ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସମ୍ବଲପୁରରେ ରାତି ଚେକିଂ କଡ଼ାକଡ଼ି
by Argus News
Fri, May 24 | 10:21 p.m.

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ। ରାତି ପାହିଲେ ଭୋଟ ଦେବେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଭୋଟର। ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ହେଉଛି ହେଭିୱେଟଙ୍କ ଲଢେଇ। ସାରା ଓଡ଼ିଶାର ନଜର ରହିଛି ଏହି ସଂସଦୀୟ କ୍ଷେତ୍ର ଉପରେ। ଏହାକୁ ଆଖି ଆଗରେ ରଖି ଅନୁଗୁଳ ପୋଲିସ ପକ୍ଷରୁ ଏନଏଚ ଏବଂ ସମସ୍ତ ଏଣ୍ଟ୍ରି ଓ ଏକଜିଟ ପଏଣ୍ଟରେ ଚେକିଂ ବ୍ଲକିଂକୁ ଜୋରଦାର କରାଯାଉଛି। 

ରାସ୍ତାରେ ଯାଉଥିବା ସମସ୍ତ ଗାଡିକୁ ଚେକିଂ କରାଯାଉଛି। ଯଦି କୌଣସି ଗାଡି ଉପରେ ପୋଲିସର ସନ୍ଦେହ ହେଉଛି ସେ ଗାଡିକୁ ତନ ତନ କରି ଯାଞ୍ଚ କରୁଛି ପୋଲିସ। ଚେକିଂକୁ ମଧ୍ୟ ଭିଡିଓଗ୍ରାଫି କରାଯାଉଛି। ସିସିଟିଭି ନଜରରେ ରହିଛି ଏଣ୍ଟ୍ରି ଓ ଏକଜିଟ ପଏଣ୍ଟ। 

ସେହିପରି ସମ୍ବଲପୁର ଲୋକସଭା ତଥା ଆଠମଲ୍ଲିକ ବିଧାନସଭା କ୍ଷେତ୍ର କିଶୋର ନଗର ବ୍ଲକ ରେ ନିର୍ବାଚନ ପାଇଁ ପ୍ରଶାସସନିଜ ସ୍ତରରେ ବ୍ୟାପକ କଡା ସୁରକ୍ଷା ପ୍ରସ୍ତୁତ ହୋଇଛି। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରଯାଇଛି। କିଶୋରନଗର ଥାନା ଅଧୀନରେ ଆସୁଥିବା ସମସ୍ତ ପଞ୍ଚାୟତ ତଥା ଜାତୀୟ ରାଜପଥ 55 ଉପରେ କଡା ନଜର ରଖିଛି ପୋଲିସ। ଛୋଟ ମୋଟ ଅଘଟଣକୁ ଛାଡି ଦେଲେ ଶାନ୍ତି ଶୃଙ୍ଖଳା ସହ କିଶୋର ନଗର ଥାନା ଅଞ୍ଚଳରେ ଆସନ୍ତା କାଲି ଭୋଟ ଗ୍ରହଣ ହେବ ବୋଲି ଆଶା କରାଯାଇଛି। ବୁଥ ରିଗିଙ୍ଗ ହେବ ନାହିଁ ବୋଲି iic କହିଛନ୍ତି।

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ