ବିହାର ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ନୀତିଶ କୁମାର
by Argus News
Mon, Feb 12 | 7:32 p.m.

ଅର୍ଗସ ବ୍ୟୁରୋ: ବିହାର ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ନୀତିଶ କୁମାର । ସୋମବାର ବିହାର ବିଧାନସଭାରେ ନୀତିଶ ସରକାର ବିଶ୍ୱାସ ମତ ହାସଲ କରିଛନ୍ତି । ବିହାରର ଏନଡିଏ ସରକାର ସପକ୍ଷରେ ୧୨୯ ବିଧାୟକଙ୍କ ଭୋଟ୍ ପଡିଥିବାବେଳେ, ବିରୋଧୀମାନେ କକ୍ଷତ୍ୟାଗ କରିଛନ୍ତି ।

ତେବେ ବିହାରର ଆସ୍ଥା ଭୋଟ୍ ଉପରେ ପ୍ରତିକ୍ରିୟା ରଖି ନୀତିଶ କୁମାର କହିଛନ୍ତି, ଆମେ ବିକାଶର କାମ ଏବଂ ଲୋକଙ୍କ ହିତ ପାଇଁ କାମ କରିବା ଜାରି ରଖିବୁ । ସମାଜର ପ୍ରତି ବର୍ଗଙ୍କୁ ଆମେ ଧ୍ୟାନ ଦେବୁ । ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରିଛନ୍ତି ନୀତିଶ କୁମାର । ଏଥିସହିତ ନୀତିଶ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ହିତ ପାଇଁ କାମ କରୁଛନ୍ତି, ରାଜ୍ୟର ହିତ ପାଇଁ କାମ କରିବେ ।

ସୂଚନାଯୋଗ୍ୟ ଯେ, ମହାମେଣ୍ଟରୁ ଓହରି ବିଜେପି ସହିତ ପୁଣି ସାମିଲ ହେଇଛନ୍ତି ନୀତିଶ କୁମାର। କିଛି ବର୍ଷ ତଳେ ଯେଉଁ ବିଜେପିକୁ ବାଏ ବାଏ କହି ନୀତିଶ କୁମାର ମହାମେଣ୍ଟରେ ସାମିଲ ହେଇଥିଲେ, ଏବେ ସେହି ବିଜେପି ପାଖକୁ ପୁଣି ରିଟର୍ଣ୍ଣ କରିଛନ୍ତି ନୀତିଶ । ଆଉ ବିହାରରେ ପୁଣି ଆରମ୍ଭ ହେଇଛି ଏନଡିଏ ରାଜ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ