ଏଥର ଭାରି ମହଙ୍ଗା ବାରବାଟୀ କ୍ରିକେଟ୍‌ ଦର, ଚିନ୍ତାରେ କ୍ରିକେଟ୍‌ ପ୍ରେମୀ
by Argus News
Tue, Nov 05 | 8:07 p.m.

ଅର୍ଗସ ବ୍ୟୁରୋ: ବାରବାଟୀରେ ଏଥର ହେବାକୁ ଥିବା ମ୍ୟାଚ୍‌କୁ ନେଇ ଦେଖାଗଲାଣି ଅସନ୍ତୋଷ । କାରଣ ପକେଟ୍‌ ବାଧିଛୁ ଏଥର ଟିକଟ ରେଟ୍‌ । ଷ୍ଟାଡିୟମରେ ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ଦେଖିବା ପାଇଁ ଗଣିବାକୁ ହେବ ଦେଢ଼ଗୁଣା ଦାମ୍ । ପୂର୍ବପରି ଆଉ ୬ ଶହ କି ୭ ଶହ ନୁହେଁ, ୭ ନମ୍ବର ଗ୍ୟାଲେରୀକୁ ଛାଡ଼ିଦେଲେ ୧ରୁ ୬ ନମ୍ବର ଗ୍ୟାଲେରୀ ଟିକେଟ୍ ଦାମ୍ ସିଧା ହଜାରେ ପାର୍ । ତେଣୁ ଏତେ ଟଙ୍କା ଦେଇ କ୍ରିକେଟ୍‌ ଖେଳିବା ଅପେକ୍ଷା ଘରେ ଟିଭିରେ ବସି କ୍ରିକେଟ୍‌ ଖେଳ ଦେଖିବାକୁ ପସନ୍ଦ କରୁଛନ୍ତି ଦର୍ଶକ ।

ଏଥର ବାରବାଟୀ ଟିକଟକୁ ନେଇ ଚର୍ଚ୍ଚା ବଢିଛି । ୭ ନମ୍ବର ଗ୍ୟାଲେରୀ ଟିକଟର ଦାମ ୮ ଶହ ରହିଥିବା ବେଳେ ଅନ୍ୟ ଗ୍ୟାଲେରୀର ଟିକଟ ଅମୂଲ ଦାମ । ଯଦି ପୂର୍ବ ମ୍ୟାଚ୍‌ ଦେଖିବା ତେବେ ଏଥର ଟିକଟର ଦାମ କାହିଁ କେତେ ଅଧିକ । ଅନେକ ଦିନ ପରେ ଓଡ଼ିଶାକୁ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଫେରିଥିବାରୁ ସମସ୍ତଙ୍କ ଉତ୍ସାହ ଥିଲା । କିନ୍ତୁ ଟିକେଟ୍ ଦର ଶୁଣିବା ପରଠୁ ମଉଳି ଯାଇଛି ଦର୍ଶକଙ୍କ ଉତ୍ସାହ।

ସୂଚନା ଅନୁସାରେ, ବାରବାଟୀରେ ଶେଷ ଦିନିକିଆ ୨୦୧୯ ଡିସେମ୍ବର ୨୨ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିଲା । ସେତେବେଳେ ୧ ଏବଂ ୩ ନମ୍ବର ଗ୍ୟାଲେରୀ ଟିକଟ ଦାମ୍ ୬ଶହ ରହିଥିଲା, ଏବେ ତାହା ୧୨ ଶହରେ ପହଞ୍ଚିଛି । ସେହିପରି ୨ ଏବଂ ୪ ନମ୍ବର ଗ୍ୟାଲେରୀ ଦାମ ପୂର୍ବରୁ ୫ଶହ ଥିଲା, ତାହା ଏବେ ହଜାରେ ଟଙ୍କା ହୋଇଛି । ୬ ନମ୍ବର ଗ୍ୟାଲେରୀ ୪ ଶହରୁ ସିଧା ପହଞ୍ଚିଯାଇଛି ୧୨ ଶହ ଟଙ୍କାରେ । ସେହିପରି ସ୍ପେଶାଲ୍ ଏନକ୍ଲୋଜର ୩ରୁ ୭ ହଜାର, ନ୍ୟୁ ପାଭିଲିୟନ୍ ୫ରୁ ୧୦ ହଜାର, AC ବକ୍ସ ୫ରୁ ୯ ହଜାର, ଏବଂ କର୍ପୋରେଟ୍ ବକ୍ସ ଟିକଟ ୫ ହଜାରରୁ ସିଧା ୨୦ ହଜାର ଟଙ୍କାରେ ପହଞ୍ଚିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥର ଖେଳାଳି ରିହାତିକୁ ମଧ୍ୟ ଉଠାଇ ଦିଆଯାଇଛି ।

କେବଳ ଓଡ଼ିଶାରେ ନୁହେଁ ବରଂ ଭାରତରେ କ୍ରିକେଟ୍‌ ସମସ୍ତେ ଦିଲ୍‌ ସେ ଦେଖନ୍ତି । ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ୍‌ ଫ୍ୟାନ୍‌ । ସେଇଥି ଲାଗି ତ ପୂର୍ବ ମ୍ୟାଚ ସମୟରେ ରାତିରାତି ଲାଇନ୍‌ରେ ଛିଡ଼ା ହୋଇ ଟିକଟ କିଣନ୍ତି ଦର୍ଶକ । କିନ୍ତୁ ଏସନ ଯେଉଁ ଦର ଧାର୍ଯ୍ୟ କରାଯାଇଛି ତାହାକୁ ନେଇ ଚିନ୍ତାରେ ଦର୍ଶକ । ସେପଟେ ଓସିଏ କହିଛି, ବାରବାଟୀ ଟିକେଟ ଦାମ ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି। ମ୍ୟାଚ ପୂର୍ବରୁ ଷ୍ଟାଡିୟମର ରକ୍ଷଣାବେକ୍ଷଣ, ସାଜସଜ୍ଜା, ଦୁଇ ଦୁଇଟି ପିଚ୍ ନିର୍ମାଣ ସହ ଆନୁସଙ୍ଗିକ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ଟିକେଟ ଦାମ୍ ଏଭଳି ଧାର୍ଯ୍ୟ ହୋଇଛି ।

ଏଠାରେ କହିରଖୁଛୁ କି, ଆସନ୍ତା ଫେବୃୟାରୀ ୯ରେ ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ ବାରବାଟୀରେ । ଏଭଳି ସ୍ଥିତିରେ ଆକାଶଛୁଆଁ ଟିକଟ ଦାମକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପରେ ଓସିଏ ଏହାର ପୁନର୍ବିଚାର କରୁଛି ନା ନାହିଁ, ତା’କୁ ଅପେକ୍ଷା । 

ନେତନ୍ୟାହୁ
ନେତନ୍ୟାହୁଙ୍କ ବିରୋଧରେ ଗିରଫ ୱାରେଣ୍ଟକୁ ନେଇ ମୁହାଁମୁହିଁ ଜାତିସଂଘ ଓ ଆମେରିକା
ଅର୍ଗସ ବ୍ୟୁରୋ : ଇସ୍ରାଏଲ ପିଏମ ନେତନ୍ୟାହୁଙ୍କ ବିରୋଧରେ ଗିରଫ ୱାରେଣ୍ଟକୁ ନେଇ ମୁହାଁମୁହିଁ ଜାତିସଂଘ ଓ ଆମେରିକା । ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟର ଗିରଫ ୱାରେଣ୍ଟକୁ ଖାରଜ କଲ
ଆନ୍ଦୋଳନ
ଆନ୍ଦୋଳନରୁ ଓହରିଲା ୟୁନାଇଟେଡ ଟ୍ରକ୍ ଓନର ଆସୋସିଏସନ୍ କୋଡିନେସନ୍ କମିଟି
ଅର୍ଗସ ବ୍ୟୁରୋ : ଆନ୍ଦୋଳନରୁ ଓହରିଲା ୟୁନାଇଟେଡ ଟ୍ରକ୍ ଓନର ଆସୋସିଏସନ୍ କୋଡିନେସନ୍ କମିଟି। ଗୁରୁବାର ତୃତୀୟ ଥର ପାଇଁ ପରିବହନ ମନ୍ତ୍ରୀ ଓ ସଚିବଙ୍କ ସ
ଓଡିଆ ପର୍ବ
ଆଜିଠୁ "ଓଡିଆ ପର୍ବ ୨୦୨୪" ; ରାଜଧାନୀ ଦିଲ୍ଲୀରେ ଓଡ଼ିଆ ସଂସ୍କୃତିର ଝଲକ୍
ଅର୍ଗସ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ଓଡ଼ିଆ ସଂସ୍କୃତିର ଝଲକ୍ । ଆଜିଠୁ ଜବାହାରଲାଲ ନେହରୁ ଷ୍ଟାଡିୟମ୍ ପରିସରରେ 3 ଦିନିଆ ଓଡ଼ିଶା ପର୍ବ ୨୦୨୪ ଆରମ୍ଭ।ଓଡ଼ିଆ ସମାଜ ପକ୍ଷର
ଦିଲ୍ଲୀ ପ୍ରଦୂଷଣ
ଦିଲ୍ଲୀ ଓ ଏନସିଆରରେ ବାୟୁ ପ୍ରଦୂଷଣ ସ୍ଥିତି ନେଇ ରିପୋର୍ଟ ଦାଖଲ କରିବେ ଦିଲ୍ଲୀ ସରକାର
ଅର୍ଗସ ବ୍ୟୁରୋ : ଦିଲ୍ଲୀ ପ୍ରଦୂଷଣକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଦିଲ୍ଲୀ ଓ ଏନସିଆରରେ ବାୟୁ ପ୍ରଦୂଷଣ ସ୍ଥିତି ନେଇ ରିପୋର୍ଟ ଦାଖଲ କରିବେ ଦିଲ୍ଲୀ ସରକାର । ଗତ 18 ତାରି
ହରେକୃଷ୍ଣ ମହତାବ
ଆଜି ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନର ଦ୍ବିତୀୟ ଦିନ
ଅର୍ଗସ ବ୍ୟୁରୋ : ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନର ଦ୍ବିତୀୟ ଦିନ । ଜାତୀୟ ସ୍ତରରେ ପାଳିତ ହେଉଛି ଉତ୍କଳକେଶରୀଙ୍କ ଜୟନ୍ତୀ । ବର୍ଷ ବ୍ୟାପୀ ଚାଲିବ କାର୍ଯ୍ୟକ୍ରମ