ଲଢିବାକୁ ଯାଇଥିଲେ କିମ୍‌ଙ୍କ ସୈନ୍ୟ, ଡରି ଦୌଡି ପଳାଇଲେ କିମ୍‌ଙ୍କ ସିପାହୀ !
by Argus News
Thu, Oct 17 | 6:24 p.m.

ଅର୍ଗସ ବ୍ୟୁରୋ: ଗୋଟିଏ ମଧ୍ୟରେ ଇସ୍ରାଏଲ-ଇରାନ ଯୁଦ୍ଧ ଅନ୍ୟପଟେ ଋଷିଆ-ୟୁକ୍ରେନ ଯୁଦ୍ଧ । କେହି କାହାରିକୁ ଛାଡିବାକୁ ନାରାଜ । ଏହାରି ଭିତରେ ଋଷିଆ-ୟୁକ୍ରେନ ଯୁଦ୍ଧକୁ ୩ ବର୍ଷ ପୁରିଛି । ଅନେକ ଦେଶ ମଧ୍ୟସ୍ଥତା କରିବା ପରେ ବି ଯୁଦ୍ଧରେ ପରିସମାପ୍ତି ଘଟୁନାହିଁ । ହେଲେ ଏବେ ସାମ୍ନାକୁ ଯେଉଁ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା । କୁହାଯାଉଛି କି ଋଷିଆକୁ ସାହାଯ୍ୟ କରିବାକୁ କିମ୍ ୧୦ ହଜାର ସୈନିକ ପଠାଇଥିଲେ କିନ୍ତୁ ସୀମାରୁ ସେମାନଙ୍କ ମଧ୍ୟରୁ କିଛି ସୈନ୍ୟ ଡରି ପଳାଇଥିବାର ଖବର ଆସିବା ପରେ ଚର୍ଚ୍ଚା ଜୋର ।

ୟୁକ୍ରେନ ଉପରେ ଘମାଘୋଟ୍‌ ଆକ୍ରମଣ ଜାରି ରଖିଛି ଋଷିଆ । ଖାଲି ଆକ୍ରମଣ କରୁଛି ତାହା ନୁହେଁ ବରଂ ଲକ୍ଷାଧିକ ଲୋକଙ୍କ ଜୀବନ ବି ଯାଇଛି । ସେପଟେ, ୟୁକ୍ରେନ ମଧ୍ୟ ଋଷିଆ ଉପରେ ଆକ୍ରମଣ କରୁଛି । କିନ୍ତୁ ଏହାରି ଭିତରେ ଉତ୍ତର କୋରିଆର ରାଷ୍ଟ୍ରପତି କିମ୍‌ ନିଜ ସୈନ୍ୟ ଋଷିଆକୁ ପଠାଇଛନ୍ତି । ସିଏ ପୁଣି ୧୦ ହଜାରରୁ ଅଧିକ ସଂଖ୍ୟାରେ । ଯେଉଁମାନଙ୍କ ମଧ୍ୟରୁ ପ୍ରାୟ ୩ ହଜାର ସଂଖ୍ୟାର ସୈନ ଋଷିଆ ନିଜର ସ୍ଵତନ୍ତ୍ର ବାଟାଲିୟନରେ ସାମିଲ କରିଛି ଯାହାର ନାଁ ବରୟାତ ରଖାଯାଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ୟୁକ୍ରେନ ସୀମାଠାରୁ ମାତ୍ର ୭ କିଲୋମିଟର ଦୂରରେ ଥିବା ବରିୟାନସ୍କ ଏବଂ କୁର୍ସ୍କ ଅଞ୍ଚଳରେ ନିୟୋଜିତ ୧୮ ଜଣ ଉତ୍ତର କୋରିଆ ସୈନ୍ୟ ନିଜ ପୋଷ୍ଟରୁ ଭୟରେ ପଳାଇଛନ୍ତି । ଅବଶ୍ୟ କେଉଁ ନିର୍ଦ୍ଦିଷ୍ଟ କାରଣ ପାଇଁ ସେମାନେ ପଳାଇଯାଇଛନ୍ତି ତାହା ଜଣାପଡ଼ିନାହିଁ । ହେଲେ ଏହା ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

ୟୁକ୍ରେନ ସହ ଋଷିଆର ଯୁଦ୍ଧ ଚାଲିଥିବା ବେଳେ ଉତ୍ତର କୋରିଆ ଋଷର ସୈନ୍ୟିକଙ୍କୁ ପଠାଇଥିଲା ସାହାଯ୍ୟ କରିବାକୁ । ହେଲେ ସେହି ସୈନିକଙ୍କ ମଧ୍ୟରୁ ପ୍ରାୟ ୧୮ ଜଣ ନିଜ ପୋଷ୍ଟ ଛାଡି କେଉଁ ଆଡ଼େ ପଳାଇଯାଇଛନ୍ତି । କୁହାଯାଉଛି କି, ଋଷିଆ ଶୀର୍ଷ କମାଣ୍ଡର ଏହି ଘଟଣା ସମ୍ପର୍କରେ ଏଯାଏ ଅବଗତ ନାହାନ୍ତି । ଏମିତିକି ତାଙ୍କୁ ଏହି ଘଟଣା ସମ୍ପର୍କରେ ଜାଣିଶୁଣି ଲୁଚା ଯାଇଥିବା ସୂଚନା ମିଳୁଛି ।

ସୂଚନା ଅନୁସାରେ, ଅକ୍ଟୋବର ୩ରେ ଡୋନେଟସ୍କ ନିକଟରେ କ୍ଷେପଣାସ୍ତ୍ର ଆକ୍ରମଣରେ ୨୦ରୁ ଅଧିକ ସୈନ୍ୟ ପ୍ରାଣ ହରାଇଥିଲେ । ସେମାନମଧ୍ୟରେ ୬ ଜଣ ଉତ୍ତର କୋରିଆ ସୈନ୍ୟ ଥିଲେ। ଫେବୃଆରୀ ୨୦୨୨ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଉତ୍ତର କୋରିଆ ରୁଷିଆକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ପ୍ରମୁଖ ଦେଶ ମଧ୍ୟରୁ ଅନ୍ୟତମ ଅଟେ । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ସାମରିକ ଅସ୍ତ୍ରଶସ୍ତ୍ରର ବାର୍ଷିକ ଆବଶ୍ୟକତାର ୫୦ ପ୍ରତିଶତ ରୁଷିଆ ଉତ୍ତର କୋରିଆ ଉପରେ ନିର୍ଭର କରେ। ଯାହା ଦୁଇ ଦେଶ ମଧ୍ୟରେ ଥିବା ଶକ୍ତିଶାଳୀ ସାମରିକ ସହଯୋଗକୁ ସ୍ପଷ୍ଟ କରୁଛି ।

ଯୁଦ୍ଧ ଭିତରେ ଋଷିଆ ସହ ବାରମ୍ବାର ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଜେଲେନସ୍କି । କିନ୍ତୁ ଋଷିଆ ଆଲୋଚନା କରିବାକୁ ଚାହୁଁନାହିଁ । ତେଣୁ ଉଭୟ ଦେଶ ମଧ୍ୟରେ ଯୁଦ୍ଧ କମୁନି । ଆଉ ଏବେ ପୁଣି ଥରେ ଋଷିଆର ସାମରିକ ସ୍ଥଳକୁ କ୍ଷେପଣାସ୍ତ୍ର ଟାର୍ଗେଟ୍‌ର ଅନୁମତି ମାଗିଛନ୍ତି ଜେଲେନସ୍କି । ଯେଉଁଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି କି ୟୁକ୍ରେନ୍‌-ଋଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେରିକା ମୁଣ୍ଡ ପୂରାଇବ । କିନ୍ତୁ ଉତ୍ତର କୋରିଆର ସୈନ୍ୟ କୁଆଡ଼େ ଗଲେ ତାହା ଉପରୁ ଏଯାଏ ପରଦା ଉଠିନି ।
 

ଉଚ୍ଚ ଜୁଆର
9m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
13m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ