ବିଜେପିକୁ ହରାଇବାକୁ ଟଙ୍କା ଲଗାଇଥିଲା ବିଜେଡି !
by Argus News
Tue, Dec 05 | 7:06 p.m.

ଅର୍ଗସ ବ୍ୟୁରୋ: ତିନି ତିନୋଟି ରାଜ୍ୟରେ ବିଜେପି ନିର୍ବାଚନ ଜିତିବା ପରେ ଏବେ ଛାନିଆ ହେଲାଣି ବିଜେଡି । କାରଣ ଆପାତତଃ ସବୁ ଗଣମାଧ୍ୟମର ଏକଜିଟ୍‌ ପୋଲ ଆକଳନ କରିଥିଲା କି ପଡୋଶୀ ଛତିଶଗଡରେ କଂଗ୍ରେସ ଜିତିବ, ବିଜେପି ହାରିବ । ହେଲେ ଜନତା ଜନାର୍ଦ୍ଦନ ଯେମିତି ଭାବରେ ମୋଦି ସରକାରଙ୍କ ଯୋଜନା, ମୋଦିଙ୍କ ଗ୍ୟାରେଣ୍ଟିରେ ଖୁସି ହୋଇ ଭୋଟ୍‌ ଦେଲେ...ବିଜେପିକୁ ବିଜୟ କଲେ ତାହାକୁ କିନ୍ତୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବିଜେଡି ନେତା । ଏମିତିକି ଟଙ୍କା ଖର୍ଚ୍ଚ ପରେ ବି ବିଜେପି ବିଜୟ ହୋଇଥିବାରୁ ରାଗରେ ରକ୍ତଚାଉଳ ଚୋବାଉଛନ୍ତି କାଳେ ପଶ୍ଚିମି ନେତା । ଏକଥା ଆମେ ନୁହେଁ ବରଂ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ଝଡ଼ ।

ପଶ୍ଚିମ ଓଡ଼ିଶାକୁ ଲାଗି ଛତିଶଗଡ ରହିଛି । ବିଧାନସଭା ନିର୍ବାଚନରେ ଓଡ଼ିଆ ଭୋଟରଙ୍କ ଭୋଟ ବି ବେଶ୍‌ ଚର୍ଚ୍ଚାରେ ଥିଲା । ଏମିତି ରାୟପୁରରେ ଜଣେ ଓଡ଼ିଆ ଛତିଶଗଡ ବିଧାନସଭାକୁ ନିର୍ବାଚିତ ବି ହେଲେ । କିନ୍ତୁ ପଡୋଶୀ ରାଜ୍ୟରେ କେମିତି ବିଜେପି କ୍ଷମତାଠୁ ଦୂରେଇ ରହୁ ସେନେଇ ବଡ ରଣନୀତି ପ୍ରସ୍ତୁତ କରିଥିଲା ଶାସକ ଦଳ । ସାଧାରଣ ନିର୍ବାଚନକୁ ଆଉ ମାତ୍ର ୪ ମାସ ବାକି ଥିବା ବେଳେ ସେମି ଫାଇନାଲର ସମର ଭିତରେ ବାଜି ମାରିଛି ବିଜେପି । କିନ୍ତୁ ବିଜେପିକୁ ହରାଇବାକୁ କାହିଁକି ବିଜେଡି ଟଙ୍କା ଲଗାଇଥିଲା ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ଦୀର୍ଘ ୨୩ ବର୍ଷର ସ୍ଥିର ସରକାରରେ ଅନେକ ଦୁର୍ନୀତି, ନିର୍ଯାତନାର କଥା ସାମ୍ନାକୁ ଆସିଛି । ଯୋଜନା ପରେ ଯୋଜନା ତ ହେଉଛି କିନ୍ତୁ ନିର୍ବାଚନରେ ନିଜ ଦମରେ ଜିତିବାର ଦମ୍ଭୋକ୍ତି ବିଜେଡି ପାଖରେ ଆଉ ବୋଧହୁଏ ନାହିଁ । ସେଇଥି ଲାଗି ବୋଧହୁଏ ପଡୋଶୀ ରାଜ୍ୟରେ ବି ବିଜେପି ସରକାର ନକରୁ ଚାହୁଁଛି ବିଜେଡି । ସେ ଯାହା ବି ହେଉ, ପୂରା ଦେଶରେ ଏବେ ମୋଦି ଲହର...ବିକାଶ ପାଇଁ ମୋଦିଙ୍କୁ ଭୋଟ୍‌ ଦେଉଛନ୍ତି ଜନତା । ସେଥିରୁ ଓଡ଼ିଆ ଭୋଟର ବାଦ୍‌ ହେବେ ବା କେମିତି ?
 


 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ