ଗାଡିର ନମ୍ବର ପ୍ଲେଟରୁ ଦୁଇଟି ନମ୍ବର ଲିଭାଯାଇଛି, ଚାଲାଣ କେତେ କଟିବ ? 
by Argus News
Fri, May 24 | 4:35 p.m.

 ନୂଆଦିଲ୍ଲୀ: ଏହି ଦିନ ମାନଙ୍କରେ ଟ୍ରାଫିକ  ନିୟମ ଉଲ୍ଲଙ୍ଘନ କରିବାର ଅନେକ ମାମଲା ସାମ୍ନାକୁ ଆସୁଛି। ଗାଡିକୁ ବିନା ଡ୍ରାଇଭିଙ୍ଗ  ଲାଇସେନ୍ସ ଏବଂ  ରେଜିଷ୍ଟ୍ରେଶନ ରେ ଚଲାଇଲେ  ଚାଲାଣ ତ କଟିଥାଏ କିନ୍ତୁ  ଯଦି ନମ୍ବର ପ୍ଲେଟ ଠିକ୍‌ ନଥାଏ ତଥାପି ଚାଲାଣ କଟିବ। ଅନେକ ଥର ଗାଡି  ପୁରୁଣା  ହେବା ପରେ  ତାର ନମ୍ବର ପ୍ଲେଟ ନଷ୍ଟ  ହୋଇଯିବା  ସହ ତାର କିଛି ସଂଖ୍ୟା ମଧ୍ୟ ଲିଭି ଯାଇଥାଏ। ଏହା ଉପରେ ଲୋକାମନେ ଅଧିକ ଧ୍ୟାନ ଦେଇନଥାନ୍ତି। ଆଉ ଏହିପରି ଅବସ୍ଥାରେ  ଗାଡି ଚଲାଇବା ଜରି ରଖିଥାନ୍ତି।  

 ସେହିପରି ଆଜିକାଲି ସିସିଟିଭିରେ ଏହି ପରି  ଗାଡିମାନଙ୍କ ଉପରେ ନଜର ରହୁଛି।  ଏହି କ୍ୟାମେରି ଏତେ ପାଓ୍ୱାରଫୁଲ  ହୋଇଥାଏ ହେ  ସ୍ପିଡ୍‌ରେ ଯାଉଥିବା ଗାଡି ର ନମ୍ବରକୁ ମଧ୍ୟ ଜାଣିଦେଇଥାଏ।  ତେଣୁ ସେ ଗାଡି ଟ୍ରାଫିକ ଲାଇନ୍‌  ଜମ୍ପ  କରି ଯାଉ  କି  ଭୁଲ ସାଇଟ୍‌ରେ ଡ୍ରାଇଭିଙ୍ଗ କରି ଯାଉ  ଏସବୁ ଗାଡି  ସିସିଟିଭି ନଜରରେ ବଞ୍ଚିପାରିବେନି।    କିନ୍ତୁ ପ୍ରଶ୍ନ ଯେ  ଯଦି 
ଗାଡିରେ ନମ୍ବର  ପ୍ଲେଟ  ଅଛି  କିନ୍ତୁ  କିଛି  ଅଙ୍କ  ଲିଭିଯାଇଛି  ତେବେ କଣ  ଚାଲାଣ କଟିବ ? ଆସନ୍ତୁ ଜାଣିବା  ଏସମ୍ପର୍କରେ ।

 ନମ୍ବର ଅଦୃଶ୍ୟ ହେବା ପରେ କଟିବ ଚାଲାଣ ? 

ନମ୍ବର ପ୍ଲେଟ ଗାଡିର ଆଇଡେଣ୍ଟିଫିକେଶନ  ପାଇଁ ନିତ୍ୟାନ୍ତ ଜରୁରୀ।  ଏଥିରେ ଜଣାପଡେ ଯେ  ଗାଡି ଟି କାହା ନାମରେ ରେଜିଷ୍ଟର୍ଡ ହୋଇଛି। ଏହା ବ୍ୟତିତ ଟ୍ରାଫିକ୍‌  ନିୟମ ଉଲ୍ଲଙ୍ଘନ କରିବା ଗାଡିକୁ ଚିହ୍ନିବା ମଧ୍ୟ ସହଜ ହୋଇଯାଇଥାଏ।  କିନ୍ତୁ ବହୁତ କମ ଲୋକ ଜାଣିଥିବେ ଯେ  ନମ୍ବର ପ୍ଲେଟ ଠିକ୍‌ ନଥିଲେ ଚାଲାଣ ମଧ୍ୟ କଟେ।  ନମ୍ବର ପ୍ଲେଟରେ ଟ୍ୟାମ୍ପରିଂ ପାଇଁ 5000 ଟଙ୍କା ପର୍ଯ୍ୟନ୍ତ ଏକ  ଚାଲାଣ ଲଗାଯାଇପାରିବ । ମୋଟର ଗାଡି ଆଇନ୍‌ ଅନୁସାରେ ଗାଡିର ନମ୍ବର ସବୁବେଳେ ଭିଜିବିଲ  ରହିବାର ଆବଶ୍ୟକ। 

ଅଧିକ ପଢନ୍ତୁ ଭାରତ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ