ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କରି ରେକର୍ଡ କରିବେ ନିର୍ମଳା ସୀତାରମଣ
by Argus News
Mon, Jul 22 | 1:31 p.m.

ଅର୍ଗସ ବ୍ୟୁରୋ : ରେକର୍ଡ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ସପ୍ତମ ଥର ପାଇଁ ସଂସଦରେ ବଜେଟ୍ ଉପସ୍ଥାପନା କରି ରେକର୍ଡ କରିବେ ନିର୍ମଳା । ୨୦୧୯ରେ ଦେଶର ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିବା ନିର୍ମଳା ଗୋଟିଏ ଅନ୍ତରୀଣ ବଜେଟ୍ ସହ ଛଅଟି ପୂର୍ଣ୍ଣକାଳୀନ ବଜେଟ୍ ଉପସ୍ଥାପନା କରିବାକୁ ଯାଉଛନ୍ତି । ତେବେ ଲଗାତାର ସପ୍ତମ ଥର ପାଇଁ ବଜେଟ୍ ଆଗତ କରି ନିର୍ମଳା, ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ଛଅ ଥରର ରେକର୍ଡ ଭାଙ୍ଗିବେ ।

ଅଧିକ ପଢନ୍ତୁ : ଅଗଷ୍ଟ 12 ତାରିଖ ଯାଏ ଚାଲିବ ସଂସଦର ବଜେଟ ଅଧିବେଶନ

ଦେଶର ତତ୍କାଳୀନ ଅର୍ଥମନ୍ତ୍ରୀ ଭାବେ ୧୯୫୯ରୁ ୧୯୬୪ ମସିହା ମଧ୍ୟରେ ଲଗାତାର ଛଅ ଥର ବଜେଟ୍ ଉପସ୍ଥାପନ କରିଥିଲେ ଯେଉଁଥିରେ ପାଞ୍ଚଟି ପୂର୍ଣ୍ଣାଙ୍ଗ ଓ ଗୋଟିଏ ଅନ୍ତରୀଣ ବଜେଟ୍ ସାମିଲ ଥିଲା । ତେବେ ସଂସଦରେ ସର୍ବାଧିକ ଦଶଟି ବଜେଟ୍ ଉପସ୍ଥାପନା କରିବାର ରେକର୍ଡ ବି ମୋରାରଜୀ ଦେଶାଇଙ୍କ ନାଁରେ ରହିଛି । ପି. ଚିଦାମ୍ବରମ ୯ ଥର ଓ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଅର୍ଥମନ୍ତ୍ରୀ ଭାବେ ୮ ଥର ବଜେଟ୍ ଉପସ୍ଥାପନ କରିଥିଲେ ।
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ