ଅବହେଳିତ ରାବନଦର ଜଳପ୍ରପାତ
by Argus News
Mon, Dec 04 | 5:51 p.m.

ଅର୍ଗସ ବ୍ୟୁରୋ: ଶୀତଦିନେ ଆସିଲେ ସମସ୍ତେ କେଉଁଆଡେ ନା କେଉଁ ଆଡେ ବୁଲିବାକୁ ଭଲ ପାଆନ୍ତି। ଜଳପ୍ରପାତ ହେଲେ ତାର ମଜା ଅଲଗା। ଆମ ଓଡ଼ିଶାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୁର ରହିଛି। କିନ୍ତୁ ସବୁ ସ୍ଥାନରେ ବିକାଶ ହେଉ ନ ଥିବାରୁ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଖାଲି ଉଦଘାଟନୀ ଫିତା କାଟିବାପାଇଁ ବିଜେଡି ସରକାରରେ ଥିବା ମନ୍ତ୍ରୀମାନେ ଧାଇଁଯାଉଛନ୍ତି କିନ୍ତୁ ପରେ ଏହା ଯଥା ପୂର୍ବଂ ତଥା ପରଂ ସ୍ଥିତି। 

ଏମିତି ଏକ ସ୍ଥାନ ରହିଛି ଭବାନୀପାଟଣାରେ। ଭବାନୀପାଟଣାରୁ ପ୍ରାୟ ୧୨ କିଲୋମିଟର ଦୂରରେ ଅବସ୍ଥିତ ରାବନଦର ଜଳପ୍ରପାତ। ପ୍ରତିଦିନ ଦୂର ଦୂରାନ୍ତରୁ ଶହ ଶହ ପର୍ଯ୍ୟଟକ ବୁଲିବା ପାଇଁ ଏଠିକି ଆସିଥାନ୍ତି। ବର୍ତ୍ତମାନ ପିକନିକ ଋତୁ ଆସୁଥିବାରୁ ଲୋକଙ୍କ ଗହଳି ମଧ୍ୟ ଦେଖିବାକୁ ମିଳୁଛି। ଘଞ୍ଚ ଜଙ୍ଗଲ ମଧ୍ୟରେ ପ୍ରକୃତିର ଏତେ ସୁନ୍ଦର ସ୍ଥାନ ରହିଛି, ଯାହା ଲୋକଙ୍କ ମନ କିଣୁଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୨୯ ଲକ୍ଷ ଖର୍ଚ୍ଚ କରି ବିକାଶ କାର୍ଯ୍ୟ କରାଗଲା। କିନ୍ତୁ ନିମ୍ନମାନର କାମ ଓ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଏହି ଜଳପ୍ରପାତର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି।  ନା ଅଛି ଗମନାଗମନକୁ ରାସ୍ତା ନା ଅଛି ଶୌଚାଳୟ ବ୍ୟବସ୍ଥା। ଏଭଳି ଅବ୍ୟବସ୍ଥା ଥିଲେ  ମଧ୍ୟ ଏଥିପ୍ରତି କାହାର ନଜର ପଡ଼ୁନି। 

ଭବାନିପାଟଣାରୁ ଭରଙ୍ଗପଦର୍ ପର୍ଯ୍ୟନ୍ତ ରାସ୍ତା ଠିକ୍ ଥିବା ବେଳେ, ତା ଆଗକୁ ରାସ୍ତା କଦର୍ଯ୍ୟ ଅବସ୍ଥାରେ ରହିଛି। ରାସ୍ତାରେ ଥିବା ମେଟାଲ୍ ପଥର ଗୁଡ଼ିକ ବାହାରି ପଡ଼ିଛି। ଶୌଚାଳୟ ବ୍ୟବସ୍ଥା ରହିଛି, କିନ୍ତୁ ସଫା ରହୁ ନାହିଁ। ଯାହା ଫଳରେ ମହିଳା ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ବର୍ଷ ପୂର୍ବରୁ ସେଇଠି ରେଷ୍ଟୁରାଣ୍ଟ ମଧ୍ୟ ଖୋଲା ଯାଇଥିଲା କିନ୍ତୁ ତାହା ବର୍ତ୍ତମାନ ବନ୍ଦ ପଡିଛି। କୌଣସି ନେଟୱର୍କ ନଥିବା ଯୋଗୁଁ  ପର୍ଯ୍ୟଟକ ହଇରାଣ ହେଉଛନ୍ତି। ୨୦୨୧ ରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଥିବା ବେଳେ ଏହାର ଉଦଘାଟନ କରିଥିଲେ। କିନ୍ତୁ ବର୍ତ୍ତମାନ ତାହାର କାମ ଅବସ୍ଥା ରହିଛି କାହାର ନଜର ନାହିଁ।
ଉଦଘାଟନୀ ଫିତା କାଟିବା ପାଇଁ ଆଗରେ ରହିଥାନ୍ତି ବିଜେଡି ସରକାରଙ୍କ ମନ୍ତ୍ରୀଗଣ। କିନ୍ତୁ ଫିତା କାଟିବା ପରେ ରକ୍ଷଣାବେକ୍ଷଣ ପାଇଁ କାହିଁକି ପଛରେ ରହିଥାନ୍ତି ତାହା ହେଉଛି ବଡ଼ ପ୍ରଶ୍ନ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

MODI
ବିଜେଡି ସରକାରକୁ ଧୋଇଦେଲେ ମୋଦି
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଶାସନ କରୁଛି କିଏ ? ନବୀନ ବାବୁ ସିଏମ ଅଛନ୍ତି ହେଲେ ସୁପର ସିଏମ ଅନ୍ୟ ଜଣେ । ରାଜ୍ୟର ସରକାର ଏବେ ପୂରା ଆଉଟ ସୋର୍ସିଂ ହୋଇଯାଇଛି । ଫୁଲବାଣୀ, ବଲାଙ୍ଗିର ପରେ କିଛ
CM NAVEEN PATNAIK
ବଲାଙ୍ଗିର ପହଞ୍ଚୁ ପହଞ୍ଚୁ ବର୍ଷିଲେ ମୋଦି, ବିଜେଡି ଯିବାର କାଉଣ୍ଟ ଡାଉନ୍‌ ଆରମ୍ଭ !
ଅର୍ଗସ ବ୍ୟୁରୋ : ଆକ୍ରମଣ ହେଲା ଆହୁରି ଶାଣିତ । ନବୀନଙ୍କ ନାଁନେଇ ପ୍ରଶ୍ନ ଉପରେ ପ୍ରଶ୍ନ କଲେ ମୋଦି । ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନରେ ଥଥମମ ବିଜେଡି ନେତା । ମଂଚରେ ଚଢୁଚଢୁ ସିଧା କହିଲେ, ଏଥ
MODI
ନବୀନଙ୍କୁ ଧୋଇଲେ ମୋଦି : କହିଲେ, ବିନା କାଗଜରେ ୩୦ ଜିଲ୍ଲାର ନାଁ କହିପାରିବେନି
ଅର୍ଗସ ବ୍ୟୁରୋ: ରତ୍ନଭଣ୍ଡାର ଚାବି ସମ୍ଭାଳିପାରୁନାହାନ୍ତି ସରକାର କଣ ସମ୍ଭାଳିବେ ? ଇଏ ଏମିତି ମୁଖ୍ୟମନ୍ତ୍ରୀ ଯିଏ କି, ବିନା କାଗଜରେ ନିଜ ଜିଲ୍ଲାର ନାଁ କହିପାରୁନାହାନ୍ତି କି ରାଜ୍ୟ