ଝିଅ ସଂଖ୍ୟା ହ୍ରାସରେ ୬ ନଂ ସ୍ଥାନରେ ଓଡିଶା
by Argus News
Tue, Dec 05 | 7:54 p.m.

ଭୁବନେଶ୍ୱର:  ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା । ଝିଅ ସଂଖ୍ୟା ହ୍ରାସରେ ୬ ନମ୍ବର ସ୍ଥାନରେ ରହିଛି ଓଡିଶା । ଗତ ୪ ବର୍ଷର ରିପୋର୍ଟ ଉଦବେଗ ବଢାଇଛି । ଗତ ୪ ବର୍ଷରେ ୨୩ ପ୍ରତିଶତ କମିଛି ଝିଅଙ୍କ ସଂଖ୍ୟା । ପ୍ରତି ୧ ହଜାର ପୁଅରେ ଝିଅଙ୍କ ସଂଖ୍ୟା ରହିଛି ୯୨୫ । ଉପାନ୍ତ ଅପେକ୍ଷା ଉପକୂଳ ଜିଲ୍ଲାରେ ସ୍ଥିତି ସଙ୍ଗୀନ ରହିଛି । 
ସେହିପରି ୧୦୦୦ ପୁଅଙ୍କ ତୁଳନାରେ ଝିଅଙ୍କ ହାର ବିଭିନ୍ନ ଜିଲ୍ଲାରେ ଯଥା 

ନୟାଗଡ଼ ୮୧୧
ଢେଙ୍କାନାଳ ୮୬୫
ସୋନପୁର ୮୮୦
ଅନୁଗୁଳ ୮୮୫
ଜଗତସିଂହୁରରେ ୮୯୭
କେନ୍ଦ୍ରାପଡ଼ା ୮୯୮ ରହିଛି । 

ଝିଅ ସଂଖ୍ୟା ବୃଦ୍ଧି ନେଇ ସ୍ବାସ୍ଥ୍ୟ ବିଭାଗର କର୍ମଶାଳା ଭୁବନେଶ୍ବରର ଏକ ଘରୋଇ ହୋଟେଲରେ ଆୟୋଜିତ  ହୋଇଯାଇଛି । କର୍ମଶାଳାରେ ଡାକ୍ତର, ସମାଜିକ ବିଜ୍ଞାନୀ, ସବୁ ଜିଲ୍ଲାର ଜନସ୍ଵାସ୍ଥ୍ୟ ଅଧିକାରୀ ଏବଂ ଆଇନ ବିଶେଷଜ୍ଞ ଯୋଗ ଦେଇଛନ୍ତି । ତେବେ ଲିଙ୍ଗ ନିରୂପଣ ପରେ ଗର୍ଭପାତ, ପୁତ୍ର ସନ୍ତାନକୁ ପ୍ରାଧାନ୍ୟ ଏବଂ ମାନସିକତାରେ ପରିବର୍ତ୍ତନ ନ ହେବାରୁ ସୃଷ୍ଟି ହୋଇଛି ଏଭଳି ସ୍ଥିତି । ଏନେଇ ଝିଅଙ୍କ ସଂଖ୍ୟା କିଭଲି ବୃଦ୍ଧି ପାଇବ ସେନେଇ ଚାଲିଛି ମାନସ ମନ୍ଥନ । 

 

ଉଚ୍ଚ ଜୁଆର
2m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
5m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ