ଡାକ୍ତରଙ୍କ ସୁରକ୍ଷାକୁ ଗୁରୁତ୍ଵ : ଏଣିକି ୨୪ ଘଂଟା ପ୍ରହରା ଦେବେ ସିକ୍ୟୁରିଟି
by Argus News
Thu, Sep 19 | 7:21 p.m.

ଅର୍ଗସ ବ୍ୟୁରୋ: କୋଲକତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ପରେ ଡାକ୍ତରଙ୍କ ସୁରକ୍ଷାକୁ ନେଇ ସବୁଠି ଉଠିଥିଲା ପ୍ରଶ୍ନ । ଡ୍ୟୁଟି ସମୟରେ କେମିତି ସୁରକ୍ଷା ମିଳିବ ସେନେଇ ଦୃଷ୍ଟି ଦେବାକୁ ଦାବି ଜୋର ଧରିଥିଲା । ଏହାରି ଭିତରେ ରାଜ୍ୟ ସରକାର ଡାକ୍ତରଙ୍କ ସୁରକ୍ଷା ପାଇଁ ନୂଆ ଗାଇଡ୍‌ଲାଇନ୍‌ ଆଣିଛନ୍ତି । ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ସ୍ପଷ୍ଟ କରାଯାଇଛି ଯେ ଏଣିକି ସବୁ ମେଡିକାଲ ଶିକ୍ଷାନୁଷ୍ଠାନ ଚାରିପାଖରେ ପାଚେରି ରହିବ । ସବୁ କର୍ମଚାରୀଙ୍କ ପାଇଁ ପରିଚୟପତ୍ର ଓ ସ୍ଵତନ୍ତ୍ର ଡ୍ରେସ୍ କୋଡ୍ ରହିବ । କେବଳ ଏତିକି ନୁହେଁ ଆହୁରି ଅନେକ ନିୟମ ଆଣିଛନ୍ତି ସରକାର ଯାହା ଡାକ୍ତରଙ୍କ ସୁରକ୍ଷା କ୍ଷେତ୍ରରେ ଲାଭଦାୟକ ହେବ ।

ଆର ଜି କର ମେଡିକାଲ କଲେଜ୍‌ରେ ଯେଉଁ ଘଟଣା ଘଟିଲା ତାହା ପୁରା ଦେଶକୁ ଦୋହଲାଇ ଦେଲା । ତେଣୁ ଆଗାମୀ ଦିନରେ ଯେମିତି ସେହିପରି ମାମଲା ନହୁଏ ସେଇଥି ଲାଗି ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ସୂଚନା ଅନୁସାରେ, ପୁରୁଷ ଓ ମହିଳା ଡାକ୍ତରଙ୍କ ପାଇଁ ଡ୍ୟୁଟି ଓ ରେଷ୍ଟ ରୁମ୍ ରହିବ ମେଡିକାଲରେ । ସବୁ ସରକାରୀ ମେଡିକାଲ କଲେଜରେ ଫାଣ୍ଡି ବାଧ୍ୟତାମୂଳକ ହେବ । ଇନଡୋର ରୋଗୀଙ୍କ ପାଇଁ ଭିଜିଟର ପାସ୍ ବ୍ୟବସ୍ଥା କରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି । ସେହିପରି OPDରେ ୨୪ ଘଣ୍ଟିଆ ସୁରକ୍ଷାକର୍ମୀ ମୁତୟନ ରହିବେ। ଯେତେ ସମ୍ଭବ ଉଭୟ ପୁରୁଷ ଓ ମହିଳା ସୁରକ୍ଷାକର୍ମୀ ଡ୍ୟୁଟିରେ ରହିବେ । ସୁରକ୍ଷାକର୍ମୀ କ୍ୟାମ୍ପସ ଭିତରେ ପାଟ୍ରୋଲିଂ କରିବା ସହିତ ଅନଧୀକୃତ ଯାତ୍ରୀଙ୍କୁ ମେଡିକାଲ ପରିସରରୁ ବାହାର କରିବେ । 

ମେଡିକାଲରେ ଡ୍ୟୁଟି କରିବା ସମୟରେ ଯଦି କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲା ତାହାଲେ ପାନିକ ବଟନ୍, ଜରୁରୀ ଫୋନ୍ ଏବଂ ଆପ୍ ଜରିଆରେ ସଙ୍ଗେ ସଙ୍ଗେ ପୋଲିସକୁ ସୂଚନା ଦିଆଯାଇପାରିବ । ଏହାସହ ପୁରା ମେଡିକାଲରେ ସିସିଟିଭି ସଂଖ୍ୟା ବଢାଯିବ । ହଷ୍ଟେଲ ଓ ଗେଟ୍ ବାହାରେ CCTV କ୍ୟାମେରା ଲାଗିବ । ସୂଚନା ପାଇବା ମାତ୍ରେ ପୋଲିସ ସଙ୍ଗେ ସଙ୍ଗେ ଆକ୍ସନ ନେବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଏହାସହ ମେଡିକାଲ ଷ୍ଟାଫ ଓ କର୍ମଚାରୀଙ୍କ ପାଇଁ ସ୍ଵତନ୍ତ୍ର ଡ୍ରେସ୍ କୋଡ୍ ଓ ଆଇକାର୍ଡ ବାଧ୍ୟତାମୂଳକ ରହିବ । ରୋଗୀଙ୍କ ଲାଗି ଭିଜିଟର ପାସ୍ ବ୍ୟବସ୍ଥା ହେବା ସହିତ ପ୍ରତି ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଦୁଇଟି ଏଣ୍ଟ୍ରି ପାସ୍ କରାଯିବ । ମେଡିକାଲ ଅଧୀକ୍ଷକଙ୍କ ଦ୍ଵାରା ନିର୍ଦ୍ଧାରିତ ସମୟରେ କେବଳ ରୋଗୀଙ୍କ ସମ୍ପର୍କୀୟ ରୋଗୀକୁ ଭେଟି ପାରିବେ । ନାଇଟ୍ ସିଫ୍ଟ କରୁଥିବା ମହିଳା ଡାକ୍ତର, କର୍ମଚାରୀ ଓ ମେଡିକାଲ ଛାତ୍ରୀଙ୍କୁ ଏସ୍କଟ କରି ସୁରକ୍ଷିତ ଭାବେ ଛଡ଼ାଯିବ ।  ମୋଟ୍‌ ଉପରେ ରାଜ୍ୟରେ କେମିତି ଡାକ୍ତରମାନଙ୍କୁ ସୁରକ୍ଷା ଦିଆଯିବ ସେନେଇ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ।
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ