ଗାଡିର ନମ୍ବର ପ୍ଲେଟରୁ ଦୁଇଟି ନମ୍ବର ଲିଭିଯାଇଛି, ଚାଲାଣ କେତେ କଟିବ ? 
by Argus News
Fri, May 24 | 5:34 p.m.

ନୂଆଦିଲ୍ଲୀ: ଏହି ଦିନ ମାନଙ୍କରେ ଟ୍ରାଫିକ  ନିୟମ ଉଲ୍ଲଙ୍ଘନ କରିବାର ଅନେକ ମାମଲା ସାମ୍ନାକୁ ଆସୁଛି।  ଗାଡିକୁ ବିନା ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ  ରେଜିଷ୍ଟ୍ରେଶନ ରେ ଚଲାଇଲେ  ଚାଲାଣ ତ କଟିଥାଏ କିନ୍ତୁ  ଯଦି ନମ୍ବର ପ୍ଲେଟ ଠିକ୍‌ ନଥାଏ ତଥାପି ଚାଲାଣ କଟିବ। ଅନେକ ଥର ଗାଡି ପୁରୁଣା ହେବା ପରେ  ତାର ନମ୍ବର ପ୍ଲେଟ ନଷ୍ଟ  ହୋଇଯିବା ସହ ତାର କିଛି ସଂଖ୍ୟା ମଧ୍ୟ ଲିଭି ଯାଇଥାଏ।  ଏହା ଉପରେ ଲୋକାମନେ ଅଧିକ ଧ୍ୟାନ ଦେଇନଥାନ୍ତି।

ଆଉ ଏହିପରି ଅବସ୍ଥାରେ  ଗାଡି ଚଲାଇବା ଜରି ରଖିଥାନ୍ତି। ସେହିପରି ଆଜିକାଲି ସିସିଟିଭିରେ ଏହି ପରି ଗାଡିମାନଙ୍କ ଉପରେ ନଜର ରହୁଛି। ଏହି କ୍ୟାମେରି ଏତେ ପାଓ୍ୱାରଫୁଲ  ହୋଇଥାଏ ହେ  ସ୍ପିଡ୍‌ରେ ଯାଉଥିବା ଗାଡି ର ନମ୍ବରକୁ ମଧ୍ୟ ଜାଣିଦେଇଥାଏ।  ତେଣୁ ସେ ଗାଡି ଟ୍ରାଫିକ ଲାଇନ୍‌  ଜମ୍ପ  କରି ଯାଉ  କି  ଭୁଲ ସାଇଟ୍‌ରେ ଡ୍ରାଇଭିଙ୍ଗ କରି ଯାଉ  ଏସବୁ ଗାଡି  ସିସିଟିଭି ନଜରରେ ବଞ୍ଚିପାରିବେନି। କିନ୍ତୁ ପ୍ରଶ୍ନ ଯେ ଯଦି ଗାଡିରେ ନମ୍ବର ପ୍ଲେଟ ଅଛି  କିନ୍ତୁ  କିଛି  ଅଙ୍କ ଲିଭିଯାଇଛି  ତେବେ କଣ  ଚାଲାଣ କଟିବ ? ଆସନ୍ତୁ ଜାଣିବା  ଏସମ୍ପର୍କରେ ।

ନମ୍ବର ଅଦୃଶ୍ୟ ହେବା ପରେ  କଟିବ ଚାଲାଣ ? 
 ନମ୍ବର ପ୍ଲେଟ ଗାଡିର ଆଇଡେଣ୍ଟିଫିକେଶନ  ପାଇଁ ନିତ୍ୟାନ୍ତ ଜରୁରୀ।  ଏଥିରେ ଜଣାପଡେ ଯେ  ଗାଡି ଟି କାହା ନାମରେ ରେଜିଷ୍ଟର୍ଡ ହୋଇଛି। ଏହା ବ୍ୟତିତ ଟ୍ରାଫିକ୍‌  ନିୟମ ଉଲ୍ଲଙ୍ଘନ କରିବା ଗାଡିକୁ ଚିହ୍ନିବା ମଧ୍ୟ ସହଜ ହୋଇଯାଇଥାଏ।  କିନ୍ତୁ ବହୁତ କମ ଲୋକ ଜାଣିଥିବେ ଯେ  ନମ୍ବର ପ୍ଲେଟ ଠିକ୍‌ ନଥିଲେ ଚାଲାଣ ମଧ୍ୟ କଟେ।  ନମ୍ବର ପ୍ଲେଟରେ ଟ୍ୟାମ୍ପରିଂ ପାଇଁ 5000 ଟଙ୍କା ପର୍ଯ୍ୟନ୍ତ ଏକ  ଚାଲାଣ ଲଗାଯାଇପାରିବ । ମୋଟର ଗାଡି ଆଇନ୍‌ ଅନୁସାରେ ଗାଡିର ନମ୍ବର ସବୁବେଳେ ଭିଜିବିଲ  ରହିବାର ଆବଶ୍ୟକ। 

ଅଧିକ ପଢନ୍ତୁ ଭାରତ ଖବର 
 

ରାଜଧାନୀରେ କୋଷ୍ଟଗାର୍ଡ
now
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍
ରାଜ୍ୟରେ ଲାଗୁ ହେବ
27m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା