ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶାକୁ ମିଳିଲା ସ୍ୱର୍ଣ୍ଣ ପଦକ
by Argus News
Mon, Nov 27 | 9:44 p.m.

ଭୁବନେଶ୍ୱର: ନୂଆଦିଲ୍ଲୀ ପ୍ରଗତି ମୈଦାନରେ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶାକୁ ମିଳିଛି ସ୍ବର୍ଣ୍ଣ ପଦକ । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ତଥା ବିଭିନ୍ନ ମନ୍ତ୍ରାଳୟ ଏଥିରେ ଅଂଶଗ୍ରହଣ କରିଥିବା ବେଳେ ଓଡିଶା ପାଭିଲିୟନକୁ ପ୍ରଥମ ସ୍ଥାନ ସହିତ ମର୍ଯ୍ୟାଦା ଜନକ ସ୍ୱର୍ଣ୍ଣ ପୁରସ୍କାର ପ୍ରାପ୍ତ ହୋଇଛି ।

ଓଡିଶା ସରକାରଙ୍କ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ପ୍ରଗତି ମୈଦାନରେ ଅନୁଷ୍ଠିତ ଉଦଯାପନୀ ସଭାରେ ଏହି ପଦକ ଗ୍ରହଣ କରିଛନ୍ତି । ନଭେମ୍ବର ୧୪ ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ମେଳାରେ ଓଡିଶାର ୭ଟି ବିଭାଗ ପକ୍ଷରୁ ୨୪ଟି ଷ୍ଟଲ୍ ଖୋଲାଯାଇଥିଲା । ମୁଖ୍ୟତଃ ହସ୍ତତନ୍ତ, ହସ୍ତଶିଳ୍ପ, ପଟ୍ଟଚିତ୍ର, ପଥର ଶିଳ୍ପ, କୋରାପୁଟ କଫି, ମିଲେଟ୍ ପ୍ରସ୍ତୁତ ଖାଦ୍ୟ ତଥା ମିଶନ ଶକ୍ତି ସଦସ୍ୟଙ୍କ ପ୍ରସ୍ତୁତ ସାମଗ୍ରୀ ଓଡିଶା ପାଭିଲିୟନରେ ସ୍ଥାନିତ ହୋଇଥିଲା । 

ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଏହି ପାଭିଲିୟନ ପରିଦର୍ଶନ କରିଥିଲେ । ସେହିପରି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଞ୍ଜୟ କୁମାର ସିଂ, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀଙ୍କ ସମେତ ସମେତ ବହୁ ବରିଷ୍ଠ ଅଧିକାରୀ ପାଭିଲିୟନ ପରିଦର୍ଶନ କରିଥିଲେ । 

ମେଳାର ପରମ୍ପରା ଅନୁସାରେ ନଭେମ୍ବର ୧୯ ତାରିଖ ଦିନ ଓଡିଶା ରାଜ୍ୟ ଦିବସ ପାଳନ ହୋଇଥିଲା। ଏଥିରେ ସ୍ୱନାମଧନ୍ୟା କଣ୍ଠଶିଳ୍ପୀ ଅଭିଲିପ୍‌ସା ପଣ୍ଡାଙ୍କ ସମେତ ସମ୍ବଲପୁରୀ, ଓଡିଶୀ, ଡାଲଖାଇ ଓ ଜନଜାତିଙ୍କ ବିର୍ଲି ନୃତ୍ୟ ପରିବେଷଣ ହୋଇଥିଲା। ଏଥିସହିତ ଓଡିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସ୍ଵତନ୍ତ୍ର ସଂସ୍କରଣ ମଧ୍ୟ ଉନ୍ମୋଚିତ ହୋଇଥିଲା । 

ବାଣିଜ୍ୟ ମନ୍ତ୍ରାଳୟର ଇଣ୍ଡିଆ ଟ୍ରେଡ୍ ପ୍ରମୋସନ୍ ସଂସ୍ଥା ପକ୍ଷରୁ ଆୟୋଜିତ ଏହି ମେଳାର ଚଳିତ ବର୍ଷର ଥିମ୍ ଥିଲା ବସୁଧୈବ କୁଟୁମ୍ବମ୍। ଏହି ପରାପ୍ରେକ୍ଷୀରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ପ୍ରଦର୍ଶିତ କରାଯାଇଥିଲା । ବୋଇତ ଉପରେ ସ୍ଥାନିତ ବିଭିନ୍ନ ବିଭାଗର କଳାକୃତିର ୭ଟି ଲାଇଭ୍ ଡେମୋ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲା ସମଗ୍ର ମେଳା ପରିସରରେ । 

୧୫ ଦିନ ଧରି ଆୟୋଜିତ ଏହି ମେଳାରେ ଓରମାସ୍, ମିଶନ ଶକ୍ତି, ଏସ୍‌ସିଏସ୍‌ଟି, କୃଷି ବିଭାଗ, ଏମ୍‌ଏସଏମଇ, ପର୍ଯ୍ୟଟନ ଏବଂ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପ୍ରତିନିଧିମାନେ ଯୋଗଦାନ କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ ଦାସ, ପାଭିଲିୟନ ନିର୍ଦ୍ଦେଶକ ସୂର୍ଯ୍ୟରଞ୍ଜନ ମହାନ୍ତି ଓ ଅନ୍ୟାନ୍ୟ ଅଧିକାରୀମାନେ ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରିଥିଲେ ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ