ଅର୍ଗସ ବ୍ୟୁରୋ: କେନ୍ଦ୍ରୀୟ ନେତୃତ୍ୱଙ୍କ ଫୋକସରେ ଓଡିଶା। ଆସନ୍ତା 28,29, ଏବଂ 30 ମଧ୍ୟରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । କାର୍ଯ୍ୟକ୍ରମ ଚୂଡାନ୍ତ ପରେ ସୂଚନା ଦିଆଯିବ ବୋଲି କହିଲେ ରାଜ୍ୟ ସଭାପତି ମନମୋହନ ସାମଲ। ନିକଟରେ ପ୍ରଧାନମନ୍ତ୍ରୀ ମୋଦି 3 ଦିନ ଓଡ଼ିଶାରେ ରହିଥିଲେ । ପୁଣି ଜାନୁଆରୀ ମାସରେ 2 ଥର ଓଡିଶା ଆସିବେ । ଏଇ ମାସ ଶେଷରେ ଅମିତ ଶାହା ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିଲେ ମଧ୍ୟ ଭୁବନେଶ୍ୱରରେ ବିଧାୟକ ମାନଙ୍କ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସମ୍ବଲପୁର ମଧ୍ୟ ଗସ୍ତ କରିପାରନ୍ତି । କିଛି ବିକାଶମୂଳକ କାର୍ଯ୍ୟର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ।