ଏଣିକି ସାମାଜିକ ସୁରକ୍ଷା ଭତ୍ତା ମିଳିବ ୩୫୦୦ ଟଙ୍କା
by Argus News
Thu, Jul 25 | 6:21 p.m.

ଭୁବନେଶ୍ୱର: ଖୁସି ଖବର । 3 ଗୁଣା ବଢିଲା ସାମାଜିକ ସୁରକ୍ଷା ଭତ୍ତା । ଏଣିକି ସାମାଜିକ ସୁରକ୍ଷା ଭତ୍ତା ମିଳିବ ୩୫୦୦ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ବର୍ଦ୍ଧିତ ଭତ୍ତା ମିଳିବ । ୮୦ ପ୍ରତିଶତରୁ କମ୍‌ ହୋଇନଥିବା ଭିନ୍ନକ୍ଷମ ପାଇବେ ବର୍ଦ୍ଧିତ ଭତ୍ତା ।  ରାଜ୍ୟରେ ପ୍ରାୟ ୩୬.୭୫ ଲକ୍ଷ ହିତାଧିକାରୀ ଏବେ ମାସିକ ଭତ୍ତା ପାଉଛନ୍ତି । ଗତ ଫେବୃୟାରୀ ମାସରେ ରାଜ୍ୟର ତତକାଳୀନ ବିଜେଡି ସରକାର ଏହି ହିତାଧିକାରୀଙ୍କ ମାସିକ ଭତ୍ତା ପରିମାଣ ୫୦୦ଟଙ୍କା ବୃଦ୍ଧି କରିଥିଲେ । ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ଆଧାରରେ ବିଜେପି ସରକାର ପ୍ରତିଶୃତି ରଖି ଭତ୍ତା ଟଙ୍କା 3500କୁ ବୃଦ୍ଧି କରିଛନ୍ତି । 

ମଧୁବାବୁ ପେନସନ ଯୋଜନାରେ 4487 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଭୀମ ଭୋଇ ଭିନ୍ନକ୍ଷମ ସମର୍ଥ୍ୟ ଅଭିଯାନ ପାଇଁ 56 କୋଟି ଟଙ୍କା । ଆଢଭାନ୍ସଡ୍ ରିହାବିଲିଟେସନ ସେଣ୍ଟର ପାଇଁ 22 କୋଟି ଟଙ୍କା ବ୍ୟୟବରାଦ ହୋଇଛି। 

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ୧ ହଜାର କୋଟିର ବ୍ୟୟବରାଦ

କାଶତଣ୍ଡି
35m ago
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା
ଗାଡକଣ
38m ago
ପ୍ରଧାନମନ୍ତ୍ରୀଙ୍କ ପାଇଁ ବଦଳିଛି ଶବର ସାହିର ରୂପରେଖ
ଭୁବନେଶ୍ୱର: ଯେଉଁଠି ଦିନେ ସଚିବ କି କମିଶନରଙ୍କ ପାଦ ପଡ଼ିନଥିଲା ସେଠି ପଡ଼ିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ । ଭୁବନେଶ୍ୱରର ଗାଡକଣ ସ୍ଥିତ ଶବର ସାହି । ପ୍ରଧାନମନ୍ତ୍ରୀଙ୍କ ପାଇ
ମୋଦି 3.0
47m ago
ମୋଦି 3.0; ପ୍ରଥମ ଶହେ ଦିନରେ 15 ଲକ୍ଷ କୋଟି ମୂଲ୍ୟର ପ୍ରୋଜେକ୍ଟ ଲଞ୍ଚ୍
ଅର୍ଗସ ବ୍ୟୁରୋ: ତୃତୀୟ ପାଳି ମୋଦି ସରକାରକୁ ପୁରଣ ହୋଇଛି ଶହେ ଦିନ । ଏହି ଅବସରରେ ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ମୋଦି ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଲଞ୍ଚ୍ କରିଛନ୍ତି ଏକାଧିକ ବୃହତ୍