ଗାଜାକୁ ଚରମବାଣୀ ଶୁଣାଇଲେ ନେତାନ୍ୟାହୁ : ଆତ୍ମସମର୍ପଣ କରିବ ଯଦି କର ନହେଲେ ଭୋକରେ ମର
by Argus News
Tue, Oct 15 | 6:44 p.m.

ଅର୍ଗସ ବ୍ୟୁରୋ: ଦିନକୁ ଦିନ ଭୟଙ୍କର ହେଉଛି ଗାଜା ଉପରେ ଆକ୍ରମଣ । ଆକାଶମାର୍ଗରୁ ଗୁଳିବର୍ଷା କରୁଛି ଇସ୍ରାଏଲ । ଉତ୍ତର ଗାଜାର ଜବାଲିଆରେ ସାମରିକ ଅପରେସନ୍‌ ତୀବ୍ର କରିଛି ଇସ୍ରାଏଲ । ତେଣୁ ସ୍ଥାନୀୟ ନାଗରିକମାନେ ତୁରନ୍ତ ଅଞ୍ଚଳ ଛାଡ଼ି ଦକ୍ଷିଣକୁ ଚାଲିଯିବା ପାଇଁ ଆଇଡିଏଫ୍‌ ପକ୍ଷରୁ ଅନୁ‌ରୋଧ କରାଯାଇଛି ।  ଏହାରି ଭିତରେ ଉତ୍ତର ଗାଜାକୁ ମାନବୀୟ ସହାୟତା ଯୋଗାଣ ବନ୍ଦ ପାଇଁ ଯୋଜନା ହୋଇଛି । କାରଣ ଇସ୍ରାଏଲ ଚାହୁଁଛି ହମାସ୍‌ ଆତଙ୍କବାଦୀଙ୍କୁ ଭୋକରେ ମାରିବାକୁ । କିନ୍ତୁ ଆତଙ୍କୀଙ୍କ ସହ ସାଧାରଣରେ ଲୋକେ ବି ଭୋକରେ ମରିଯିବେ ବୋଲି କୁହାଯାଉଛି ।

ଇସ୍ରାଏଲ ଉପରେ ଇରାନର ଆଟାକ୍‌ ଏବେ ମହଙ୍ଗା ସାବ୍ୟସ୍ତ ହୋଇଛି । କାରଣ ମାତ୍ର କିଛି ମୁହୂର୍ତ୍ତରେ ଇସ୍ରାଏଲ ଉପରେ ୪୦୦ ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଥିଲା ଇରାନ । ଅବଶ୍ୟ ଆକାଶ ମାର୍ଗରେ ହିଁ ଅନେକ କ୍ଷେପଣାସ୍ତ୍ରକୁ ଅଟକାଇବାରେ ସମର୍ଥ ହୋଇଥିଲା ଇସ୍ରାଏଲ । ହେଲେ ଆକ୍ରମଣର ବଦଲା ନେବା ପାଇଁ ଇସ୍ରାଏଲ ଯେଉଁପରି ଭାବରେ ପ୍ରତିଆକ୍ରମଣ କଲାଣି ତାହାକୁ ନେଇ ଚିନ୍ତାରେ ଇରାନ । ସେପଟେ, ଉତ୍ତର ଗାଜାକୁ ସମ୍ପୂର୍ଣ୍ଣ ସାମରିକ ଜୋନ୍‌ ଘୋଷଣା କରାଯିବା ପୂର୍ବରୁ ନାଗରିକଙ୍କୁ ଏଠାରେ ମାତ୍ର ସପ୍ତା‌ହେ ସମୟ ମିଳିବ ବୋଲି ଇସ୍ରାଏଲ ସ୍ପଷ୍ଟ କରିଛି । ଏହି ସମୟ ମଧ୍ୟରେ ଅଞ୍ଚଳ ଛାଡ଼ିଦେବାକୁ ଇସ୍ରାଏଲ ପକ୍ଷରୁ କୁହାଯାଇଛି । ଯଦି କୌଣସି ନାଗରିକ ଅଞ୍ଚଳ ନଛାଡ଼ି ସେଠାରେ ରହନ୍ତି, ତେବେ  ସେମାନଙ୍କ ପାଖରେ ଖାଦ୍ୟ, ପାଣି, ଔଷଧ ଏବଂ ଇନ୍ଧନ କିଛି ପହଞ୍ଚିପାରିବନି । ଏହାଦ୍ଵାରା ହମାସ୍‌ ଆତଙ୍କବାଦୀଙ୍କ ସହ ସେମାନଙ୍କ ଜୀବନ ବି ଦୁର୍ବିସହ ହୋଇପଡ଼ିବ।

କେମିତି ହମାସକୁ ଦୁର୍ବଳ କରାଯିବ ସେନେଇ ବଡ଼ ପ୍ଲାନ କରିଛି ଇସ୍ରାଏଲ । ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଇସ୍ରାଏଲର ଅବସରପ୍ରାପ୍ତ ଜେନେରାଲ୍‌ମାନଙ୍କୁ ନେଇ ଏହି ରଣନୀତି କରାଯାଇଛି । ଯଦି ଏହି ରଣନୀତି କାର୍ଯ୍ୟକାରୀ ହେଲା ତାହାଲେ ହମାସ୍‌ ସଂପୂର୍ଣ୍ଣ ଦୁର୍ବଳ ହୋଇଯିବ ।  ଜେନେରାଲ ଗିଓରା ଇଲାଣ୍ଡ୍‌ ଯିଏ କି ଜାତୀୟ ସୁରକ୍ଷା ପରିଷଦର ପୂର୍ବତନ ମୁଖ୍ୟ ଥିଲେ ସେ ହିଁ ରଣନୀତି କରିଥିବା କୁହାଯାଉଛି । ଦୀର୍ଘବର୍ଷ ବ୍ୟାପୀ ଯୁଦ୍ଧର ପରିସମାପ୍ତି ଘଟାଇବାପାଇଁ ଏବଂ ହମାସ୍‌ ଆତଙ୍କବାଦୀଙ୍କ କବଳରେ ବନ୍ଦୀ ଥିବା ବାକି ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରିବାପାଇଁ ଏହା ହିଁ ଏକମାତ୍ର ବାଟ ।  ସେପଟେ ଜେନେରାଲଙ୍କ ପ୍ଲାନକୁ ନେଇ ଏବେ ଇସ୍ରାଏଲର ପିଏମ ସମୀକ୍ଷା କରୁଛନ୍ତି । ଯଦି ପ୍ଲାନରେ ଇସ୍ରାଏଲ ସରକାର ମୋହର ମାରନ୍ତି ତେବେ ହମାସର ଖେଳ ଖତମ ହେବ ବୋଲି କୁହାଯାଉଛି ।

ସେପଟେ ଇସ୍ରାଏଲର ଅଧିକାରୀଙ୍କ କହିବାନୁସାରେ, ହିଜବୁଲ୍ଲା ରବିବାର ଦିନ ଇସ୍ରାଏଲର ଉତ୍ତର ବିନୟାମିନା ନିକଟରେ ଥିବା ଏକ ଆଇଡିଏଫ୍ ବେସ୍ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଇସ୍ରାଏଲର ପ୍ରତିରକ୍ଷା ବାହିନୀର ଚାରିଜଣ ସୈନିକ ନିହତ ହୋଇଥିଲେ ଏବଂ ଅନେକ ଲୋକ ଆହତ ହୋଇଥିଲେ । ଏପଟେ, ଇସ୍ରାଏଲ- ହିଜବୁଲ୍ଲା ଯୁଦ୍ଧ ଭିତରେ ପୁଟିନଙ୍କୁ ଭେଟିଛନ୍ତି ଇରାନ ରାଷ୍ଟ୍ରପତି । କୁହାଯାଉଛି କି ଯେହେତୁ ଆମେରିକା ଇସ୍ରାଏଲକୁ ସମର୍ଥନ ଦେଉଛି ତେଣୁ ନିଜକୁ ବଞ୍ଚାଇବାକୁ ଋଷିଆ ଶରଣରେ ପଶିଛି ଇରାନ । ଅବଶ୍ୟ ଏହା ଦ୍ଵିପାକ୍ଷିକ ଆଲୋଚନା ବୋଲି ଋଷ ଗଣମାଧ୍ୟମରେ କୁହାଯାଇଛି କିନ୍ତୁ ଯୁଦ୍ଧ ଭିତରେ ଉଭୟ ନେତାଙ୍କ ଭିତରେ ହୋଇଥିବା ଆଲୋଚନା ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।
 

ରାଜଧାନୀରେ ଲୁଟ ଅପରେସନ
11m ago
ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍, ୬ସାଇବର ଠକଙ୍କୁ ବାନ୍ଧିଲା କମିସନରେଟ୍ ପୋଲିସ
ଅର୍ଗସ ବ୍ୟୁରୋ:ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍। ଆପାର୍ଟମେଣ୍ଟରେ କଲସେଣ୍ଟର କରି ଲୁଟୁଥିଲେ ସାଇବର ମାଫିଆ। ଫ୍ଲୁଏଣ୍ଟ ଇଂଲିସରେ ଆମେରିକା, ଚୀନ, ଇଂଲଣ୍ଡ ଲୋକଙ୍କ
ନବୀନ ମୋହନ
20m ago
ମୁମ୍ବାଇରେ ଓଡ଼ିଶା ସରକାରଙ୍କ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ଼ ଶୋ
ଅର୍ଗସ ବ୍ୟୁରୋ:ମୁମ୍ବାଇରେ ଓଡିଶା ସରକାରଙ୍କ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ଼ ଶୋ । ଆସନ୍ତା ୧୮ ଓ ୧୯ରେ ଶିଳ୍ପ ନଗରୀ ମୁମ୍ବାଇରେ ଆୟୋଜିତ ହେବ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମର
ଜମ୍ମୁ ଓ କାଶ୍ମୀର
46m ago
ଜମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଓମାର ଅବଦୁଲ୍ଲା
ଅର୍ଗସ ବ୍ୟୁରୋ:ଜମ୍ମୁ ଓ କାଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ଓମାର ଅବଦୁଲ୍ଲା । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା । ଶ୍ରୀନଗର