ପ୍ରାଇଭେଟ୍‌ କମ୍ପାନୀରେ ସାଙ୍ଘାତିକ ପ୍ରେସର, ଜଣଙ୍କ ପରେ ଜଣେ ହାରୁଛନ୍ତି ଜୀବନ !
by Argus News
Wed, Oct 02 | 7:26 p.m.

ଅର୍ଗସ ବ୍ୟୁରୋ: ୱାକ୍‌ ପ୍ରେସର ଲାଗି ଜଣେ କେବେ ଆତ୍ମହତ୍ୟା କରିପାରେ କି ? ଏ ପ୍ରଶ୍ନ ଆମେ ଏଇଥି ଲାଗି ପଚାରିଲୁ କାରଣ ବିଗତ ଦିନରେ ବାରମ୍ବାର ଏମିତି ଘଟଣା ସାମ୍ନାକୁ ଆସୁଛି । ପ୍ରାଇଭେଟ କମ୍ପାନୀରେ କାମ କରୁଥିବା ବେଳେ ଅଧିକ ପ୍ରେସର ହେଉଥିବା କାରଣରୁ କର୍ମଚାରୀ ପ୍ରାଣ ହରାଉଛନ୍ତି । କାରଣ ଉତ୍ତର ପ୍ରଦେଶ ଝାନ୍ସୀରେ ଥିବା ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀ, ଯାହାଙ୍କ ବୟସ ମାତ୍ର ୪୨ ନାଁ ତାଙ୍କର ତରୁଣ ସାକ୍ସେନ, ଜୀବନ ହାରିଛନ୍ତି ।

ପେଟ ପୋଷିବା ପାଇଁ କିଏ ଚାକିରି କରୁଛି ତ ଆଉ କିଏ ବ୍ୟବସାୟ ନହେଲେ ଆଉ କିଏ ମଜୁରୀ ଲାଗୁଛି । ପରିବାର ଓ ନିଜ ପେଟ ପୋଷିବା ପାଇଁ କିଏ କେତେ ଉପାୟରେ ରୋଜଗାର କରୁଛି । କାରଣ ଆମେ ସମସ୍ତେ ଜାଣିଛନ୍ତି ସବୁବେଳେ ସରକାରୀ ଚାକିରି ମିଳିବା ସମ୍ଭବ ନୁହେଁ । ହେଲେ ଘରୋଇ କ୍ଷେତ୍ରରେ କାମ କରିବା ଏବେ ଅନେକ କର୍ମଚାରୀଙ୍କୁ ମହଙ୍ଗା ପଡୁଛି । କାରଣ କମ୍ପାନୀରେ ସିନିୟରଙ୍କ ଦ୍ୱାରା ଦିଆଯାଉଥିବା କାମର ଚାପ ଓ ମାନସିକ ନିର୍ଯାତନା ମୃତ୍ୟୁର କାରଣ ବୋଲି ସାମ୍ନାକୁ ଆସୁଛି ତଥ୍ୟ । ଯାହା ଏବେ କର୍ପୋରେଟ୍‌ ଜଗତରେ ଝଡ଼ ସୃଷ୍ଟି କଲାଣି ।

ଆମେ ସମସ୍ତେ ଜାଣନ୍ତି କି ସାଧାରଣତଃ ପ୍ରାଇଭେଟ୍‌ କମ୍ପାନୀରେ କାମ ପ୍ରେସର ଟିକିଏ ଅଧିକ । ହେବା ବି ସ୍ଵାଭାବିକ । କାରଣ କମ୍ପାନୀ କମ୍ପାନୀ ଭିତରେ ଯେଉଁ ପରି ଭାବରେ ଏବେ ପ୍ରତିଯୋଗିତା ଲାଗୁଛି ତେଣୁ କାମ ଅଧିକ ରହୁଛି । ଅର୍ଥାତ୍‌ କମ ସମୟରେ ଅଧିକ କାମ କରିବାକୁ ପଡ଼େ । ହେଲେ ସେହି ପ୍ରେସର କେମିତିକା ? ତାହାକୁ ନେଇ ଏବେ ତଦନ୍ତ ହେଉଥିବା କୁହାଯାଉଛି । ତେବେ ତରୁଣ ଜୀବନ ହାରିବା ପୂର୍ବରୁ ଲେଖିଛନ୍ତି,  ଅସହ୍ୟ କାର୍ଯ୍ୟ ଚାପ ଏବଂ ମାନସିକ ନିର୍ଯାତନାକୁ ବରଦାସ୍ତ କରିବା ତାଙ୍କ ପକ୍ଷେ ଅସମ୍ଭବ ଥିଲା । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ତରୁଣ ମୃତ୍ୟୁ ପୂର୍ବରୁ ନିଜ ପତ୍ନୀ ଏବଂ ଦୁଇ ପିଲାଙ୍କୁ ଗୋଟିଏ କୋଠରୀରେ ତାଲା ପକାଇ ରଖିଥିଲେ । ଚିଠିରେ ଲେଖିଛନ୍ତି, ନିଜର ସର୍ବଶ୍ରେଷ୍ଠ ଉଦ୍ୟମ ସତ୍ତ୍ୱେ ତାଙ୍କର ସିନିୟର ତାଙ୍କ ଉପରେ ଖୁସି ନଥିଲେ । ଏମିତିକି ତାଙ୍କୁ ବାରମ୍ବାର ଅପମାନ ସହ୍ୟ କରିବାକୁ ପଡ଼ୁଥିବା କଥା ମଧ୍ୟ ସେ ଲେଖିଛନ୍ତି । ୪୫ ଦିନ ଧରି ତାଙ୍କୁ ରାତିରେ ନିଦ ହେଉନଥିଲା । ଖାଇବା ପିଇବା ଠିକ୍‌ସେ କରୁନଥିବା ବେଳେ ଅତ୍ୟଧିକ ଚାପରେ ଥିଲେ ।  ଏହାସହ ନିଜ ପରିବାରକୁ କ୍ଷମା ମାଗିବା, ପରସ୍ପରର ଯତ୍ନ ନେବାକୁ ମଧ୍ୟ ସେ ନିଜ ସୁଇସାଇଡ ନୋଟ୍‌ରେ ଲେଖିଦେଇଛନ୍ତି । ମୃତ୍ୟୁ ମାମଲା ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ହେଲେ କମ୍ପାନୀ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ । ତେବେ ଏବେ କାମ ପ୍ରେସରକୁ ନେଇ ମୃତ୍ୟୁ ମାମଲା ସାମ୍ନାକୁ ଆସୁଥିବାରୁ ଚିନ୍ତା ବଢିଛି ।

 

NAVEEN PATNAIK
23m ago
ଅଡୁଆରେ ପଡ଼ିପାରନ୍ତି ନବୀନ ପଟ୍ଟନାୟକ ଓ  ଭି. କେ ପଣ୍ଡିଆନ
ଅର୍ଗସ ବ୍ୟୁରୋ: ଅଡୁଆରେ ପଡ଼ିପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଭି. କେ ପଣ୍ଡିଆନ । ଉଭୟଙ୍କ ନାଁରେ ଅପରାଧିକ ମାମଲା ରୁଜୁ ପାଇ
ମାସୁମ ଖାନ
ମାସୁମ ଖାନର ଜାଲିମ କରନାମାର ପର୍ଦ୍ଦାଫାସ କରିବାରୁ ନାଲିଆଖି
ଅର୍ଗସ ବ୍ୟୁରୋ: ମାସୁମ ଖାନର ବେଆଇନ କାରନାମାର ପର୍ଦ୍ଦାଫାଶ କରିବାରୁ ଗଣମାଧ୍ୟମର କଣ୍ଠରୋଧ ପାଇଁ ହୀନ ପ୍ରୟାସ। ବୁଧବାର ବି ରାଜସ୍ବ ଓ ବନ ବିଭାଗ ପକ୍ଷରୁ ଇସଲାମନଗରରେ ବେଆଇନଜମି
ବିଜେଡି
ଉଗ୍ର ହେଉଛି ବିଜେଡି କନ୍ଦଳ
ଅର୍ଗସ ବ୍ୟୁରୋ: ଉଗ୍ରରୂପ ଧାରଣ କରୁଛି ବିଜେଡି ଗୋଷ୍ଠୀ କନ୍ଦଳ । ନବୀନଙ୍କ ସାମ୍ନାରେ କଥା କଟାକଟି ଓ ହାତା ହାତି ହେଉଛନ୍ତି ଦଳୀୟ ନେତା । ପରାଜୟ ପରେ ବିଜେଡି ସୁପ୍ରିମୋଙ୍କ ଜିଲ୍ଲ