ରାସ୍ତା ମଝିରେ ନିର୍ଧୁମ ଛେଚିଲେ ଦୁର୍ବୃତ୍ତ, ଭାଇରାଲ୍‌ ହେଲା ଭିଡିଓ
by Argus News
Mon, Apr 15 | 3:11 p.m.

ଅର୍ଗସ ବ୍ୟୁରୋ : ଦିଲ୍ଲୀ ନୋଇଡ଼ାରେ ପୁଣି ଅଘଟଣ । ଅଘଟଣ ପରେ ଭିଡ଼ିଓ ହେଲା ଭାଇରାଲ । ଯାହାକୁ ନେଇ ଏବେ ସବୁ ଆଡ଼େ ଏବେ ଚର୍ଚ୍ଚା । ରାସ୍ତା କଡ଼ରେ ଛିଡ଼ା ହେଇଥିବା କାରରୁ ଜଣେ ବ୍ୟକ୍ତିଙ୍କୁ ଟାଣି ନେଇ କିଛି ଲୋକ ତାଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାର ଲାଗିଛି । ଏହି ଘଟଣା ଲୋଇଡ଼ା ସେକ୍ଟର ୧୨୬ ପୋଲିସ ଷ୍ଟେସନ ପରିସରରେ ଆମିଟି ୟୁନିଭରସିଟି ଗେଟ୍ ନଂ ୫ ନିକଟରେ ଏହି ଘଟଣା ଘଟିଥିବା ସୂଚନା ରହିଛି । 

ଏହି ଭିଡିଓରେ ଦେଖିବାକୁ ମିଳିଛି ଏକ ଫର୍ଚୁନର କାର ଭିତରୁ ଜଣେ ଯୁବକଙ୍କୁ ଟାଣି ନେଉଥିବାର ନଜର ଆସିଛନ୍ତି । ସେମାନେ ରାସ୍ତା ମଝିରେ ଯୁବକ ଜଣଙ୍କୁ ବିଧା, ଗୋଇଠା ମାରିଛନ୍ତି । ଆକ୍ରମଣ ସମୟରେ ପୀଡ଼ିତଙ୍କ ଜୋତା ମଧ୍ୟ ବାହାରକୁ ବାହାରି ରାସ୍ତାରେ ଛିନ୍ନଛତ୍ର ହୋଇ ପଡ଼ିଥିବାର ଭିଡିଓରେ ଦେଖିବାକୁ ମିଳିଛି । ଅନ୍ୟ ଏକ ଭିଡିଓରେ, ଜଣେ ଯୁବତୀ ଉକ୍ତ ଫର୍ଚୁନର୍ କାରରୁ ଓହ୍ଲାଇ ସେହି ବ୍ୟକ୍ତିଙ୍କ ଜୋତା ଉଠାଇଥିବାର ନଜର ଆସିଛନ୍ତି। ସେ ଜୋତାକୁ କାର ଭିତରେ ରଖୁଛନ୍ତି । 

ଅଧିକ ପଢନ୍ତୁ ଭାରତ ଖହର

ତା’ପରେ ପୀଡ଼ିତ ଯୁବକ ଜଣକ ଚାରିଆଡ଼କୁ ଚାହିଁ ଧୀରେ ଧୀରେ ଉଠିକରି କାର୍‌ ଭିତରକୁ ଯାଉଛନ୍ତି । ସୋସିଆଲ ମିଡିଆରେ ଭିଡିଓ ଦେଖିବା ପରେ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିବା ବୋଲି ପୋଲିସ କହିଛି । ଏହାର ନମ୍ବର ପ୍ଲେଟକୁ ଚିହ୍ନଟ କରି ଗାଡିଟି ଚିହ୍ନଟ ହୋଇଥିବା ପୋଲିସ ସୂଚନା ଦେଇଛି । କାରରୁ ଟାଣି ଆଣି  କାହିଁକି ପୀଡ଼ିତଙ୍କୁ ଏତେ ‌ଲୋକ ନିର୍ଯାତନା ଦେଇଥିଲେ ତାହା ସ୍ପଷ୍ଟ ହୋଇନାହିଁ । ପରେ ପୁଲିସ ପୀଡିତଙ୍କ ସହ ଯୋଗାଯୋଗ କରିଥିଲା । 

UPI
30m ago
UPI ୱାଲେଟକୁ ଆକ୍ଟିଭେଟ କିପରି କରିବେ ?
ଅର୍ଗସ ବ୍ୟୁରୋ: ପେଟିଏମ୍ ୟୁପିଆଇ ଲାଇଟ୍ ବ୍ୟବହାର କରିଛନ୍ତି ? ଏହା ହେଉଛି ଏକ ଅନ ଡିଭାଇସ ୱାଲେଟ। ଏଥିରେ ଗ୍ରାହକ ମାନେ ସହଜରେ ଟଙ୍କା ଜମା କରିବା ସହ ନେଣଦେଣ ମଧ୍ୟ କରିପାରିବେ । ଏଥିର
LOW PRESSURE
ନିର୍ବାଚନରେ ବାଧକ ସାଜିପାରେ ବର୍ଷା...
ଅର୍ଗସ ବ୍ୟୁରୋ: ଆଗାମୀ ୨୨ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି l ଏହା ପ୍ରାଥମିକ ସ୍ତରରେ ଉତ୍ତରପୂର୍
ADR REPORT
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୩୩% ବିଧାୟକ ପ୍ରାର୍ଥୀ କୋଟିପତି
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୬ ଜଣ ଅର୍ଥାତ୍ ୩୩% ବିଧାୟକ ପ୍ରାର୍ଥୀ କୋଟିପତି । କେନ୍ଦୁଝର ଚମ୍ପୁଆର BJD ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ତୃତୀୟ ପର୍ଯ୍ୟାୟ