ମିଳିଲାନି ଆମ୍ବୁଲାନ୍ସ, କାନ୍ଧରେ ବୁହା ହେଲା ଶବ
by Argus News
Fri, Jan 26 | 5:57 p.m.

ନବରଙ୍ଗପୁର: ମିଳିଲାନି ଆମ୍ବୁଲାନ୍ସ । ସମ୍ପର୍କୀୟ ବାରମ୍ବାର ଆମ୍ବୁଲାନ୍ସକୁ ଡାକିଲେ । କିନ୍ତୁ, ଆମ୍ବୁଲାନ୍ସ ନଆସିବାରୁ ଓ ହାତରେ ଟଙ୍କା ନଥିବାରୁ ବାଧ୍ୟ ହୋଇ 20 କିଲୋମିଟର ଶବକୁ ଭାରରେ ବୋହି ଆଣିଲେ ସମ୍ପର୍କୀୟ ଓ ବନ୍ଧୁବାନ୍ଧବ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁ ପୁଗାଁ ଗ୍ରାମରେ ।

ଘଟଣା ଅନୁସାରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କୁମଲି ଗ୍ରାମପଞ୍ଚାୟତ  ନିକଟ ପୁର୍ଣିଗୁଡା ଗ୍ରାମର କରୁଣା ଆମନାତ୍ୟ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ  ଫୁପୁଗାଁର  ଅଭି ଆମନାତ୍ୟଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କର  ଗୋଟିଏ ପୁଅ ଏବଂ  ଦୁଇଟି ଝିଅ ରହିଛନ୍ତି । ତେବେ ସାନ ଝିଅ ଜନ୍ମ  ହୋଇ 3 ମାସ ହେଇଥିବାରୁ କରୁଣା ଅମାନାତ୍ୟ ତାଙ୍କ ବାପାଙ୍କ ଘର ପୁର୍ଣିଗୁଡାକୁ ଯାଇଥିଲେ । ସେଠାରେ ତାଙ୍କର ଦେହାନ୍ତ ରାତିରେ ହେଇଥିଲା । 

ତେବେ ସେଠାରେ ଅନେକ କସରତ ପରେ ମଧ୍ୟ ସରକାରୀ ଗାଡି କି କୌଣସି ସରକାରୀ ସାହାଯ୍ୟ ସୁବିଧା ମିଳି ନଥିଲା । ସେମାନେ ଗରିବ ଶ୍ରେଣୀର ହୋଇଥିବାରୁ ଅର୍ଥାଭାବରୁ କୌଣସି ଗାଡିର ବ୍ୟବସ୍ଥା କରିପାରିନଥିଲେ । ଫଳରେ ତାଙ୍କ  ସମ୍ପର୍କୀୟମାନେ କୌଣସି ଉପାୟ ନପାଇ ପ୍ରାୟ  20 କିଲୋମିଟର ଖଟିଆରେ ବୋହି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ଫୁପୁଗାଁ ଗ୍ରାମକୁ ଠାରେ ଆଣି  ଶବ ସଂସ୍କାର କରିଥିଲେ । ଯାହାକୁ ନେଇ ଗ୍ରାମବାସୀ ସରକାରୀ ଯୋଜନାମାନଙ୍କୁ ତାଚ୍ଛଲ୍ୟ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । 
 

ରାଜ୍ୟରେ ଲାଗୁ ହେବ
20m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର