ପିଲାଙ୍କ ଲାଗି ସରକାର ଦେଲେ ଟଙ୍କା, ଖାଇଦେଲେ ଇଞ୍ଜିନିୟର
by Argus News
Thu, Sep 19 | 7:28 p.m.

ଅର୍ଗସ ବ୍ୟୁରୋ : ସତ ଦେଖାଇଦେବାରୁ ବୁମ୍‌ ଠେଲି ଦେଉଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ଏହି ଗୋଟିଏ ଦୃଶ୍ୟ ହିଁ ବୟାନ କରୁଛି ପ୍ରକୃତରେ ସ୍କୁଲରେ ଦୁର୍ନୀତି ହୋଇଛି କି ନାହିଁ । କାରଣ ଅଭିଯୋଗ ହେଉଛି କି, ସ୍କୁଲର ବିକାଶ ଲାଗି ଯେଉଁ ଟଙ୍କା ଆସିଥିଲା ତାହାକୁ ହରିଲୁଟ୍‌ କରାଯାଇଛି । ଯେଉଁ ସାମଗ୍ରୀ ପାଇଁ ଯେତିକି ଟଙ୍କା ଆସିଥିଲା ସେଥିରୁ ଟଙ୍କା ଚଳୁ କରି ଅତି ନିମ୍ନମାନର ଜିନିଷ ସ୍କୁଲରେ ଲାଗିଛି । ଆଉ ସତ ଦେଖାଇବା ପରେ ଏମିତି ବୁମ୍‌କୁ ଠେଲୁଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । 

ଶିକ୍ଷାର ବିକାଶ ହେଲେ ଦେଶର ବିକାଶ ହେବ । କେମିତି ଗୁଣାତ୍ମକ ଶିକ୍ଷା ପାଇବେ ପିଲାଏ ସେଇଥି ଲାଗି ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି । ସ୍କୁଲର ବିକାଶ ଲାଗି ଟଙ୍କା ବ୍ୟୟବରାଦ ବି କରୁଛନ୍ତି । ହେଲେ ଏଇଠି ନିମ୍ନମାନର ସାମଗ୍ରୀ ଯୋଗାଇ ମାଲେମାଲ୍ ଇଞ୍ଜିନିୟର୍ । ଯାହାର ପ୍ରମାଣ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲାରେ । ଦେଖନ୍ତୁ ଏ ନିମ୍ନମାନର ଟେବୁଲ୍, ପଙ୍ଖା, କଳାପଟାକୁ । ସଦର ବ୍ଲକ ପଗାରପାଣି ପ୍ରାଥମିକ ବିଦ୍ୟାଳୟର ଏ ହେଉଛି ଦୃଶ୍ୟ । FLN ସ୍କିମରେ ୧୨ ଲକ୍ଷ ୩୫ ଶହ ଟଙ୍କା ମଞ୍ଜୁର ହୋଇ ଖର୍ଚ୍ଚ ହୋଇଛି । କିନ୍ତୁ ନିଜ ପକେଟ୍‌କୁ ଗରମ କରି ମାଲେମାଲ ହୋଇଛନ୍ତି ଇଞ୍ଜିନିୟର କିନ୍ତୁ ସ୍କୁଲରେ ବ୍ୟବହାର ହେଉଛି ନିମ୍ନମାନର ସାମଗ୍ରୀ । ଯାହାକୁ ନେଇ ଅଭିଯୋଗ କରିଛନ୍ତି ପରିଚାଳନା କମିଟି ସଭାପତି । 

ଅଭିଯୋଗ କେବଳ ଗୋଟିଏ ସ୍କୁଲକୁ ନେଇ ହୋଇଛି ତାହା ନୁହେଁ ବରଂ ଜିଲ୍ଲାର ୫ ଟି ବ୍ଲକରେ ୩୪୫ ଗୋଟି ଶ୍ରେଣୀଗୃହ ପାଇଁ ୪ କୋଟି ଟଙ୍କା ମଞ୍ଜୁର ହୋଇଛି । ସବୁଠି ଦୁର୍ନୀତିର ଅଭିଯୋଗ ।.. ପ୍ରଧାନ ଶିକ୍ଷକ କିମ୍ବା ପରିଚାଳନା କମିଟି ଆଖିରେ ଆଙ୍ଗୁଠି ଗେଞ୍ଜି ଇଞ୍ଜିନିୟର ବାସୁଦେବ ପଣ୍ଡା ଟଙ୍କା ହରିଲୁଟ୍ କରିଥିବା ଅଭିଯୋଗ ହୋଇଛି । ସେପଟେ ଟିମ୍ ଗଠନ କରି ତଦନ୍ତ କରାଯିବ କହିଛନ୍ତି  ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତା ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ସରକାରୀ ଟଙ୍କା ଆତ୍ମସାତ୍‌ କରିବାକୁ କେମିତି ସାହସ କଲେ ଇଞ୍ଜିନିୟର ? ନିମ୍ନମାନର କାମ ହେଉଥିବା ଜାଣିବା ପରେ କେମିତି ପାସ ହେଲା ବିଲ୍‌ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । 
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ