ନିୟମ ମାନୁନାହାନ୍ତି ବିଜେଡି ନେତା ?
by Argus News
Sat, Apr 20 | 6:06 p.m.

ଅର୍ଗସ ବ୍ୟୁରୋ:  ନିୟମ ମାନିବାକୁ ଆଦୌ ରାଜି ନାହାନ୍ତି ବିଜେଡି ନେତା ପାଣ୍ଡିଆନ । ନିଇତି ସରକାରୀ ନିୟମର ଉଡାଉଛନ୍ତି ଧଜିଆ । ସାଧାରଣ ନିର୍ବାଚନ ଲାଗି ଦେଶରେ ଆଦର୍ଶ ଆଚରଣବିଧି ଲାଗୁ ହେବା ପରେ ବି କେମିତି ସରକାରୀ ଷ୍ଟାଡିୟମରୁ ବିଜେଡି ପାଇଁ ମାନିଫେଷ୍ଟୋର ମତାମତ ମାଗିଲେ ? ତାହାକୁ ନେଇ ଉଠିଲାଣି ପ୍ରଶ୍ନ । ଖାଲି ପ୍ରଶ୍ନ ଉଠିନି ବରଂ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ବି ଜୋର ଧରିଛି ।

କୁଆଡେ ଗଲା ବିଜେଡିର 2014, 2019 ପ୍ରତିଶ୍ରୁତି ?  ଆବାସ, ଶୀତଳଭଣ୍ଡାର, ପାଣି, ଚାଷୀଙ୍କୁ ବୋନସ୍ ଧୋକ୍କା ଦେଲେ...ଏବେ ପୁଣି ଥରେ ନିର୍ବାଚନ ଆସିଯାଇଥିବାରୁ ବୈତରଣୀ ପାର ହେବା ପାଇଁ ଲୋକଦେଖାଣିଆ ମାନିଫେଷ୍ଟୋର ମାଗିଲେ । କିନ୍ତୁ ଆଦର୍ଶ ଆଚରଣବିଧୀ ଲାଗୁ ହୋଇଥିବା ବେଳେ କିଏ ଦେଲା ଭି.କେ ପାଣ୍ଡିଆନଙ୍କୁ ଅନୁମତି, ସରକାରୀ ଷ୍ଟାଡିୟମରୁ କେମିତି ପାଣ୍ଡିଆନ୍ କଲେ ଦଳୀୟ ଘୋଷଣା ? ବିଜେପି ଅଭିଯୋଗ କରିଛି, ଆଦର୍ଶ ଆଚରଣବିଧିର ଇଏ ଖୋଲା ଉଲ୍ଲଘଂନ । ପୂର୍ବରୁ ବି ପାଣ୍ଡିଆନଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧୀ ଉଲ୍ଲଘଂନର ଆସିଥିଲା ଅଭିଯୋଗ । କାରଣ ଯାଜପୁର ବାରବାଟୀ ବସ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଭେଟିବାକୁ ଏସସିବି ମେଡିକାଲ ଯାଇଥିବା ବେଳେ ପାଣ୍ଡିଆନଙ୍କ ପଛେ ପଛେ ଥିଲେ ପରିବହନ କମିଶନର ଅମିତାଭ ଠାକୁର , ଯାଜପୁର ଏସପି ଭିନିତ ଅଗ୍ରଓ୍ବାଲ...ଯାହାକୁ ନେଇ CEOଙ୍କ ପାଖରେ ଫେରାଦ ହୋଇଥି୍ଲା ବିଜେପି । 

ମିଛ କହିବାରେ ପାଣ୍ଡିଆନ ବୋଧହୁଏ କେହି କାଟିପାରିବେ ନାହିଁ । କାରଣ ଭୋଟରଙ୍କୁ ଭୂଆଁ ବୁଲାଇବାକୁ ଯାଇ ଗୋଟିଏ ପରେ ଗୋଟିଏ ମିଛ କହିବାରେ ସେ ବ୍ୟସ୍ତ । କାରଣ ପୂର୍ବରୁ ଯେତେ ଥର ନିର୍ବାଚନ ଆସିଛି ସେତିକି ନୂଆ ମିଛ କହିଛନ୍ତି ରାଜ୍ୟ ସରକାର । ଲୋକଙ୍କ ସରକାର ବୋଲି ପ୍ରଚାର ଜୋରଦାର, ହେଲେ ବାସ୍ତବାତ ଭିନ୍ନ। ଏଭଳି ସମୟରେ କଳିଙ୍ଗ ଷ୍ଟାଡିୟମରୁ ମାନିଫେଷ୍ଟୋ ପାଇଁ ପାଣ୍ଡିଆନଙ୍କ ମତାମତ ମାଗିବା ଭିଡିଓକୁ ନେଇ ବିବାଦ ବଢିବାରେ ଲାଗିଛି। 

 

LIQUOR SEIZED
2m ago
୧୬୧୮ ଲିଟର ମହୁଲିମଦ ଜବତ, ୩୩୦ କୁଇଣ୍ଟାଲ ପୋଚ ନଷ୍ଟ
ଆନନ୍ଦପୁର: ୧୬୧୮ ଲିଟର ମଦ ଜବତ, ୧୩ ମାମଲା ରୁଜୁ । ନିର୍ବାଚନ ସମୟରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି କେନ୍ଦୁଝର ଏସ୍‌ପିଙ୍କ ନିର୍ଦେଶ କ୍ରମେ ଆନନ୍ଦପୁର ଏସ୍‌ଡିପି
ଛତିଶଗଡ଼
33m ago
ଛତିଶଗଡ଼ ସୁକମାରେ ଏନକାଉଣ୍ଟର , ଜଣେ ମାଓବାଦୀ ମୃତ
ମାଲକାନଗିରି : ଛତିଶଗଡ଼ ସୁକମାରେ ଏନକାଉଣ୍ଟର । ବଡ଼ଧରଣର ମାଓ ଶିବିର ଉପରେ DRG ଯବାନଙ୍କ ଚଢ଼ଉ । ଟେଟରାଇ ତେଲନାଇ ଜଙ୍ଗଲରେ ଚାଲିଥିଲା ମାଓ ଶିବିର । ଶୁକମାରେ DRG ଯବାନ
ରାସ୍ତାରୋକ
51m ago
ପାଣି ପାଇଁ ଦୁଇଟି ଜାଗାରେ ରାସ୍ତାରୋକ
ବାଲେଶ୍ୱର: ପାଣି ପାଇଁ ରାସ୍ତାରୋକ । ନୀଳଗିରି ବ୍ଲକ ଭଉଁରୀଆବାଡ଼ ପଞ୍ଚାୟତର ତେନ୍ତୁଳାପଡା ଗାଁରେ ପାନୀୟ ଜଳ ସଙ୍କଟ । ସ୍ବଚ୍ଛ ପାଣି ନମିଳିବାରୁ ବାଧ୍ୟ ହୋଇ ଗାଁ ଲୋକ ଗରା, ବାଲ୍ଟ