ଆଜି ବାରିପଦାରେ ରେକର୍ଡ ହେଲା ସର୍ବୋଚ୍ଚ ଦିନ ତାପମାତ୍ରା ୪୬.୪ ଡିଗ୍ରୀ ସେଲସିୟସ
by Argus News
Tue, Apr 30 | 7:17 p.m.

ଅର୍ଗସ ବ୍ୟୁରୋ : ତାତିରୁ ନାହିଁ ନିସ୍ତାର । ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁସାରେ ବାଲେଶ୍ବର ସହର ସବୁଠୁ ଉତ୍ତପ୍ତ । ବାଲେଶ୍ବରରେ ୪୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏହା ଏପ୍ରିଲ ମାସର ସର୍ବୋଚ୍ଚ ଦିନ ତାପମାତ୍ରାର ସର୍ବକାଳୀନ ରେକର୍ଡ । ଏହା ପୂର୍ବରୁ ୨୦ ଏପ୍ରିଲ ୨୦୧୦ ରେ ୪୫ ଡିଗ୍ରୀ  ରେକର୍ଡ ହୋଇଥିଲା । ସେହିପରି ରାଜଧାନୀ ଭୁବନେଶ୍ବରରେ ୪୫.୪ ଡିଗ୍ରୀ ଛୁଇଁଛି ପାରଦ । ଏହା ଏପ୍ରିଲ ମାସର ଦ୍ବିତୀୟ ସର୍ବାଧିକ ତାପମାତ୍ରା  । 

୧୧ ଏପ୍ରିଲ ୨୦୧୬ରେ ଭୁବନେଶ୍ବରରେ ସର୍ବୋଚ୍ଚ ତାପମାତ୍ରା ୪୫.୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା । କଟକ, ଭୁବନେଶ୍ବର ଓ ବାଲେଶ୍ବରକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଅଗାମୀ ୨୪ ଘଣ୍ଟା ପାଇଁ ସିଭିୟର ହିଟୱେଭ୍ ଜାରି ରହିବ । ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଅଧିକ ପଢନ୍ତୁ ପାଣିପାଗ ଖବର

ସେପପଟେ  ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟରେ ବଢୁଛି ଅଂଶୁଘାତ । ଆଜି ସୁଦ୍ଧା ୩୬୭ ଅଂଶୁଘାତ ରୋଗୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୁନ୍ଦରଗଡ଼ରୁ ୬୦, ମୟୂରଭଞ୍ଜରୁ ୫୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଅଂଶୁଘାତରେ ଏ ପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଅତ୍ୟଧିକ ଖରା ଯୋଗୁଁ ସନ୍‌ ବର୍ଣ୍ଣ ଭଳି ଚର୍ମ ରୋଗ  ହୋଇପାରେ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ପିକ୍‌ ଆୱାରରେ ଘରେ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ମୁଣ୍ଡ ବୁଲେଇଲେ କିମ୍ବା ଗଳା ଶୁଖିଲେ ତୁରନ୍ତ ଡାକ୍ତରଖାନା ଯିବାକୁ ପରାମର୍ଶ  । ଛୋଟ ପିଲା, ବୃଦ୍ଧ, ବୃଦ୍ଧା, ଗର୍ଭବତୀ ମହିଳା ଅଧିକ ସତର୍କ ରହିବାକୁ ଜନ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ।

BJP
46m ago
ଓଡ଼ିଶାରେ ବିଜେପି ୨୧ ରୁ ୨୧ ଲୋକସଭା ଆସନ ଜିତିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ : ଭୁବନେଶ୍ୱର ଲୋକସଭା କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଲେ ବିଜେପିର ୫ ହେଭିୱେଟ ନେତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
BJD
ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା
ଅର୍ଗସ ବ୍ୟୁରୋ : ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା ? ସମ୍ବିଧାନର ସର୍ତ୍ତ ମଦ ପିଉଥିଲେ ମିଳିବନି ବିଜେଡି ସଦସ୍ୟତା ? ଏହି ସମ୍ବିଧାନ ଆଧାରରେ ନିର୍ବାଚନ କମିଶନ ଦେଇଛିନ୍ତ
MODI
ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା। ରାଜ୍ୟରେ ସତ୍ତା ପରିବର୍ତ୍ତନ ପାଇଁ ବିଜେପି ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ। ଏଥିପାଇଁ ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତ