ସରିଲା ମହାପ୍ରଭୁଙ୍କ ଜନ୍ମବେଦୀ ଲୀଳା
by Argus News
Fri, Jul 19 | 9:49 p.m.

ପୁରୀ: ସରିଲା ଘୋଷଯାତ୍ରା । ସରିଲା ମହାପ୍ରଭୁଙ୍କ ଜନ୍ମବେଦୀ ଲୀଳା । ନୀଳାଦ୍ରି ବିଜେ କରୁଛନ୍ତି ନୀଳାଦ୍ରିନାଥ। 13 ଦିନର ଲୀଳାଖେଳା ପରେ ରତ୍ନ ସିଂହାସନକୁ ଫେରୁଛନ୍ତି ମହାପ୍ରଭୁ । ନବଦିନାତ୍ମକ ଯାତ୍ରା ପରେ ଚାରି ଦିନ ହେଲା ରଥ ଉପରେ ଜଗତବାସୀଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ। ସୁନାବେଶ, ଅଧରପଣା ପରେ ନୀଳାଦ୍ରିବିଜେ ନୀତି । ଏବର୍ଷ ରଥ ଉପରେ ଶ୍ରୀଜୀଉଙ୍କ ଶେଷ ଦିନ। ସକାଳ, ପୂର୍ବାହ୍ନ, ମଧ୍ୟାହ୍ନ, ଅପରାହ୍ନର ସବୁ ନୀତିକାନ୍ତି ପରେ ସମ୍ପନ୍ନ ହେଲା ସଂନ୍ଧ୍ୟାଧୂପ ନୀତି । ତା ପରେ ଚାରମାଳ ବନ୍ଧା । ବିଜେ କାହାଳୀ ବାଜିବା ପରେ ବନ୍ଦାପନା ଓ ଡୋରଲାଗି । ଗୋଟି ପହଣ୍ଡିରେ ପ୍ରଥମେ ଶ୍ରୀସୁଦର୍ଶନ, ପରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁର ଶ୍ରୀମନ୍ଦିରକୁ ବିଜେ କରିବେ । 

ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ ହେବେ ଦାରୁଦିଁଅ । ମହାଲକ୍ଷ୍ମୀଙ୍କୁ ଏକୁଟିଆ ଛାଡ଼ି 13 ଦିନ ତଳେ ଶ୍ରୀମନ୍ଦିରରୁ ଭାଇ ଭଉଣୀଙ୍କ ସହ ଯାତ୍ରାରେ ବାହାରି ଆସିଥିଲେ ଜଗନ୍ନାଥ । ଏବେ ଫେରିବାର ସମୟ। ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ବାରଣ ନାହିଁ । କିନ୍ତୁ କାଳିଆସାଆନ୍ତଙ୍କ ବାଟ ଓଗାଳିବେ ମା’ଲକ୍ଷ୍ମୀ ଠାକୁରାଣୀ । ଏତେ ଦିନ ଧରି ମାନ କରି ରହିଥିବା ମା ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ବ୍ରହ୍ମାଣ୍ଡ ଠାକୁର। ଠାକୁରଙ୍କ ମାନବୀୟ ଲୀଳାର ବିଶେଷ ପର୍ବ ଲକ୍ଷ୍ମୀ-ନାରାୟଣ କଳି ସମ୍ପନ୍ନ ହେବ । ଶେଷରେ ଶ୍ରୀଜଗନ୍ନାଥ ରସଗୋଲା ଦେଇ ଲକ୍ଷ୍ମୀ ଠାକୁରାଣୀଙ୍କ ମନ ଜିଣିବେ, ତା ପରେ ଯାଇ ମିଳିବ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି । 

ରସଗୋଲା ଜଗନ୍ନାଥ ଓ ମା ଲକ୍ଷ୍ମୀଙ୍କ ଭିତରେ ବୁଝାମଣାର ବାହକ ଓ ପ୍ରେମର ପ୍ରତୀକ ହୋଇ ରହିଥିବା ବେଳେ ନୀଳାଦ୍ରି ବିଜେକୁ ରସଗୋଲା ଦିବସ ଭାବେ ପାଳନ କରାଯାଇଥାଏ ।

 

ମଟନ୍ ବିରିୟାନୀ
2m ago
ଜେଲରେ କଏଦୀଙ୍କୁ ମିଳିବ ମଟନ୍ ବିରିୟାନୀ
ଅର୍ଗସ ବ୍ୟୁରୋ : କଏଦୀଙ୍କ ପାଇଁ ଦଶହରା ଭେଟି । ଜେଲରେ ମିଳିବ ବିରିୟାନୀର ମଜା । ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି । ଅକ୍ଟୋବର ୯ରୁ ୧୨ ତାରିଖ ଯାଏଁ ଜେଲରେ କଏଦୀଙ୍କୁ ମିଳିବ ସ୍ବାଦିଷ୍
ହରିୟାଣା ନିର୍ବାଚନ
24m ago
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ
ଏନ୍‌କାଉଣ୍ଟର
33m ago
ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୩୬ ହାର୍ଡକୋର ମାଓବାଦୀ
ଅର୍ଗସ ବ୍ୟୁରୋ : ଯେଉଁଠି ଦିନେ ଦବଦବା ଜାହିର କରୁଥିଲେ ଲାଲ୍‌ ବାହିନୀ, ଏବେ ସେଠି ଥରହର ସ୍ଥିତି । ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଘନ ଘନ କମ୍ବିଂ । ଏନକାଉଣ୍ଟର ବେଳେ କେତେବେଳ