ଵତ୍ତମାନ ସମୟରେ ଓଜନ ଵୃଦ୍ଧିକୁ ନେଇ ସମସ୍ତଙ୍କର ଗୋଟିଏ ଵଡ ଚିନ୍ତା
by Argus News
Tue, Mar 26 | 3:48 p.m.

ଅର୍ଗସ ବ୍ୟୁରୋ :ଵତ୍ତମାନ ସମୟରେ ଓଜନ ଵୃଦ୍ଧିକୁ ନେଇ ସମସ୍ତଙ୍କର ଗୋଟିଏ ଵଡ ଚିନ୍ତା । ଓଜନ କମାଇଵା ପାଇଁ ପ୍ରତିଦିନ ବ୍ୟାୟାମ ସହିତ ଉପଯୁକ୍ତ ଖାଦ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।ଏପରି ପରିସ୍ଥିତିରେ, ଆପଣ ଓଜନ ହ୍ରାସ କରିବାକୁ ହେଲେ ଏହି ଫଳକୁ ପାଣି କରି ପିଇପାରିବେ ।
ଲୋକମାନେ ଓଜନ ହ୍ରାସ କରିବାକୁ ଅନେକ ପଦ୍ଧତି ଗ୍ରହଣ କରନ୍ତି ।ଏଥିପାଇଁ ବହୁତ କଠିନ ପରିଶ୍ରମ କରିବାକୁ ପଡେ । କାରଣ ଅତି ସହଜରେ ଓଜନ ହ୍ରାସ ହୁଏ ନାହିଁ । ଯାଦୁ ପରି ଶରୀରକୁ କିଛି ପ୍ରଭାବିତ କରେ ନାହିଁ ।ଓଜନ ହ୍ରାସ ପାଇଁ ପ୍ରତିଦିନ ବ୍ୟାୟାମ ଏବଂ ସଠିକ୍ ଖାଇବା ଅଭ୍ୟାସ ଆବଶ୍ୟକ ।ଆହୁରି ମଧ୍ୟ ଖାଦ୍ୟରେ କିଛି ଖାଦ୍ୟ ପଦାର୍ଥ ଅଛି ଯାହାକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରି ଆପଣ ସହଜରେ ଓଜନ ହ୍ରାସ କରିପାରିବେ ।ସେଥିମଧ୍ୟରୁ ଗୋଟିଏ ହେଉଛି 'ଆମଲା ରସ'ରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଅଛି । ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥିବାରୁ ଏହା ଶରୀରରେ ଥିବା କ୍ଷତିକାରକ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ ।ଏହା ବ୍ୟତୀତ ଭିଟାମିନ୍ ସି ମଧ୍ୟ ଏଥିରେ ଅଛି ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ ।ଆମଲା ମଧ୍ୟ ଫାଇବରର ଏକ ଉତ୍କୃଷ୍ଟ ଉତ୍ସ ।ଏହାକୁ ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ହୋଇପାରିବ ।ଆସନ୍ତୁ ଜାଣିବା ଆମଲା ରସ ତିଆରି କରିବାର ପଦ୍ଧତି 

ଆମଲା ପାଣି ରେସିପି :-
ସର୍ବପ୍ରଥମେ ସମସ୍ତ ଉପାଦାନକୁ ଏକ ମିକ୍ସର୍ ପାତ୍ରରେ ରଖନ୍ତୁ, ବର୍ତ୍ତମାନ ଗୋଟେ ଗ୍ଲାସ୍ ପାଣି ମିଶାନ୍ତୁ ଏବଂ ଏହାକୁ ଭଲ ଭାବରେ ଗ୍ରାଇଣ୍ଡ୍ କରନ୍ତୁ ।ଏହା ପରେ, ଏହି ପାଣିରେ ବରଫ କ୍ୟୁବ୍ ମିଶାଇ ଭଲ ଭାବରେ ମିଶାନ୍ତୁ ।ଶେଷରେ ପୁଦିନା ପତ୍ର ମିଶାନ୍ତୁ ଏବଂ ପ୍ରତିଦିନ ସକାଳେ ଏହି ଆମଲା ପାଣି ପିଅନ୍ତୁ । 

ଖାଲି ପେଟରେ ଆମଲା ରସ ପିଅନ୍ତୁ :-
କଞ୍ଚା ଆମ୍ଲା ଖାଇବା ପାଇଁ ଟିକେ ଖରାପଏବଂ ଖଟା ତେଣୁ ଅନେକ ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ ।କିନ୍ତୁ ସକାଳେ ଏହି ରସ ପିଇବା ଦ୍ୱାରା ଆପଣଙ୍କ ଓଜନ ହ୍ରାସ ହେବ ।

ଆମଲା ପାଣିପାଇଁ ଉପାଦାନ:-
କଞ୍ଚା ଗୋଲମରିଚ ୭-୫ 
ଦୁଇ ଚାମଚ ଲେମ୍ବୁ ରସ
ଅଳ୍ପ ଅଦା 
ପୁଦିନା ପତ୍ର 
ଗୋଟେ ଚାମଚ କଳା ଲୁଣ, 
ଗୋଟେ ଚାମଚ ଜିରା
 

ମୁଖ୍ୟମନ୍ତ୍ରୀ
13m ago
ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ନମ୍ବର ୱାନ ଘୋଷଣା ପତ୍ର ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତ
ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ
ଧର୍ମେନ୍ଦ୍ର
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡ