ଭାଷାକୁ ଅସ୍ତ୍ର କରି ସୀମା ଦଖଲ ପାଇଁ ଷଡଯନ୍ତ୍ର
by Argus News
Mon, Apr 01 | 7:13 p.m.

ଅର୍ଗସ ବ୍ୟୁରୋ : ଆଜିକୁ ଠିକ ୮୮ ବର୍ଷ ତଳେ ପ୍ରଥମ ଭାଷା ଭିତିକ ରାଜ୍ୟ ଭାବେ ଜନ୍ମ ନେଇଥିଲା ଓଡିଶା । ହେଲେ ଓଡିଶା ସମୀାରେ  ଆଜି ଓଡିଆ ଭାଷା ସଂଙ୍କଟରେସ । ଓଡିଆ ଭାଷାକୁ ସୀମାରେ ଜାଣିଶୁଣି କବର ଦେଇଛନ୍ତି ୨୪ ବର୍ଷର ସ୍ଥିର ସରକାର । ସେ କୋରାପୁଟର କୋଟିଆ ହେଉ କି ଗଜପତିର ଗଙ୍ଗାବାଡ । ଗଞ୍ଜାମର ଗୁଡିଖଳା ହେଉ କି ବାଲେଶ୍ବରର ଶଙ୍ଖାମେଦି ।

କୋଟିଆରେ ପ୍ରାୟ ପ୍ରତିଦିନ ଆନ୍ଧ୍ର ଅନୁପ୍ରବେଶ କରୁଛି । କେତେବେଳେ ସ୍ବାସ୍ଥ୍ୟ ଶିବିର ତ କେତେବେଳେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ । ଆନ୍ଧ୍ର ସରକାରଙ୍କ ଅନୁପ୍ରବେଶ ଓ ସରକାରୀ ଦଳର ପ୍ରଚାର ପରେ ବି  ଆମ ସରକାରଙ୍କ ନିଦ ଭାଙ୍ଗୁନି । ଫାଟୁସିନେରୀ, ଫଗୁଣ ସେନିରି, ମାଡକର ପରି ଗାଁରେ ଲାଗିଛି ତେଲୁଗୁ ପୋଷ୍ଟର ଆଉ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ହୋର୍ଡିଂ। ଓଡିଆ ସ୍କୁଲରେ ଶିକ୍ଷକ ନାହାଁନ୍ତି । ତେଲୁଗୁ ସ୍କୁଲରେ ପାଠ ପଢୁଛନ୍ତି ଓଡିଆ ପିଲା । ପ୍ରଥମେ ଭାଷାକୁ ମାରି ସଂସ୍କୃତିକୁ ସମୁଳେ ବିନାଶ ପାଇଁ ଏଠି ଆନ୍ଧ୍ର ଯୋଜନା କରିଛି । ଗାଁରେ ଗାଁରେ କ୍ରସ ମିଶନ କରୁଛି । ଓଡିଆଙ୍କ ସ୍ବାଭିମାନର ପ୍ରତୀକ ଜଗନ୍ନାଥଙ୍କ ମନ୍ଦିରରେ ତାଲା ପକାଇବାକୁ ବି ଯୋଜନା କରୁଛି ।

ଆଜି ବି ଭାଷା ସୁରକ୍ଷାରେ ୨୪ ବର୍ଷର ସରକାରର ବିଫଳତାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ସୀମାରେ ଓଡିଆ ଭାଷାର ସୁରକ୍ଷା ପାଇଁ ରାଜ୍ୟ ସରକାର ଆଦୌ ଉଦ୍ୟମ କରିନାହାଁନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏସବୁ ଗାଁକୁ ଗସ୍ତ କରି ଓଡିଆ ଭାଷା ଓ ସଂସ୍କୃତି ବଂଚାଇ ରଖିବାକୁ ପ୍ରୟାସ କରିଛନ୍ତି କୋରାପୁଟ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ।

ଓଡିଶା ଭିତରେ ଥାଇ ବି ଲୋକେ ଓଡିଆ କହୁନାହାଁନ୍ତି । ଓଡିଶା ଭିତରେ ଲୋକଙ୍କ ଘରେ ଲାଗିଛି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନଙ୍କ ଫଟୋ । ଏଠି ଓଡିଶା ଅଧିକାରୀଙ୍କ ପାଦ କେବେ ପଡେନି । ନିର୍ବାଚନ ପୂର୍ବରୁ ନେତାଙ୍କ ଦେଖା ମିଳେ ତା ପରେ ଗାୟବ । ଆଶ୍ଚର୍ଯ୍ୟର କଥା ଗଜପତି ଜିଲ୍ଲା ପ୍ରଶାସନ ବି ଏ ଗାଁକୁ ଗୁଡିଖୁଡି ନାଁ ଦେଇଛି । ଦୁଇ ଜିଲ୍ଲାର ସୀମାରେ ଥିବା  ଏ ଗାଁରେ କିନ୍ତୁ ଆନ୍ଧ୍ରର ଆଧିପତ୍ୟ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ବାଲେଶ୍ବର ଜିଲ୍ଲା ଭୋଗରାଇର  ଶଙ୍ଖାମେଦି ଗାଁ, ଓଡିଶାରେ ଥାଇ  ବି ଅଛି  ପଶ୍ଚିମବଙ୍ଗ ମାନଚିତ୍ରରେ । ଲୋକଙ୍କ ଅଭିଯୋଗ ଓଡିଶା ସରକାର ଏମାନଙ୍କୁ ଆଡ ଆଖିରେ ଚାହୁଁନାହାଁନ୍ତି । ଲୋକେ ଯୋଜନାର ସୁଫଳ ପାଉନାହାଁନ୍ତି । ହେଲେ ପଶ୍ଚିମବଙ୍ଗ ଦେଉଛି ସବୁ ସୁବିଧା । ତେଣୁ ମନ ଓଡିଶାରେ ଥିଲେ ବି ପଶ୍ଚିମବଙ୍ଗର ପ୍ରଂଶସା କରୁଛନ୍ତି ଶଙ୍କାମେଦି ଗାଁ ଲୋକେ । କିଛି ଦିନ ତଳେ କୋଟିଆରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ତାଲା ପକାଇବା ଉଦ୍ୟମ ହୋଇଥିଲା । ଯଦି ଜଗନ୍ନାଥ ରହିବେ ତାହାହେଲେ ଓଡିଆ ଭାବାବେଗ ରହିବ । ସେଥିପାଇଁ ଏହାକୁ ଭଣ୍ଡୁର କରିବା ପାଇଁ ୱାଇଏସଆରଙ୍କ ସମୟରୁ ଆରମ୍ଭ ହୋଇଥିବା  ମିଶନର ମୁଣ୍ଡି ମାରିବାକୁ ଜଗନ ଏବେ ଲାଗିପଡିଛନ୍ତି ।

BJP
5m ago
ଭୋଟରଙ୍କୁ ପଦ୍ମ ଫୁଲ ଦେଇ ସମର୍ଥନ ଲୋଡିଲେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର
ଅର୍ଗସ ବ୍ୟୁରୋ : ବାରବାଟୀ-କଟକ ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନିଆରା ପ୍ରଚାର । ଭୋଟରଙ୍କୁ ପଦ୍ମ ଫୁଲ ଦେଇ ସମର୍ଥନ ଲୋଡିଲେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ଆଜ
MOTHER-IN-LAW
48m ago
ବୋହୂର ମାଡରେ ଶାଶୂ ଗୁରୁତର, ଭାଇରାଲ ହେଉଛି ମାଡ଼ ବେଳର ଦୃଶ୍ୟ
ଅର୍ଗସ ବ୍ୟୁରୋ : ବୋହୂର ମାଡରେ ୬୫ବର୍ଷୀୟ ଶାଶୂ ଗୁରୁତର । ଗୁରୁତର ଶାଶୂଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଗ୍ରାମବାସୀ ମାନେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କ ଚିକିତ୍ସା ଜାର
MANMOHAN SAMAL
କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନୋବଳକୁ ସୁଦୃଢ କଲେ
ଅର୍ଗସ ବ୍ୟୁରୋ : ଆଜି ଦିନିକିଆ ଗସ୍ତରେ ମୟୂରଭଞ୍ଜ ଗସ୍ତରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦୁଇ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନବଳକୁ ସୁଦୃ