କ୍ରେଡିଟ କାର୍ଡକୁ ନେଇ ଆସୁଛି ନୂଆ ନିୟମ
by Argus News
Thu, Jun 27 | 4:50 p.m.

ଅର୍ଗସ ବ୍ୟୁରୋ: କ୍ରେଡିଟ କାର୍ଡକୁ ନେଇ ଆସୁଛି ନୂଆ ନିୟମ। ଆଜିକାଲି ପ୍ରାୟ ଲୋକ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି। ତେବେ କଣ ନୂଆ ନିୟମ ଚାଲନ୍ତୁ ଜାଣିବା। ଜୁଲାଇ ୧ରୁ ବଦଳିପାରେ କ୍ରେଡିଟ୍ କାର୍ଡ ସଂପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ନିୟମ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଜୁଲାଇ ୧ରୁ ଆଣିବାକୁ ଯାଉଛନ୍ତି ଏହି ନୂଆ ନିୟମ। ଏହି ନୂଆ ନିୟମ ଅନୁସାରେ,ବିଲ୍ ପେମେଣ୍ଟ ଏବେଠୁ BBPS ଜରିଆରେ ହେବ। BBPS ହେଉଛି ଭାରତ ବିଲ୍ ପେମେଣ୍ଟ ସିଷ୍ଟମ।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନିର୍ଦ୍ଦେଶ ଜାରି କରିଛନ୍ତି ଯେ, ଜୁନ୍ ୩୦ ଭିତରେ ସମସ୍ତ କ୍ରେଡିଟ୍ କାର୍ଡ ପେମେଣ୍ଟ ଏହି BBPS ସିଷ୍ଟମ ଭିତରକୁ ଅଣାଯାଉ। ଫଳରେ ପୂର୍ବଭଳି ଫୋନ ପେ, କ୍ରେଡ୍ ଓ ବିଲ୍ ଡେସ୍କ ଭଳି ପ୍ଲାଟଫର୍ମ ଜରିଆରେ ପେମେଣ୍ଟ ସିଷ୍ଟମ ଜୁଲାଇ ୧ ପରଠୁ ଆଉ ହୁଏତ କାମ କରି ନ ପାରେ ।
ତେବେ କାହିଁକି ବିବିପିଏସ୍ ଉପରେ ଗୁରୁତ୍ୱ ଦେଉଛି RBI ? 

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଗ୍ରାହକଙ୍କ ପେମେଣ୍ଟ ପ୍ରୋସେସ୍‌କୁ ଅଧିକ ବ୍ୟବସ୍ଥିତ ଓ ସୁରକ୍ଷିତ କରିବାକୁ ଏଭଳି ନିୟମ ଅଣାଯାଉଛି। ତେଣେ ଏହି ନିୟମକୁ କିଛି ବ୍ୟାଙ୍କ ଏବେ ଯାଏ ଗ୍ରହଣ କରି ନ ଥିବା ବେଳେ, ଏହାକୁ ଲାଗୁ କରିବାକୁ ସମୟ ସୀମା ବଢାଇବାକୁ RBIକୁ ଅନୁରୋଧ କରିଛି ପେମେଣ୍ଟ କାଉନସିଲ ଅଫ୍ ଇଣ୍ଡିଆ। ତେବେ ଏହାଦ୍ବାରା କ୍ରେଡିଟ କାର୍ଡ ଉପଭୋକ୍ତାମାନେ ବେନିଫିଟ ପାଇବେ। ରେଟ ଅଫ ଇଣ୍ଟରେଷ୍ଟ ବଢ଼ିକି ଆସୁଥିଲା ଲୋକେ ଏଥିରେ ହଇରାଣ ହେଉଥିଲେ କିନ୍ତୁ ଏବେ RBI ଲୋକଙ୍କ ପାଇଁ ଏହି ନିୟମ ଏବେ ପରିବର୍ତ୍ତନ କରିବାକୁ ଯାଉଛି। ଲୋକେ ନିଜ ହିସାବରେ ନିଜ ପାଖରେ ପଇସା ଥିବାବେଳେ ପେମେଣ୍ଟ କରିପାରିବେ। 

ଅଧକ ପଢ଼ନ୍ତୁ ଭାରତ ଖବର 
 

ସମନ୍ବୟ ବୈଠକ
1m ago
ଆଜି ବସିବ ଚଳିତବର୍ଷ ରଥଯାତ୍ରାର ଶେଷ ସମନ୍ବୟ ବୈଠକ
ପୁରୀ: ଆଜି ଅନୁଷ୍ଠିତ ହେବ ଚଳିତବର୍ଷ ରଥଯାତ୍ରାର ତୃତୀୟ ବା ଶେଷ ସମନ୍ବୟ ବୈଠକ । ଚଳିତ ବର୍ଷ ଜୁଲାଇ 7 ତାରିଖରେ ହେବାକୁ ଥିବା ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବ
HOROSCOPE
36m ago
ଏକାଦଶୀରେ ଏହି 4 ରାଶି ପାଇଁ ଶୁଭ...
ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । କଣ ରହିଛି ଆଜିର ଭାଗ୍ୟ ଭବିଷ୍ୟତ । ପଢନ୍ତୁ... ମେଷ- ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ଚାକିରୀ କ୍ଷେତ୍ରରେ ଭ
ସୁସ୍ଥ ହେବେ ମହାପ୍ରଭୁ
43m ago
ଦଶମୂଳ ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ
ପୁରୀ: ସ୍ନାନପୂର୍ଣ୍ଣିମା ଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତୀ ଗତକାଲି ଦଶମୀ ତିଥିରେ ଶଯ୍ୟା ଛାଡିଛନ୍ତି। ଅଣସର ଘରେ ଚକାରେ ବିଜେ ହୋଇଛନ୍ତି ଶ୍ରୀବିଗ୍ରହ। ଆଜି ଖଳିଲାଗ