ବ୍ରିଟିଶ ଆଇନର ହେଲା ଭାରତୀୟକରଣ
by Argus News
Mon, Jul 01 | 8:40 p.m.

ଅର୍ଗସ ବ୍ୟୁରୋ: ଭାରତରେ ଆଉ ଚଳିବନି ୧୬୦ ବର୍ଷ ପୂର୍ବ ବ୍ରିଟିଶ ଅମଳର ଫୌଜଦାରୀ ଆଇନ । ଅପରାଧିକ ନ୍ୟାୟ ପ୍ରଣାଳୀରେ ଆଜିଠୁ ହୋଇଛି ଆମୂଳଚୂଳ ପରିବର୍ତ୍ତନ । ଭାରତୀୟ ଦଣ୍ଡବିଧି ଆଇନରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଆଜି ଠାରୁ ସାରା ଦେଶରେ ୧୮୬୦ରୁ ପ୍ରଚଳିତ IPC ବଦଳରେ ଭାରତୀୟ ନ୍ୟାୟ ସଂହିତା, ୧୮୯୮ରୁ ପ୍ରଚଳିତ CRPC ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ୧୮୭୨ରୁ ପ୍ରଚଳିତ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ(IEA) ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ଲାଗୁ ହୋଇଛି । ନୂଆ ଆଇନ ଅନୁସାରେ IPCର ୫୧୧ ଧାରା ବଦଳରେ ବିଏନଏସ ୩୫୬କୁ ଖସିଛି ଯେଉଁଥିରେ ୧୭୫ଟିରେ ପରିବର୍ତ୍ତନ ସହ ୮ ନୂଆ ଧାରା ଯୋଡ଼ି ହୋଇଛି, ୨୨ଟି ଅନାବଶ୍ୟକ ଧାରା ହଟିଛି । ସେହିପରି CRPCର ୪୮୪ଟି ଧାରା ବଦଳରେ ବିଏନଏସଏସରେ ଧାରା ସଂଖ୍ୟା ୫୩୧କୁ ବୃଦ୍ଧି ହୋଇଛି । ସେଥିମଧ୍ୟରୁ ୧୬୦ଟି ବଦଳିଛି ଓ ୯ଟି ନୂଆ ଧାରା ଯୋଡ଼ି ହୋଇଛି, ୯ଟି ଉଚ୍ଛେଦ କରାଯାଇଛି । 

ନୂଆ ଆଇନରେ ମହିଳା ଓ ଶିଶୁ ବିରୋଧୀ ହିଂସା ବିରୋଧରେ କଡ଼ା ଦଣ୍ଡର ବ୍ୟବସ୍ଥା କରାଯାଇଛି ।  ନାବାଳିକା ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ । ସେହିପରି ମୋବ୍ ଲିଞ୍ଚିଂ ବା ଭିଡ଼ ହିଂସା ଜନିତ ହତ୍ୟାକୁ ବଡ଼ ଅପରାଧ ଭାବେ ବିବେଚନା କରାଯାଇ ଏଥିରେ ବି ଦୋଷୀଙ୍କୁ ମୃତ୍ୟୁଦଣ୍ଡର ପ୍ରାବଧାନ ରହିଛି । ୫ ଏବଂ ତା ଠୁ ଅଧିକ ଲୋକ ଏକାଠି ହୋଇଛି ଜାତି, ସମୁଦାୟ ଓ ଭାଷା ଭଳି ଆଧାରରେ କୌଣସି ହତ୍ୟାକାଣ୍ଡ ଭିଆଇଲେ  ୭ ବର୍ଷ ଜେଲରୁ ମୃତ୍ୟୁଦଣ୍ଡ ଯାଏଁ ବ୍ୟବସ୍ଥା କରାଯାଇଛି । ମହିଳାଙ୍କୁ ଗଣଦୁଷ୍କର୍ମଜନିତ ଯେକୌଣସି ମାମଲାରେ ୨୦ ବର୍ଷ ଯାଏଁ ଜେଲ୍ ସହ ଆଜାବୀନ କାରାଦଣ୍ଡାଦେଶର ବ୍ୟବସ୍ଥା ହୋଇଛି । ଏପିରିକି ୧୮ ବର୍ଷରୁ କମ୍ ନାବାଳିକା ଦୁଷ୍କର୍ମକାରୀଙ୍କୁ ବି ମୃତ୍ୟୁଦଣ୍ଡ ଦିଆଯିବ । ଦେଶଦ୍ରୋହ ଆଇନରେ ବ୍ୟାପକ ପରିବର୍ତ୍ତନ ସହ ସଂଜ୍ଞା ବି ବଦଳିଛି । ଦେଶ ବିଭାଜନ, ସଶସ୍ତ୍ର ବିଦ୍ରୋହ, ବିଚ୍ଛିନ୍ନତାବାଦୀ କାମ, ଦେଶର ସାର୍ବଭୌମତ୍ବ ଓ ଏକତା କ୍ଷୁର୍ଣ୍ଣ ଭଳି ଅପରାଧ ପାଇଁ ଆଇନରେ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି । ଯାହାକୁ ସବୁଠି ସ୍ବାଗତ କରାଯାଇଛି । 

ହତ୍ୟାକାରୀଙ୍କ ପାଇଁ ଆଇପିସିର ଧାରା ୩୦୨ ବଦଳରେ ଏଥର ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୩/୧ ଆଧାରରେ ମାମଲା ରୁଜୁ ହେବ । ସେହପିରି ହତ୍ୟା ଉଦ୍ୟମ ପାଇଁ ଆଇପିସିର ଧାରା ୩୦୭ ପରିବର୍ତ୍ତେ ବିଏନଏସର ଧାରା ୧୦୯ ଲାଗୁ ହେବ । ନୂଆ ଫୌଜଦାରୀ ଆଇନରେ ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥା କ୍ରମେ ଏଣିକି ୯୦ ଦିନ ମଧ୍ୟରେ ପୋଲିସ  କୌଣସି ଅପରାଧିକ ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ବାଧ୍ୟ । ଯଦି କୋର୍ଟ ଚାହିଁବେ ଏଥିପାଇଁ ଅଧିକ ୯୦ ଦିନ ଦେଇପାରିବେ । ସେହିପରି ଚାର୍ଜସିଟ୍ ଦାଖଲର ୬୦ ଦିନ ମଧ୍ୟରେ ଚାର୍ଜଫ୍ରେମ ଓ ଶୁଣାଣି ଶେଷ କରି ସର୍ବାଧିକ ୩୦ ଦିନ ମଧ୍ୟରେ ରାୟ ଶୁଣାଇବେ କୋର୍ଟ । ଅର୍ଥାତ୍ ମାମଲା ଆରମ୍ଭ ହେବାର ପୂରା ପ୍ରକ୍ରିୟା ସର୍ବାଧିକ ୩ ବର୍ଷ ଭିତରେ ସରିବ । ଫଳରେ ପୀଡ଼ିତଙ୍କୁ ତ୍ବରିତ ନ୍ୟାୟ ଦିଆଯାଇପାରିବ । ଏଥିପାଇଁ ରାଜ୍ୟ ପୋଲିସ ମଧ୍ୟ ଫୁଲ୍ ଆକ୍ଟିଭ୍ ।

୨୦୧୯ ମସିହା ଅଗଷ୍ଟ ମାସରୁ ମୋଦି ସରକାର ବ୍ରିଟିଶ ଆଇନରେ ପରିବର୍ତ୍ତନ ପାଇଁ ପ୍ରଚେଷ୍ଟା ଆରମ୍ଭ କରିଥିଲେ ମୋଦି ସରକାର । ଯେଉଁଥିରେ ସୁପ୍ରିମକୋର୍ଟ, ହାଇକୋର୍ଟର ବିଚାରପତି, ଲ ୟୁନିଭରସିଟିର ମତାମତ ବି ଲୋଡ଼ା ଯାଇଥିଲା । ୨୦୨୩ରେ ଏହା ସଂସଦରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ମୋହର କ୍ରମେ ଆଇନରେ ପରିଣତ ହୋଇଥିଲା ।

 

ଶ୍ରୀଜିଉ
45m ago
11 ଦିନର ନିରବଚ୍ଛିନ୍ନ ସେବା ପରେ ସୁସ୍ଥ ହେଲେ ଶ୍ରୀଜିଉ
ପୁରୀ: 11 ଦିନର ନିରବଚ୍ଛିନ୍ନ ସେବା ପରେ ସୁସ୍ଥ ହେଲେ ଶ୍ରୀଜିଉ । ଗଜପତିଙ୍କୁ ଦିଆଗଲା ମହାପ୍ରଭୁଙ୍କ ସୁସ୍ଥତା ସନ୍ଦେଶ । ଅନବସର ଦ୍ବାଦଶୀରେ ଆଜି ଶ୍ରୀମନ୍ଦିରରେ ରାଜପ୍ରସାଦ ବିଜେ ନୀତ
ହଡ଼ପ
54m ago
ମିଳିମିଶି ହଡ଼ପ କଲେ ଗରିବ ଶ୍ରମିକଙ୍କର 40 କୋଟିରୁ ଅଧିକ ଟଙ୍କା
ରାୟଗଡ଼ା : ରାୟଗଡ଼ା ଶ୍ରମ ବିଭାଗ କେଳେଙ୍କାରୀରେ ସମ୍ପୃକ୍ତ ତଳୁ ଉପର ବହୁ ଅଧିକାରୀ । ମିଳିମିଶି ହଡ଼ପ କଲେ ଗରିବ ଶ୍ରମିକଙ୍କର 40 କୋଟିରୁ ଅଧିକ ଟଙ୍କା । କେବଳ ଜଣଙ୍କୁ ନିଲମ୍ବନ କରି ଚୁପ
ବିଜେଡି ସରକାର
7 ବ୍ୟାରେଜ ନିର୍ମାଣ ଘୋଷଣା କରି ଧୋକା ଦେଇଥିଲେ ବିଜେଡି ସରକାର
କଟକ: ବଦଳିଲା ସରକାର ବଦଳିବ ମହାନଦୀ ଅବବାହିକାର ଭାଗ୍ୟ । ହୀରାକୁଦ ତଳମୁଣ୍ଡରେ 2ଟି ବ୍ୟାରେଜ୍ ନିର୍ମାଣ କରିବେ ରାଜ୍ୟ ସରକାର । ବିକଶିତ ହେବ ସମ୍ବଲପୁରର ଅଯୋଧ୍ୟା ସରୋବର । ମହାନଦୀର 52