ବାରବାଟୀ ଷ୍ଟାଡିୟମକୁ ଦିଆଯିବ ନୂଆ ରୂପ : ଓସିଏ ସାଧାରଣ ପରିଷଦ ବୈଠକରେ ଦିଆଗଲା ସୂଚନା
by Argus News
Mon, Dec 18 | 3:00 p.m.

ଅର୍ଗସ ବ୍ୟୁରୋ : ଓଡିଶା କ୍ରିକେଟ ଆସୋସିଏସନରେ ବସିଲା ବାର୍ଷିକ ସାଧାରଣ ପରିଷଦ ବୈଠକ । ବିଭିନ୍ନ ଜିଲ୍ଲା, କ୍ଲବ, ସ୍କୁଲ କ୍ଲବର ସଦସ୍ୟ ମାନେ ଏହି ବୈଠକରେ ଯୋଗ ଦେଇଥିଲେ । ନିସ୍ପତି କ୍ରମେ କଟକ ବାରବାଟୀ ଷ୍ଟାଡିଅମର ହେବ ପୁନଃ ନିର୍ମାଣ । ୬୦୦ କୋଟି ଟଙ୍କାର ଅଟକଳରେ ହେବ ପୁନଃ ନିର୍ମାଣ । ଖୁବ ଶୀଘ୍ର ପ୍ରସ୍ତୁତ ହେବ ପ୍ରୋଜେକ୍ଟ ରିପୋର୍ଟ । ପୁନଃ ନିର୍ମାଣ ଲାଗି ରାଜ୍ୟ ସରକାର ଓ ଓସିଏର ମିଳିତ ଉଦ୍ୟମରେ ହେବ ଖର୍ଚ୍ଚ । ଷ୍ଟାଡିଅମକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ  ଭଂଗାଯିବ ବୋଲି ଯୋଜନା କରୁଛି ଓସିଏ ।  ଓସିଏର ବାର୍ଷିକ ସାଧାରଣ ପରିଷଦ ବୈଠକରେ ନିଷ୍ପତି ହୋଇଛି । 

ଅଧିକ ପଢନ୍ତୁ ଖେଳ ଖବର

ଏହାଛଡ଼ା ବାରବାଟୀକୁ ମ୍ୟାଚ ନ ଆସିବା ଘଟଣାରେ ଓସିଏ ବିସିସିଆଇକୁ ଅବଗତ କରାଇଛି । ରୋଟେସନ ଆଧାରରେ ମ୍ୟାଚ ଆସିଥାଏ । ତେଣୁ ଆଗାମୀ ଦିନରେ ବାରବାଟୀ ଟେଷ୍ଟ ଭେନ୍ୟୁ ହେବ ବୋଲି ସ୍ପଷ୍ଟ କରିଛି ଓସିଏ । ଷ୍ଟାଡିଅମରେ ଲାଲ ମୂର୍ତ୍ତିକାରେ ପିଚରେ ପ୍ରସ୍ତୁତ ହୋଇଛି । ଏହାଛଡା ୩ଟି ଗ୍ୟାଲେରିକୁ ନୂଆ ରୂପ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ଏହାବ୍ୟତୀତ ପ୍ରତି ଦୁଇ ବର୍ଷକୁ ଥରେ ଉଭୟ ଜୁନିୟର ଓ ସିନିୟର ବର୍ଗରେ ଆନ୍ତକ୍ଲବ ଅନୁଷ୍ଠିତ ହେବ । 

ପୂର୍ବରୁ ଏହି କ୍ଲବ ମ୍ୟାଚ ପ୍ରତିବର୍ଷ ଅନୁଷ୍ଠିତ ହେଉଥିଲା । ତେବେ ଏହା ହେବା ଦ୍ୱାରା କ୍ଲବ କ୍ରିକେଟର ବିକାଶ ମଧ୍ୟ ହୋଇପାରି ବ। ଏହା ସହ ଆନ୍ତଜିଲ୍ଲା ସ୍କୁଲ କ୍ରିକେଟକୁ ମଧ୍ୟ ଫୋକସରେ ରଖିଛି ଓଡିଶା କ୍ରିକେଟ ସଂଘ । ତୃଣମୂଳ ସ୍ତରରୁ ଖେଳାଳି ଚୟନ କରିବା ପାଇଁ ଏହି ଆୟୋଜନ ଓସିଏ ପାଇଁ ମଧ୍ୟ ଏକ ବଡ଼ ଉପଲବ୍ଧି ହେବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।  
 

ଆଦାନୀ
ଆଦାନୀ କିଣିଲା ସେମୋଲିନା କିଚେନ୍ସର ୫୦ ପ୍ରତିଶତ ଅଂଶଧନ
ଅର୍ଗସ ବ୍ୟୁରୋ:ସେମୋଲିନା କିଚେନ୍ସର ୫୦ ପ୍ରତିଶତ ଅଂଶଧନ କିଣିଲା ଆଦାନୀ ଏଣ୍ଟରପ୍ରାଇଜ୍ରସ ଲିମିଟେଡ୍। ଫଳରେ ଆଦାନୀ ଗ୍ରୁପର ସହାୟକ କମ୍ପାନୀ ଆଦାନୀ ଏୟାରପୋର୍ଟ ହୋଲ୍ଡିଂ ଲିମିଟେଡ
ଲିଜେଣ୍ଡସ୍ ଲିଗ୍
ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ସଦର୍ଣ୍ଣ  ସୁପରଷ୍ଟାର ସହ କୋଣାର୍କ ସୂର୍ଯ୍ୟାସ୍ ସହ ଫାଇନାଲ୍ ମୁକାବିଲା
ଅର୍ଗସ ବ୍ୟୁରୋ: ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ୨୦୨୪ । ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ଚାଲିଛି ଫାଇନାଲ୍ ମ୍ୟାଚ୍। ଶକ୍ତିଶାଳୀ ସଦର୍ଣ୍ଣ ସୁପରଷ୍ଟାର ସହ ହେଉଛି କୋଣାର୍କ ସୂର୍ଯ୍ୟାସ
ରାଜଧାନୀରେ ଲୁଟ ଅପରେସନ
ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍, ୬ସାଇବର ଠକଙ୍କୁ ବାନ୍ଧିଲା କମିସନରେଟ୍ ପୋଲିସ
ଅର୍ଗସ ବ୍ୟୁରୋ:ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍। ଆପାର୍ଟମେଣ୍ଟରେ କଲସେଣ୍ଟର କରି ଲୁଟୁଥିଲେ ସାଇବର ମାଫିଆ। ଫ୍ଲୁଏଣ୍ଟ ଇଂଲିସରେ ଆମେରିକା, ଚୀନ, ଇଂଲଣ୍ଡ ଲୋକଙ୍କ