ଭୋଟ୍ ପୂର୍ବରୁ ବିଳିବିଳି ହେଉଛନ୍ତି ସମୀର ଦାସ
by Argus News
Thu, Feb 08 | 11:39 a.m.

ପୁରୀ: ଆଜିଠୁ ଶଙ୍ଖ ଫୁଙ୍କାଗଲା । ଶୟନେ ସପନେ ଜାଗରଣେ ନବୀନ ପଟ୍ଟନାୟକଙ୍କୁ କେମିତି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ସେଥିପାଇଁ ନିବେଦନ କଲେ । ଆଉ ଚତୁର୍ଥ ଥର ପାଇଁ ସମୀର ଦାସଙ୍କୁ ଆସୀର୍ବାଦ କରିବାକୁ ଭୋଟ୍ ଭିକ୍ଷା କଲେ । ହୁଳହୁଳି କର ତାଳି ଦେଇ ତାଙ୍କୁ  ଆଶୀର୍ବାଦ ଦେବାକୁ କହିଲେ ନିମାପଡା ବିଧାୟକ ସମୀର ଦାସ ।

ସ୍ଥାନ- ନିମାପଡା । କାର୍ଯ୍ୟକ୍ରମ- ଆମ ଓଡିଶା ନବୀନ ଓଡିଶା । ସଭା ସମୟ ଥିଲା ପୂର୍ବାହ୍ନ ୧୧ଟା । ହେଲେ ପହଞ୍ଚିନଥିଲେ ବିଧାୟକ । ନିର୍ଦ୍ଧାରିତ ସମୟର ପ୍ରାୟ ୨ ଘଣ୍ଟା ବିଳମ୍ବରେ ବାବୁ ବିରାଜିତ ହୋଇଥିଲେ । କିନ୍ତୁ ଭୋଟ ପାଇଁ ସେ ଏତେ ବିକଳ ଥିଲେ ଯେ ପହଞ୍ଚୁ ପହଞ୍ଚୁ ମାଗିଲେ ଭୋଟ୍‌ । ସରକାରୀ ସଭାରେ କେମିତି ବେସରକାରୀ କାମ କଲେ ତାହାକୁ ନେଇ ଚର୍ଚ୍ଚା ବି ଜୋର । 

ନିର୍ବାଚନକୁ ଆଉ ମାତ୍ର ୨ ମାସର ସମୟ । ୨୪ ପାଇଁ ଦଳ କାହାକୁ ଟିକେଟ୍ ଦେବ ତାହା ଅସ୍ପଷ୍ଟ ଥିବାବେଳେ ବିଧାୟକ ଏବେଠୁ ମାଗିଲେଣି ଭୋଟ୍ ।  ସରକାରୀ ସଭାରେ ୪ର୍ଥ ଥରପାଇଁ ବିଧାୟକ କରିବାକୁ ସମର୍ଥନ ମାଗିଲେ ସମୀର । 

ମୋଟ୍‌ ଉପରେ ନିର୍ବାଚନ ପାଖେଇ ଆସିଲାଣି । ଏବେଠୁ ପ୍ରତି ନିର୍ବାଚନିମଣ୍ଡଳିରେ ଉଷ୍ମତା ବଢିଲାଣି । କିଏ ଟିକେଟ୍ ପାଇବ ? କାହାକୁ ଭୋଟର ଭୋଟ୍ ଦେବେ ? କିଛି ଏମିତି ପ୍ରଶ୍ନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସରକାରୀ ସଭାରେ ସମୀର ଯେମିତି ଦଳୀୟ ପ୍ରଚାର କଲେ ତାହାକୁ ନେଇ ଚର୍ଚ୍ଚା ଜୋର । 

 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ