ଦାୟିତ୍ୱରୁ ହଟିଲେ ଏନଟିଏର ଡିଜି ସୁବୋଧ ସିଂ
by Argus News
Sun, Jun 23 | 8:02 a.m.

ଅର୍ଗସ ବ୍ୟୁରୋ:  ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଭିତରେ ଏନଟିଏର ଡିଜି ସୁବୋଧ ସିଂଙ୍କୁ ଦାୟିତ୍ବରୁ ହଟାଯାଇଛି । ତାଙ୍କ ସ୍ଥାନରେ ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ ସିଂ ଖାରୋଲାଙ୍କୁ ଦାୟିତ୍ବ ଦିଆଯାଇଛି । ପ୍ରଦୀପ ସିଂ ଏବେ ଇଣ୍ଡିଆନ୍ ଟ୍ରେଡ୍ ପ୍ରମୋସନ୍ ଅର୍ଗାନାଇଜେସନର ମ୍ୟାନେଜିଂ ଡାଇରେକ୍ଟର ଅଛନ୍ତି । ଏଥିସହ ତାଙ୍କୁ ଏନଟିଏର ଡିଜି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ପୂର୍ବରୁ ଏନଟିଏ ପରୀକ୍ଷାକୁ ତ୍ରୁଟିଶୂନ୍ୟ, ସ୍ବଚ୍ଛତା ଓ ସୁପରିଚାଳନା ପାଇଁ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଇସ୍ରୋର ପୂର୍ବତନ ମୁଖ୍ୟ କେ. ରାଧାକ୍ରିଷ୍ଣନନଙ୍କ ଅଧ୍ୟକ୍ଷତାରେ ଏକ ୭ଜଣିଆ କମିଟି ଗଠନ କରାଯାଇଛି ।

ଇସ୍ରୋର ପୂର୍ବତନ ଚେୟାରମ୍ୟାନ୍ କେ. ରାଧାକ୍ରିଷ୍ଣନନଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଏହି କମିଟି ଦୁଇ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ପରିଚାଳନା ଓ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ ପାଇଁ କମିଟି ସୁପାରିସ କରିବ। ଆଜି ହେବାକୁ ଥିବା NEET-ପିଜି ଏଣ୍ଟ୍ରାନ୍ସ ପରୀକ୍ଷା ସ୍ଥଗିତ ହୋଇଛି । ଖୁବଶୀଘ୍ର ନୂଆ ତାରିଖ ଘୋଷଣା କରିବ NBE । ଏନଟିଏ ପରୀକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ଅଣାଯାଉଥିବା ବିଭିନ୍ନ ପଦକ୍ଷେପ ମଧ୍ୟରୁ ଉଚ୍ଚସ୍ତରୀୟ କମିଟି ଗଠନ ହେଉଛି ପ୍ରଥମ ପଦକ୍ଷେପ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ।

ଅଧିକ ପଢ଼ନ୍ତୁ ଦେଶ ଖବର:

ନଡ଼ିଆ ତେଲ
ନଡ଼ିଆ ତେଲ ଏବଂ ଭିଟାମିନ ଇ କ୍ୟାପସୁଲ ଚେହେରା ପାଇଁ ବେଶ ଲାଭଦାୟକ
ଅର୍ଗସ ବ୍ୟୁରୋ: ନଡ଼ିଆ ତେଲ ଏବଂ ଭିଟାମିନ ଉଭୟ ସ୍କିନ ପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ। ଏପରି ପରିସ୍ଥିତିରେ ଯଦି ଆପଣ ଏହି ଦୁଇଟିକୁ ଏକାଠି ବ୍ୟବହାର କରନ୍ତି ତେବେ ସ୍କିନ ପୁରା ଉଜ୍ଜ୍ବ
ସିଦ୍ଧବଳଦେବ ଜୀଉଙ୍କ
ସିଦ୍ଧବଳଦେବ ଜୀଉଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ଅର୍ଗସ ବ୍ୟୁରୋ: ଶ୍ରୀଶ୍ରୀ ସିଦ୍ଧ ବଳଦେବ ଜୀଉଙ୍କ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ମୁନିସିପାଲିଟି ଟାଉନ୍‌ହଲ୍‌ଠାରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାର
ବିବାହିତା ମହିଳାଙ୍କୁ
ବିବାହିତା ମହିଳାଙ୍କୁ ଚାକିରି ନ ଦେବା ନେଇ ଅଡୁଆରେ ଆପଲ କମ୍ପାନୀ: ଜବାବ ମାଗିଲା କେନ୍ଦ୍ର
ଅର୍ଗସ ବ୍ୟୁରୋ: ବିବାହିତା ମହିଳାଙ୍କୁ ଚାକିରି ମନା । ଏଭଳି ଅଜବ ନିୟମ ଆଣି ଚର୍ଚ୍ଚାରେ ଆପଲ୍ କମ୍ପାନୀ । ଭାରତରେ ଥିବା ଆପଲର ଏକ ସଂସ୍ଥା ବିବାହିତ ମହିଳାଙ୍କୁ ଚାକିରି ଦେବାକୁ ମନ