ତଦନ୍ତ ପରିସରକୁ ଆସିବେ କି ରାଜା ସ୍ବାଇଁ- ଅରୁଣ ସାହୁ
by Argus News
Sat, Dec 02 | 7:45 p.m.

ଭୁବନେଶ୍ୱର:  କେଳେଙ୍କାରିଆ ଆଇଆଇସି ସୁଶାନ୍ତ ଶତପଥୀଙ୍କୁ ବହିଷ୍କାର କଲେ ପୋଲିସ ଡିଜି । ଏବେ ପ୍ରଶ୍ନ ଉଠୁଛି, 37 ଲକ୍ଷ ନଗଦ ଟଙ୍କା ପଛରେ କିଏ ସୁଶାନ୍ତଙ୍କ ପାର୍ଟନର । ଏ ମାମଲାରେ ସନ୍ଦେହ ଘେରକୁ ଆସିଛନ୍ତି ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ନୟାଗଡ଼ ବିଧାୟକ ଅରୁଣ ସାହୁ। ପ୍ରଶ୍ନ ହେଲା ବିଜେଡିର ଏ ଦୁଇ ହେଭିୱେଟ୍ ତଦନ୍ତ ପରିସରକୁ । 
ଅର୍ଗସରେ ଗୁମର ଖୋଲିଲା ,  ସାମ୍ନାକୁ ଆସିଲା ସଂଗୀନ ଅଭିଯୋଗ
ଆଉ ବିଦା ହେଲେ କେଳେଙ୍କାରିଆ ପୋଲିସ ବାବୁ 
ବୈପାରିଗୁଡା ଆଇଆଇସି ସୁଶାନ୍ତ ଶତପଥୀଙ୍କୁ ବହିଷ୍କାର କଲେ ପୋଲିସ ଡିଜି
37 ଲକ୍ଷ ନଗଦ ଟଙ୍କା ପଛରେ କିଏ ସୁଶାନ୍ତଙ୍କ ପାର୍ଟନର
ତଦନ୍ତ ପରିସରକୁ ଆସିବେ କି ରାଜା ସ୍ବାଇଁ- ଅରୁଣ ସାହୁ
ମହିଳାଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗର ହେବ କି ତଦନ୍ତ
ପୁଣି ସାମ୍ନାକୁ ଆସିଲା ରାୟଗଡାରେ ପୋଲିସ ବାବୁଙ୍କ ଅୟାସିର ଅଭିଯୋଗ 

ବୈପାରୀଗୁଡାର ବହିଷ୍କୃତ ଆଇଆଇସି ସୁଶାନ୍ତ ଶତପଥୀଙ୍କ କେଳେଙ୍କାରୀର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର। 37 ଲକ୍ଷର ନଗଦ ଟଙ୍କା କେଉଁଠାରୁ ଆଣିଲେ ସୁଶାନ୍ତ। କିଏ ଦେଇଥିଲା ତାଙ୍କୁ ସୁରକ୍ଷା। ଏବେ ସନ୍ଦେହ ଘେରରେ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ନୟାଗଡ଼ ବିଧାୟକ ଅରୁଣ ସାହୁ। ବିଜେପି ଆଣିଛି ବଡ଼ ଅଭିଯୋଗ । ସୁଶାନ୍ତ ସାହୁ ଗଂଜେଇ ବେପାର କରୁଥିଲେ ଆଉ ଏଥିରେ ରାଜା ସ୍ବାଇଁଙ୍କର ରହିଛି ସଂପୃକ୍ତି। ସେହିଭଳି ଅରୁଣ ସାହୁ ବି ଘଣ୍ଟ ଘୋଡାଉଥିବାର ଅଭିଯୋଗ କରିଛି ବିଜେପି । ଏବେ ବଡ଼ ପ୍ରଶ୍ନ ବିଜେଡିର ଦୁଇ ହେବିୱେଟ ଆସିବେ ତ ତଦନ୍ତ ପରିସରକୁ, 37 ଲକ୍ଷ ଟଙ୍କାର ଉତ୍ସ ପାଖରେ ପହଞ୍ଚିବ ତ ଭିଜିଲାନସ, ଗଂଜେଇ ବେପାର ଅଭିଯୋଗର ହେବ ତ ଯାଞ୍ଚ। ସେପଟେ ଆଠଗଡ଼ ପରେ ରାୟଗଡାରୁ ବି ଆସିଛି ବହିଷ୍କୃତ ପୋଲିସ ବାବୁଙ୍କ କେଳେଙ୍କାରୀରର ଅଭିଯୋଗ । ଅନେକ ମହିଳାଙ୍କ ସହ ସଂପର୍କ ରଖି ପ୍ରତାରିତ କରିଛନ୍ତି ସୁଶାନ୍ତ । ଏମିତି କି ମିଛ କଥା କହି ମହିଳାଙ୍କୁ ପ୍ରଲୋଭିତ କରୁଥିଲେ ସୁଶାନ୍ତ।  ଆଠଗଡ଼ ତିଗିରିଆର ତିଳୋତ୍ତମା ସାମଲ ଆଣିଥିବାର ଅଭିଯୋଗର ହେବ ତ ତଦନ୍ତ, ରାୟଗହଡାରେ ସୁଶାନ୍ତଙ୍କ କେଳେଙ୍କାରୀର ପୋଲିସ କରିବ ତ ତନାଘନା, ନା ବଡବଡିଆଙ୍କ ଚାପରେ ଚୁପ୍ ହୋଇଯିବ ପୋଲିସ
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ