RTO ନଯାଇ ଆବେଦନ କରିପାରିବେ DL
by Argus News
Tue, May 28 | 1:05 p.m.

ଅର୍ଗସ ବ୍ୟୁରୋ: ଗାଡି ଚାଳକ ମାନଙ୍କ ପାଇଁ ବର୍ତ୍ତମାନ ଏକ ବଡ ପରିବର୍ତନ ହୋଇଛି ଯାହାର ଅନେକ ସୁବିଧା ଯୋଗାଇବ ଚାଳକ ମାନଙ୍କୁ । ଜୁନ ୧ରୁ ବଦଳିବାକୁ ଯାଉଛି ଡ୍ରଇଭିଂଙ୍ଗ ଲାଇସେନ୍ସର ବନୋଇବାର କିଛି ମିୟମ। ତେବେ ଡ୍ରଇଭିଂଙ୍ଗ ଲାଇସେନ୍ସ ବନେଇବା ପାଇଁ ଏକ ସରଳ ନିୟମ ଆସିବାକୁ ଯାଉଛି । ଆଗରୁ ଆପଣ ଡ୍ରଇଭିଂଙ୍ଗ ଲାଇସେନ୍ସ ବନେଇବା ପାଇଁ RTOକୁ ବାରମ୍ଵାର ଯିବାକୁ ପଡିଥାଏ ।ଯାହା ଦ୍ଵାରା ଆମ ମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୁନ ହେବାକୁ ପଡିଥାଏ 

ତେବେ ଜୁନ ୧ରୁ ଡ୍ରଇଭିଂଙ୍ଗ ଲାଇସେନ୍ସ ବନେଇବା ପାଇଁ ଆପଣଙ୍କୁ ଆଉ ବାରମ୍ଵାର RTO ଯିବାକୁ ପଡିବନି । ବର୍ତ୍ତମାନ ଆପଣ ଯଦି ଚାହିଁବେ କୌଣସିବି ପ୍ରାଇଭେଟ ଡ୍ରଇଭିଂଙ୍ଗ ଟେଷ୍ଟ ସେଣ୍ଟରରେ ଆପଣ ଡ୍ରଇଭିଂଙ୍ଗ ଲାଇସେନ୍ସ ବନେଇ ପାରିବେ ।ସରକାରଙ୍କର ଏଭଳି ନିୟମ କରିବାର କାରଣ RTO ଉପରେ ବଢୁଥିବା ଚାପ ପାଇଁ ଏଭଳି କରାଯାଇଛି ।

ପ୍ରାଇଭେଟ ଡ୍ରଇଭିଂଙ୍ଗ ଟେଷ୍ଟ ସେଣ୍ଟରରେ ମଧ୍ୟ ଡ୍ରଇଭିଂଙ୍ଗ ଟେଷ୍ଟ ପରେ ଲାଇସେନ୍ସ ଆବେଦନ କରାଯାଇ ମିଳିଥାଏ ।ଡ୍ରଇଭିଂଙ୍ଗ ଲାଇସେନ୍ସ ଆବେଦନ କରିବା ପାଇଁ ଡ୍ରଇଭିଂଙ୍ଗ ଟେଷ୍ଟ ସେଣ୍ଟରକୁ ସରକାର ଲାଇସେନ୍ସ ଦେଇଥାନ୍ତି । ସେହି କେନ୍ଦ୍ରରେ ସରକାର ନିୟମ ଓ ଆଇନି ଅନୁସାରେ ଡ୍ରଇଭିଂଙ୍ଗ ଲାଇସେନ୍ସ ବନାଯାଇଥାଏ । ଖାଲି ତାହା ନୁହେଁ ଏହାର ଟେଷ୍ଟ ଗୁଡିକ କରିବା ପାଇଁ ଟୁ-ହ୍ଵଇଲର ପାଇଁ ୧ଏକର ଜାଗା ଏବଂ ଫୋର-ହ୍ଵଇଲର ପାଇଁ ୨ ଏକର ଜାଗାର ଆବଶ୍ୟକତା ରହିଛି । 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ