାବେଳେ ପ୍ରକୃତରେ ଏହାର ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ। ଫଳରେ ଆଜିବି ବିଭିନ୍ନ ସମସ୍ୟା ଭିତରେ ଗତି କରୁଛନ୍ତି ଅଞ୍ଚଳବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ