ଆଦର୍ଶ ଆଚରଣ ବିଧିର ଧଜ୍ଜିଆ ଉଡାଇଲା ପୋଲିସ
by Argus News
Fri, Apr 19 | 7:20 p.m.

ଅର୍ଗସ ବ୍ୟୁରୋ: କେତେ ନିରପେକ୍ଷ ଆମ ପୋଲିସ । କେତେବେଳେ ବିଜେଡି ସହ ନବୀନ ବାବୁ ଆମେ ତୁମ ଫ୍ୟାନ ଗୀତରେ ନାଚୁଛନ୍ତି ତ ଆଉ କେତେବେଳେ ବିଜେଡ଼ି ନେତାଙ୍କ ସହ ଫୋଟ ଉଠାଉଛନ୍ତି । ହେ ନବୀନ ବାବୁ ଆମେ ତୁମ ଫ୍ୟାନ ଗୀତରେ ନାଚୁଥିବା ଏହି ଲୋକ ମାନେ କୌଣସି ବିଜେଡି କର୍ମୀ ନୁହନ୍ତି । ଏମାନେ ହେଉଛନ୍ତି ସାଧା ପୋଷାକରେ ଥିବା ପୋଲିସ କର୍ମଚାରୀ । ଏମାନେ ହେଲେ ପୋଲିସ ବିଭାଗରେ ବିଭିନ୍ନ ପୋଷ୍ଟରେ ଥିବା ଅନୁପ ବେହେରା, କୃଷ୍ଣ ସେଠୀ, କାଳି ସାରାଉଗେ, ସ୍ରିନୁ, ଅନିଲ ପାତ୍ର ଏବଂ ଜୁବୁଲା ସାମନ୍ତରାୟ ।

ଖାଲି ଏତିକି ନୁହେଁ, ଗୋପାଳପୁର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା, ଆଇନ ମନ୍ତ୍ରୀ ତଥା ବିଷମକଟକ ବିଜେଡି ପ୍ରାର୍ଥୀ ଜଗନ୍ନାଥ ସାରକା ଏବଂ ବିଜେଡି ସଙ୍ଗଠନ ସମ୍ପାଦକ ତଥା ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ସହ ଫଟୋ ଉଠାଇଛନ୍ତି ଏହି ପୋଲିସ କର୍ମଚାରୀ ମାନେ । ପୋଲିସ ବାବୁଙ୍କ ବିଜେଡି ପ୍ରେମ ଆଦର୍ଶ ଆଚରଣ ବିଧିକୁ ଉଲଙ୍ଘନ କରୁଛି । ଯାହାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ପୋଲିସ ଅଧିକାରୀ ମାନେ ନିର୍ବାଚନକୁ ବିଜେଡି ସପକ୍ଷରେ କରିବା ପାଇଁ କାମ କରୁଛନ୍ତି ବୋଲି ଅଭିଯୋଗ କରିଛି ଦଳ ।

ବ୍ରହ୍ମପୁରରେ ପ୍ରାର୍ଥୀଙ୍କ ସହ ଦଳୀୟ ପତାକା ଧରି ହାବିଲଦାର ସଂଘରେ ଥିବା କିଛି ପୋଲିସ କର୍ମଚାରୀ `ନବୀନ ବାବୁ ଆମେ ତୁମ ଫ୍ୟାନ' ଗୀତ ବଜାଇ ନାଚୁ ଥିବାର ଭିଡିଓ ଭାଇରାଲ ହେଉଛି । ତେଣୁ ଏହି ପୋଲିସ କର୍ମଚାରୀ ମାନେ କିଭଳି ନିରପେକ୍ଷତା ଅବଲମ୍ବନ କରିବେ ବୋଲି ପ୍ରଶ୍ନ କରିଛି ବିଜେପି । ତେଣୁ ଏହି ପୋଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି କରିଛି ବିଜେପି ।

ତେବେ ପୋଲିସ କର୍ମଚାରୀମାନେ ଏମିତି ଖୋଲାଖୋଲି ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିବା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ କେବେ ଏବଂ କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ତାହା ଉପରେ ରହିଛି ନଜର ।
 

ଆହୁରି ପଢନ୍ତୁ ଓଡିଶା ଖବର...

HEALTH
37m ago
୪୧ ଔଷଧର ବଦଳିଲା ମୂଲ୍ୟ
ଅର୍ଗସ ବ୍ୟୁରୋ: ମଧୁମେହ, ଶରୀରର ଯନ୍ତ୍ରଣା, ହୃଦ୍‌ରୋଗ, ଯକୃତ ସମସ୍ୟା, ଆଣ୍ଟାସିଡ୍‌, ସଂକ୍ରମଣ, ଏବଂ ଆଲର୍ଜି, ମଲ୍ଟିଭାଇଟାମିନ୍ ଏବଂ ଆଣ୍ଟିବାୟୋଟିକ୍ ପରିନ କେତକ ଔଷଧର ମୂଲ୍
ଖଲ୍ଲିକୋଟ
ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ ?
ବ୍ରହ୍ମପୁର: କାହା ଚାପରେ ଚୁପ ଗଞ୍ଜାମ ପୋଲିସ । ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ । ବିଜେପିର ଅଭିଯୋଗ ପରେ ବି ଚୁପ ବସିଛି ପୋଲିସ
ନୋଟ୍ ବଣ୍ଟା
ହାରିବା ଭୟରେ ବିଜେଡିର ଟଙ୍କା ବଣ୍ଟା ଅଭିଯାନ
ସମ୍ବଲପୁର: ଅର୍ଗସ ହାତରେ ଲାଗିଲା ପୁଣି ଏକ ଏକ୍ସକ୍ଲୁସିଭ୍ ଭିଯୁଆଲ । 500 ଟଙ୍କିଆ ନୋଟ୍ ବଣ୍ଟା ହେବା ବେଳେ ଛିଡୁ ନାହିଁ ଭାଗ । କିଏ କେତେ ନେବ ତାକୁ ନେଇ ଚାଲିଥିଲା ଯୁକ୍ତି