ଟିକଟ କଟିବା ପରେ କାହିଁକି କାନ୍ଦିଲେ ସମୀର ?
by Argus News
Sat, Apr 20 | 6:12 p.m.

ଅର୍ଗସ ବ୍ୟୁରୋ : କର୍ମୀଙ୍କ ସାମ୍ନାରେ କେମିତି କାନ୍ଦିଲେ ବିଜେଡିର ନିମାପଡ଼ା ବିଧାୟକ ସମୀର ଦାସ । ଖାଲି କାନ୍ଦିଲେ ତାହା ନୁହେଁ ବରଂ ୪୨ ବର୍ଷ ରାଜନୀତିରେ ସ୍ତ୍ରୀକୁ ଘଣ୍ଟାଏ ସମୟ ଦେଇନାହାନ୍ତି...କେବଳ ଲୋକଙ୍କ ଲାଗି କାମ କରିଛନ୍ତି ବୋଲି କହିଲେ । ଖାଲି ଏତିକି ନୁହେଁ ବରଂ ସେ ଏତେ କାମ କରିବା ପରେ ବି କେମିତି ତାଙ୍କ ବଦଳରେ ଦଳ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କଲା ସେନେଇ ଆପତ୍ତି କରିବା ସହ ପୁଣି ଥରେ ପୁର୍ନବିଚାର କରିବାକୁ ଦାବି କଲେ ।

ଟିକଟ କଟିବା ପରେ ରାଗି ରକ୍ତଚାଉଳ ଚୋବାଉଛନ୍ତି ସମୀର ଦାସ ? ଖାଲି ରାଗିଛନ୍ତି ତାହା ନୁହେଁ ବରଂ ଆଗାମୀ ଦିନରେ ତାଙ୍କୁ ପ୍ରାର୍ଥୀ କରାନଗଲେ ନିମାପଡାରେ ବିଜେଡି ପାନେ ପାଇବ ବୋଲି କାଳେ ସେ ପରୋକ୍ଷରେ କହିଥିବା ଚର୍ଚ୍ଚା ଜୋର ଧରିଛି । ତେବେ କର୍ମୀ ମେଳିରେ ଏକାଠି ହୋଇଥିଲେ ଶତାଧିକ କର୍ମୀ । ଯେଉଁଠି ଟିକେଟ୍ କଟିବାକୁ ନେଇ ଭାବବିହ୍ଵଳ ହୋଇପଡ଼ିଥିଲେ ସମୀର । ସେହି ବୈଠକରେ ଗୋପ ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ ମଧ୍ୟ ତାଙ୍କୁ ସମର୍ଥନ ଜଣାଇଛନ୍ତି । ଯାହାକୁ ନେଇ ବିଜେଡି ଶିବିରରେ ଏବେ ବଢିଲାଣି ଚିନ୍ତା ।

ବିଜେଡି ପାଇଁ କାଳ ହେବ କି ଟିକଟ ଘୋଷଣା ? କାରଣ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଜଣଙ୍କ ପରେ ଜଣେ ନେତା ଦଳ ଛାଡୁଛନ୍ତି । ଖାଲି ଦଳ ଛାଡୁଛନ୍ତି ତାହା ନୁହେଁ ବିଜେଡିର ଗୋହି ବି ଖୋଳୁଛନ୍ତି । ଏହାରି ଭିତରେ ସମୀର ବି ଟିକଟ ପାଇନାହାନ୍ତି । ତେଣୁ ଆଗାମୀ ଦିନରେ ନିମାପଡାରେ ବିଜେଡିର କି ସମୀକରଣ ହେଉଛି ତାହା ଦେଖିବାକୁ ବାକି ରହିଥିବା ବେଳେ ସମୀର ଯଦି ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ ନଦିଅନ୍ତି ତାହାଲେ ବିଜେଡିରେ ଗୋଷ୍ଠୀ କନ୍ଦଳ ବଢିବା ସହିତ ଦଳ ପରାଜୟ ସ୍ଵୀକାର କରିବା ନେଇ ବି ଚର୍ଚ୍ଚା ଜୋର ।

 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ