ଘଡଘଡି ବିଜୁଳି ସହ ଝଡ ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ  
by Argus News
Sun, Mar 17 | 5:35 p.m.

ଭୁବନେଶ୍ୱର:  ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ବଜ୍ରପାତ ସମ୍ଭାବନା ରହିଛି  । ଘଡଘଡି ବିଜୁଳି ସହ ଝଡ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ୧୯ ଏବଂ ୨୦ ତାରିଖରେ ପଡିବ ବଡ ପ୍ରଭାବ । ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ନେଇ ୧୯ ତାରିଖରେ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବାବେଳେ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । 

ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ଗଞ୍ଜାମ, କନ୍ଧମାଳ, କଳହାଣ୍ଡି, ବଲାଙ୍ଗିର, ରାୟଗଡା ଏବଂ ନବରଙ୍ଗପୁର କୁ ସତର୍କତା ଜାରି କରାଯାଇଛି। ଏହି ସ ବୁ ଜିଲ୍ଲାରେ ୭୦ ରୁ ୧୧ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବା ସହ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ବହିବ ପବନ। 

ଏହାସହ କିଛି ସ୍ଥାନରେ କୁଆପଥର ବର୍ଷା ନେଇ ସତର୍କତା ଜାରି କରାଯାଇଛି । ସେହିଭଳି ୨୦ ତାରିଖରେ ୪ଟି ଜିଲ୍ଲା କଟକ, ଖୋର୍ଦ୍ଧା, ନୟାଗଡ ଏବଂ କନ୍ଧମାଳକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବାବେଳେ ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ତ୍ତମାନ ଉପକୂଳ ଓଡ଼ିଶା ବଙ୍ଗୋପସାଗରରେ ଏକ ଗୁରୁଚାପବଳୟ ସକ୍ରିୟ ରହିଥିବା ବେଳେ ପଶ୍ଚିମା ଝଡର ପ୍ରଭାବ ରହିଛି। ଏହି ନିୟାମକ ଅନୁସାରେ ରାଜ୍ୟରେ ପାଗ ବଦଳିବା ସହ କାଳବୈଶାଖୀ ଜନିତ ବର୍ଷା ଲାଗିରହିଛି । 

୨୧ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ । ବର୍ଷା ପ୍ରଭାବରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ବର୍ଷା ହେଲେ ବି କିଛି ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ପର୍ଯ୍ୟନ୍ତ ରହିବା ସହ ଗରମ ଗୁଳୁଗୁଳି ଅନୁଭୁତ ହେବାର ସମ୍ଭାବନା ରହିଛି । 

ଆହୁରି ପଢନ୍ତୁ ପାଣିପାଗ ଖବର...
 

TRIPLE MURDER
ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଗୁଳିକରି ହତ୍ୟା ଅଭିଯୋଗ
ଅର୍ଗସ ବ୍ୟୁରୋ : ଝାରସୁଗୁଡ଼ାରେ ଟ୍ରିପଲ୍ ମର୍ଡର । ଝାରସୁଗୁଡ଼ାରେ ୩ ଜଣଙ୍କୁ ହତ୍ୟା ଅଭିଯୋଗ । ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଗୁଳିକରି ହତ୍ୟା ଅଭିଯୋଗ । ବାଣୀପାହାଡ଼ ଜଙ୍ଗଲ ପାଖର
AIR INDIA
ଏୟାର ଇଣ୍ଡିଆ ବିମାନ ସେବାରେ ହଇଚଇ, ସମୂହ ଛୁଟିରେ ଗଲେ ଏୟାର ଇଣ୍ଡିଆ ଏକ୍ସପ୍ରେସ କର୍ମଚାରୀ
ଅର୍ଗସ ବ୍ୟୁରୋ : ଏୟାର ଇଣ୍ଡିଆ ଏକ୍ସପ୍ରେସର ୯୦ରୁ ଅଧିକ ଜାତୀୟ ତଥା ଅନ୍ତର୍ଜାତୀୟ ବିମାନର ଉଡାଣକୁ ବାତିଲ କରାଯାଇଛି । ଏନେଇ ବିମାନ ଚଳାଚଳ ସୂତ୍ରରୁ ପ୍ରକାଶ ପାଇଛି । କାରଣ ଅନେ
OPENING OF KEDARNATH
ସ୍ଥିର ହେଲା ତିଥି, ଏହି ଦିନ ଖୋଲିବ ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଧାମର କବାଟ
ଅର୍ଗସ ବ୍ୟୁରୋ : ଚାରି ଧାମ ଯାତ୍ରା ପାଇଁ ଆସିଲା ବଡ଼ ଖବର । ତ୍ତରାଖଣ୍ଡର ଅର୍ଥାତ୍ ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଧାମର ଯାତ୍ରାର ଦ୍ୱାର ଖୋଲିବାର ତାରିଖ ଘୋଷଣ