ବିଚ୍ଛିନ୍ନାଞ୍ଚଳରେ ବିଲୁପ୍ତପ୍ରାୟ ଓଡ଼ିଆ ଭାଷା, ସୀମାବର୍ତ୍ତୀ ଅଞ୍ଚଳ ପ୍ରତି ନାହିଁ ସରକାରଙ୍କ ନିଘା
by Argus News
Tue, Dec 26 | 8:29 p.m.

ଅର୍ଗସ ବ୍ୟୁରୋ : ବିଜେଡିର ୨୭ ବର୍ଷ ସଫଳତାର ଯାତ୍ରା । ୨୦୦୪ ଯାଏ କେନ୍ଦ୍ର ସରକାରରେ ଭାଗୁଆଳି ହେଉ ବା ରାଜ୍ୟରେ ୨୪ ବର୍ଷ ଧରି ନିରଙ୍କୁଶ ଶାସନ । ଯେଉଁ ଓଡ଼ିଆ ସ୍ବାଭିମାନର ଦ୍ବାହି ଦେଇ ୨୭ ବର୍ଷ ତଳେ ହୋଇଥିଲା ବିଜେଡିର ଅଭ୍ୟୁଥାନ ଆଜି ତାର ସ୍ଥିତି କିଭଳି ଅଛି । ଓଡ଼ିଆ ସ୍ବାଭିମାନର ସୁରକ୍ଷା କରିବାରେ ସମର୍ଥ ପାରିଛି କି ଦଳ ? ପ୍ରତିଷ୍ଠା ଦିବସ ପାଳନର ଉତ୍ସାହ ଭିତରେ ଏହାର କେବେ ଆତ୍ମ ମନ୍ଥନ କରିଛନ୍ତି କି ଦଳୀୟ ନେତା । ଏକ ଆଞ୍ଚଳିକ ଦଳ ଭାବେ ସୀମା, ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ବିଜେଡି ୨୭ ବର୍ଷ ତଳେ ଯେଉଁ ଦାବେଦାରୀ ଉପସ୍ଥାପନ କରିଥିଲା ତାକୁ ରକ୍ଷା କରିବାରେ କେତେ ସଫଳ ହୋଇଛି ଦଳ ତାର କରିଛି କି ସମୀକ୍ଷା । 

ଅଧିକ ପଢନ୍ତୁ : ସଂକଟରେ ଓଡ଼ିଆ ଭାଷା, ଓଡ଼ିଆ ପିଲାଙ୍କ ଭବିଷ୍ୟତ ସହ ଖେଳ

ଆଜି ବିଚ୍ଛିନାଞ୍ଚଳର ବିଲୁପ୍ତପ୍ରାୟ ଓଡ଼ିଆ ଭାଷା । ଝାଡଖଣ୍ଡ, ଆନ୍ଧ୍ର ପ୍ରଦେଶ, ଛତିଶଗଡ ଓ ପଶ୍ଚିମବଙ୍ଗ ସୀମାରେ ଦୁର୍ଦିନରେ ଓଡିଆ । ସୀମାବର୍ତ୍ତି ଅଞ୍ଚଳ ପ୍ରତି ସରକାରଙ୍କ ନିଘା ନାହିଁ । ଫଳରେ ଓଡ଼ିଶାମାଟିକୁ କବଜା କରିବାକୁ ପଡୋଶୀ ରାଜ୍ୟ ରଚୁଛନ୍ତି ଷଡ଼ଯନ୍ତ୍ର । ଆମ ଲୋକଙ୍କୁ ପ୍ରଲୋଭିତ କରି ସାମାରେ ଓଡ଼ିଆ ସଂସ୍କୃତିକୁ ଧ୍ବସ୍ତ ବିଧ୍ବସ୍ତ କଲେଣି ପଡ଼ୋଶୀ । କୋରାପୁଟର କୋଟିଆ ଗ୍ରାମପୁଞ୍ଜଠୁ ନେଇ ବାଲେଶ୍ବରର ଜଳେଶ୍ବର, ଭୋଗରାଇ ଓ ମୟୁରଭଞ୍ଜର ସୀମାବର୍ତ୍ତୀ ଅଞ୍ଚଳରେ ହକ୍ ଜମାଇଲେଣି ପଡୋଶୀ ରାଜ୍ୟ । ସେହିପରି ବିଚ୍ଛିନ୍ନାଞ୍ଚଳରେ ବି ଉପେକ୍ଷିତ ଓଡିଆ । 

ଇତିହାସ ପୃଷ୍ଠାରେ ଅନାଲୋଚିତ ଓଡ଼ିଶାର ପାଇକ ବିପ୍ଳବକୁ ଦେଶର ପ୍ରଥମ ସଶସ୍ତ୍ର ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେଲେ ମୋଦି ସରକାର । ବୀର ଓଡ଼ିଆ ପାଇକ ଯୋଦ୍ଧାଙ୍କ ପାଇଁ ଏକ ସ୍ମାରକୀ ନିର୍ମାଣ କରିବାକୁ ଖୋର୍ଦ୍ଧାର ବରୁଣେଇ ପାହାଡ଼ ତଳେ ୨୦୧୯ ଡିସେମ୍ବର ୮ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେଠାରେ ପାଇକ ବୀର ବକ୍ସି ଜଗବନ୍ଧୁଙ୍କର ବିଶାଳକାୟ ପ୍ରତିମୂର୍ତ୍ତୀ ସ୍ଥାପନର ପରିକଳ୍ପନା କରାଯାଇଛି । ଏଥିପାଇଁ ସେତେବେଳେ ପେଟ୍ରୋଲିୟମ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ ୧୦୦ କୋଟି ଟଙ୍କା ଦିଆଯିବାର ବ୍ୟବସ୍ଥା ହୋଇଥିଲା । ରାଜ୍ୟ ସରକାର ମାଗଣା ଜମି ଦେବାକୁ କହିଥିଲେ । ୩ ବର୍ଷ ପରେ ୯.୫ ଏକର ଜମି ଇଣ୍ଡିଆନ ଅଏଲ ଫାଉଣ୍ଡେସନକୁ ହସ୍ତାନ୍ତର କଲେ । ତେବେ ଆଜିଯାଏ ସେହି ସ୍ଥାନରୁ ବୃକ୍ଷ ଓ ବିଦ୍ୟୁତ୍ ତାର ହଟାଯାଇ ନଥିବାରୁ ସ୍ମାରକୀ ନିର୍ମାଣ ଆରମ୍ଭ ହୋଇପାରି ନାହିଁ । ଓଡ଼ିଆ ସ୍ବାଭିମାନର ପ୍ରତିକ ପାଇକ ସ୍ମାରକୀ ନିର୍ମାଣରେ ଏହି ଅସହଯୋଗୀତା ରାଜ୍ୟ ସରକାରଙ୍କ ଓଡ଼ିଆ ସ୍ବାଭିମାନ ପ୍ରିତିକୁ ପଦାରେ ପକାଇଛି । 

ଗୋଟିଏ ପଟେ ରାଜ୍ୟ ସରକାରଙ୍କ ଲୋକ ଦେଖାଣିଆ ଭାଷା ପ୍ରୀତି ଅନ୍ୟପଟେ ସୀମା ଆରପଟେ ସଙ୍କଟରେ ଓଡ଼ିଆ ଭାଷା ଓ ସଂସ୍କୃତି । ଏପଟେ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପ୍ରସ୍ତୁତି ଓ ବିଶ୍ବସ୍ତରୀୟ ଆନ୍ତର୍ଜାତୀୟ ଓଡ଼ିଆ ସମ୍ମିଳନୀ ହେବାକୁ ଆୟୋଜନ ହେଉଛି । ଏ ସବୁ ଦେଖିଲେ ଓଡିଆଙ୍କ ହକ କଥା କହି ୨୪ ବର୍ଷ ଶାସନ କରି ଆସୁଥିବା ବିଜେଡି ଭଳି ଆଞ୍ଚଳିକ ଦଳର ଆଭିମୁଖ୍ୟକୁ ଦୋହରା ଚରିତ୍ର କୁହାଯିବନି ତ କଣ କୁହାଯିବ । 
 

ଗଣଦୁଷ୍କର୍ମ
ନାବାଳିକାଙ୍କୁ ଗଣଦୁଷ୍କର୍ମ, ୮ ଜଣଙ୍କୁ ଅଟକ ରଖିଛି ପୋଲିସ
ବ୍ରହ୍ମପୁର : ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲର ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ୮ ଯୁବକଙ୍କୁ ଅଟକ ରଖିଛି ପୋଲିସ୍। ଏପରି ଘଟଣା ବୈଦ୍ୟନାଥପୁର ଥାନା ଇଲାକାରେ ଘଟିଛି
ରାଜନାଥ ସିଂ
ଆଜି ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ଅର୍ଗସ ବ୍ୟୁରୋ : ବିଜେପି ଫୋକସରେ ଓଡ଼ିଶା । ମଇଦାନ ମୁହାଁ କେନ୍ଦ୍ରୀୟ ନେତା । ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅପରାହ୍ନରେ ଭବାନୀପାଟଣା
ବନକଲାଗି ନୀତି
ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୬ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ : ଆଜି ବୈଶାଖ ମାସ କୃଷ୍ନପକ୍ଷ ଅମାବାସ୍ୟା ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ତେବେ ବନକଲାଗି ନୀତି ସରିବା ପରେ ଅନବସର ପିଣ୍ଡିରେ ଅନବସର ନୀତି ସ