ଚର୍ଚ୍ଚାରେ ପ୍ରହଲ୍ଲାଦଙ୍କ ନୂଆଁଖାଇ ଶାଢି
by Argus News
Sat, Sep 07 | 1:42 p.m.

ସୁବର୍ଣ୍ଣପୁର:  ଚର୍ଚ୍ଚାରେ ପ୍ରହଲ୍ଲାଦଙ୍କ ନୂଆଁଖାଇ ଶାଢି । କଳା ସଂସ୍କୃତି ଓ ପରମ୍ପରାର ମାଟି ସୁବର୍ଣ୍ଣପୁର । ଏଠାକାର ହସ୍ତତନ୍ତର ଚାହିଦା ସୁଦୂର ପ୍ରସାରି ଥିବାବେଳେ ତନ୍ତ ଶିଳ୍ପୀ ମାନେ ସବୁବେଳେ କିଛି ନୂଆ କରିବାର ପ୍ରଚେଷ୍ଟା କରନ୍ତି । ସରୁ ସୂତାରେ ସୂଖ୍ମ କଳା ପ୍ରସ୍ଫୁଟିତ କରିବାରେ ସ୍ଥାନୀୟ ତନ୍ତଶିଳ୍ପୀ ମାନଙ୍କର ପ୍ରସିଦ୍ଧି ରହିଛି । କେତେବେଳେ ଲଙ୍କାପୁଡି ଶାଢି ତ କେତେବେଳେ ଗଣିତ ଶାଢି ପୁଣି କେତେ ବେଳେ ମା' ଶାଢି ବୁଣି ସୁନାମାଟିର ତନ୍ତ କାରିଗରମାନେ ଏ ମାଟିର ଗୌରବ ବଢାଇଛନ୍ତି । 

ବର୍ଷେ ପୂର୍ବରୁ ସୋନପୁର ଗଡ଼ଜାତର ପ୍ରସିଦ୍ଧ ଖେଳ ଗଞ୍ଜପାକୁ ନେଇ ଏକ ଶାଢି ବୁଣି ସୁନାମ ଅର୍ଜିଥିବା ପଟାଭାଡିର ପ୍ରସିଦ୍ଧ ତନ୍ତଶିଳ୍ପୀ ପ୍ରହଲ୍ଲାଦ ମେହେର ଏବେ ନୂଆଁଖାଇ ଶାଢି ପ୍ରସ୍ତୁତ କରି ଚର୍ଚ୍ଚାରେ ଥିବା ସହ ପୁଣି ଗୌରବ ଆଣିଛନ୍ତି । ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇକୁ ପ୍ରହଲ୍ଲାଦ ସରୁ ପାଟ ସୂତାରେ ସ୍ଥାନିତ କରିଛନ୍ତି । ଚଳିତ ନୂଆଁଖାଇରେ ଏହି ନୂଆଁଖାଇ ଶାଢିକୁ ଲୋକେ ନିଶ୍ଚୟ ଆଦର କରିବେ ବୋଲି ପ୍ରହଲ୍ଲାଦ କହିଛନ୍ତି । ଏହି ଶାଢିରେ ନୂଆଁଧାନ ସଂଗ୍ରହଠାରୁ ଜୁହାର୍ ଭେଟ ପର୍ଯ୍ୟନ୍ତ ନୂଆଁଖାଇର ପ୍ରତ୍ୟେକଟି ସୋପାନ ସ୍ଥାନିତ ହୋଇଛି । 

ଝାଙ୍କରଙ୍କ ନୂଆ ଧାନ ସଂଗ୍ରହ, ପାହୁର୍ ଯାତ୍ରା, ଇଷ୍ଟ ଦେବା ଦେବୀଙ୍କୁ ନବାନ୍ନ ଲାଗି, ଏକାଠି ବସି ନବାନ୍ନ ଭକ୍ଷଣ, ନୂଆଁ ଖାଇଲା ପରେ ଜୁହାର୍ ଭେଟ୍ ଆଦିକୁ ସୁନ୍ଦର ଢଙ୍ଗରେ ବୁଣାଯାଇଛି । ସବୁଠୁ ଆକର୍ଷଣୀୟ ଲାଗୁଛି ରାତିର ସାଂସ୍କୃତିକ କାର୍ଯ୍ୟକ୍ରମ । ନୂଆଁଖାଇ ଶାଢିକୁ ଦେଖିଲେ ଆଖି ଝଲସି ଯାଉଛି । ତେବେ ସୋନପୁରର ପ୍ରସିଦ୍ଧ ତନ୍ତଗୁରୁ ପ୍ରଫୁଲ୍ଲ ମେହେର ଏହି ଶାଢି ବୁଣିବାକୁ ପ୍ରହଲ୍ଲାଦଙ୍କୁ ପ୍ରେରଣା ଯୋଗାଇ ଥିଲେ । ପ୍ରହଲ୍ଲାଦ ଶାଢିର ବାନ୍ଧ ଏବଂ ବୁଣାଇ କାମ ସଂପନ୍ନ କରିଛନ୍ତି । ତାଙ୍କ ପତ୍ନୀ ମମତା, ଦୁଇ ପୁଅ ରୋହନ ଏବଂ ରାହୁଲ ବେଶ ସାହାଯ୍ୟ କରିଛନ୍ତି । 

ଏହି ଶାଢି ବୁଣିବା ପାଇଁ ୨ ମାସ ସମୟ ଲାଗିଛି । ୬ ଗ୍ରାମ ଉତ୍ତମ ପାଟ ସୂତାରେ ବୁଣାଇ ହୋଇଛି ଏହି ଶାଢି । ଶାଢିରେ କଫି, ରଷ୍ଟ, ଲାଲ ଏବଂ କଳା ଚାରୋଟି ରଙ୍ଗ ବ୍ୟବହାର ହୋଇଛି । ତେବେ ସ୍ଥାନୀୟ ବଜାରରେ ଶାଢିର ଦାମ ୨୦ ରୁ ୨୫ ହଜାର ଟଙ୍କା ରହିଛି । ପଶ୍ଚିମ ଓଡିଶାର ଗଣପର୍ବକୁ ପାଟ ସୂତାରେ ବୁଣି ନିଜକୁ ଖୁବ୍ ଗର୍ବିତ ଲାଗୁଛି ବୋଲି ପ୍ରହଲ୍ଲାଦ କହିଛନ୍ତି । ତେବେ ତନ୍ତକଳା ପାଇଁ ସେ ପୂର୍ବରୁ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି ।
 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ