ପ୍ରବଳ ବର୍ଷା ପରେ କମିଲା ଉତ୍ତରଭାରତର ତାପମାତ୍ରା
by Argus News
Wed, Apr 24 | 3:54 p.m.

ଅର୍ଗସ ବ୍ୟୁରୋ: ଦିନକୁ ଦିନ ବଢ଼ିଚାଲିଛି ସାରା ସମଗ୍ର ଦେଶର ତାପମାତ୍ରା । ଏଥିରୁ ବାଦ ପଡ଼ିନି ରାଜଧାନୀ ଦିଲ୍ଲୀ। ଏହା ମଧ୍ୟରେଏକ ଆଶ୍ଵସ୍ତିକର ଘଟଣା ସାମ୍ନାକୁ ଆସିଛି । ପ୍ରଚଣ୍ଡ ଗରମ ଭିତରେ ମଧ୍ୟ ରାଜଧାନୀ ଦିଲ୍ଲୀରେ ପବନ ସହ ପ୍ରବଳ ବର୍ଷା ହୋଇଛି । ଦିଲ୍ଲୀ ଏନସିଆର ସମେତ ଉତ୍ତରପ୍ରଦେଶରେ ସାଧାରଣରୁ ମଧ୍ୟମ ଧରଣର ବର୍ଷା ହୋଇଛି। 

ପାଣିପାଗକୁ ନଜରରେ ରଖି ଦିଲ୍ଲୀ ଇନ୍ଦିରାଗାନ୍ଧୀ ଏୟାରପୋର୍ଟର ୧୫ଟି ବିମାନ ଉଡାଣକୁ ଅନ୍ୟତ୍ର ପରିବର୍ତ୍ତନ କରାଯାଇଛି । ଭାରତୀୟ ପାଣିପାଗର ସୂଚନା ଅନୁସାରେ ଆସନ୍ତା ଗୁରୁବାର ଦିନ ପାଗ ଅନୁକୂଳ ରହିବାସହ ତାପମାତ୍ରା ୩୮ ଡିଗ୍ରୀ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଏହା ମଧ୍ୟ କୁହାଯାଇଛି ଯେ ଦିଲ୍ଲୀ-ଏନସିଆରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।  ଆଗାମୀ ୭ ଦିନ ପର୍ଯ୍ୟନ୍ତ ଉତ୍ତରଭାରତ ସମେତ ଦିଲ୍ଲୀରେ ଗରମ ଅନୁଭୂତ ହେବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

METEOROLOGICAL
9m ago
ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପାଗ ବିଭାଗ
ଅର୍ଗସ ବ୍ୟୁରୋ : ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପା
ELECTION
14m ago
କଟକ ବାରବାଟୀରେ ଏଥରେ ମହା ଲଢେଇ
ଅର୍ଗସ ବ୍ୟୁରୋ : ବର୍ତ୍ତମାନ କଟକ ବାରବାଟୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ । କଟକ ସହରରେ ଆରମ୍ଭ ହୋଇଥିବା ଯାଇକ
BJP
20m ago
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି
ଅର୍ଗସ ବ୍ୟୁରୋ : ନିର୍ବାଚନୀ ହିଂସା ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି । ଓଡ଼ିଶା ପୋଲିସ ବିଜେଡିର ହାତ ବାରିଶି ସାଜିଛି । ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପର