ପିଆଜ ଚାଷୀଙ୍କ ପାଇଁ ନାହିଁ ଶୀତଳ ଭଣ୍ଡାର
by Argus News
Wed, Dec 04 | 4:42 p.m.

ଅର୍ଗସ ବ୍ୟୁରୋ: ପିଆଜ ଚାଷୀଙ୍କ ପାଇଁ ନାହିଁ ଶୀତଳ ଭଣ୍ଡାର। ବାଧ୍ୟ ହୋଇ ଚାଷୀ ଅମଳ ସମୟରେ ଶାଗ ମାଛ ଦରରେ ବିକ୍ରି କରୁଥିବା ବେଳେ ପିଆଜ ରଖିବା ପାଇଁ ନାହିଁ ଶୀତଳ ଭଣ୍ଡାରର ବ୍ୟବସ୍ଥା। ନୂଆପଡ଼ା ଜିଲ୍ଲାର ସବୁ ବ୍ଲକରେ ପିଆଜ ଚାଷ କରୁଛନ୍ତି ଚାଷୀ। ହେଲେ ସଂରକ୍ଷଣ ପାଇଁ ଉଚିତ ବ୍ୟବସ୍ଥା ନ ଥିବାରୁ ଚାଷୀ କମ ଦାମରେ ବିକ୍ରି କରି କ୍ଷତି ସହୁଛି। ଚବିଶ ବର୍ଷର ବିଜେଡି ସରକାର ଚାଷୀଙ୍କ ପାଇଁ କିଛି ବ୍ୟବସ୍ଥା କରିନଥିବା ଅଭିଯୋଗ କରିଛନ୍ତି ଚାଷୀ। ଏଇ ହେଉଛନ୍ତି ନୂଆପଡ଼ା ସଦର ବ୍ଲକ ମହୁଆଭଟା ଗାଁର ଚାଷୀ ଜନାର୍ଦ୍ଦନ ରଣା। 

ନିଜର ଚାଷ ଜମିରେ ପଚାଶ ଡିସିମିଲରୁ ଅଧିକ ପିଆଜ ଚାଷ କରି ପ୍ରତିବର୍ଷ କ୍ଷତି ସହୁଛନ୍ତି ଜନାର୍ଦ୍ଦନ ରଣା। ସାଇତି ରଖିବା ପାଇଁ ଗୃହ ତ ମିଳିଛି ହେଲେ ବର୍ତ୍ତମାନ ତାହା ଗୁହାଳ ଭାବରେ କାମରେ ଆସୁଛି । ଶୀତଳ ଭଣ୍ଡାର ନଥିବାରୁ ପିଆଜକୁ ବେଶୀ ଦିନ ରଖି ହେଉନି କି ଉଚିତ ମୂଲ୍ୟରେ ବିକ୍ରି କରିପାରୁନାହିଁ ଚାଷୀ। ଯଦି ଶୀତଳ ଭଣ୍ଡାର ବ୍ୟବସ୍ଥା ହେଲେ ଚାଷୀ ତାର ଉଚିତ ମୂଲ୍ୟ ପାଇପାରନ୍ତା ବୋଲି ଚାଷୀ ମାନେ କହିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

PRAVATI PARIDA
ମହିଳାଙ୍କ ସ୍ବାର୍ଥ ପାଇଁ ଯାହା ଠିକ ସରକାର କରିବେ-ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ଗୃହରେ ହଟ୍ଟଗୋଳ । ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା । ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ୧୧ଟ
ରାଜଧାନୀ
ରାଜଧାନୀରେ ବଢୁଛି ବସ୍ତି ଲୋକଙ୍କ ସଂଖ୍ୟା
ଅର୍ଗସ ବ୍ୟୁରୋ : ବସ୍ତି ଲୋକଙ୍କ ସଂଖ୍ୟା ବଢ଼ୁଛି । ପାଞ୍ଚ ମହାନଗର ନିଗମରେ ରହୁଛନ୍ତି 1ଲକ୍ଷ 95 ହଜାର 95 ବସ୍ତି ପରିବାର । ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ବସ୍ତିରେ ରହୁଛନ୍ତି 80
ସିଙ୍ଗିଲ ୟୁଜ ପ୍ଲାଷ୍ଟି
୬ ମାସରେ କଟକରୁ ଜବତ ହେଲାଣି ୧୮୦୦ କେଜି ସିଙ୍ଗିଲ ୟୁଜ ପ୍ଲାଷ୍ଟିକ୍
କଟକ: କଟକରେ ବହୁଳ ଭାବେ ବ୍ୟବହାର ହେଉଛି ସିଙ୍ଗିଲ ୟୁଜ ପ୍ଲାଷ୍ଟିକ । ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ବ୍ୟବହାରକାରୀଙ୍କ ନୂଆ ସରକାରଙ୍କ ବଡ଼ ଆକ୍ସନ । ଚଳିତବର୍ଷ କେବଳ ୬ ମାସ ମଧ୍ୟରେ କଟ
ଦେବଯାନୀ କର
ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସର ଜୁନିୟର କ୍ଳର୍କ ଦେବଯାନୀ କର ଗିରଫ
ଭୁବନେଶ୍ୱର: ଗିରଫ ହେଲେ ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସର ଜୁନିୟର କ୍ଳର୍କ ଦେବଯାନୀ କର । ଗତକାଲି 20 ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଥିଲା ଭିଜିଲାନ୍ସ । ଯାଞ୍ଚ ବେଳେ ଅଫି
ଛତିଶାନିଯୋଗ ବୈଠକ
ରତ୍ନଭଣ୍ଡାର ମରାମତି ନେଇ ନିଆଯିବ ଚୂଡାନ୍ତ ନିଷ୍ପତ୍ତି
ପୁରୀ: ଆଜି ଛତିଶାନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ । ଅପରାହ୍ନ 5ଟା30ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିବ ଛତିଶାନିଯୋଗ ବୈଠକ । ରତ୍ନଭଣ୍ଡାର ମରାମତି ନେ