ନବୀନଙ୍କୁ ରାତି ଅନିଦ୍ରା କଲେ ଯୋଗୀ
by Argus News
Fri, May 24 | 9:31 p.m.

ଅର୍ଗସ ବ୍ୟୁରୋ: ଯୋଗୀଙ୍କ ପ୍ରଶ୍ନବାଣ, ଆକ୍ତାମାକ୍ତ ନବୀନ । ମାଫିଆଙ୍କଠୁ ଆରମ୍ଭ କରି ବାବୁରାଜ...ଜୋରଦାର ଆଟାକ୍‌ କଲେ ଯୋଗୀ (ALFA) । ପୂର୍ବରୁ ମୋଦି,ଶାହା ଓ ନଡ୍ଡା ତ ଯାହା କହୁଥିଲେ କହୁଥିଲେ..ହେଲେ ଗତକାଲି ବାଣପୁରରେ ମୁଖ୍ୟମନ୍ତ୍ରୀଙ୍କ ମୁଖା ଖୋଲିଦେଲେ ଯୋଗୀ । ପ୍ରତିଶ୍ରୁତି ଦେଇ କହିଲେ, ବିଜେପି ସରକାର ଆସିଲେ ମାଫିଆ ରାଜ ଖତମ ହେବ । ସୁଶାସନ ହେବ ।

ବିଜେଡି ସରକାର ପାଇଁ ବିକାଶ ହେଉନି । ବିଜେପି ସରକାର ଯେଉଁଛି ବିକାଶ ସେଇଠି । କେନ୍ଦ୍ରରେ ବିଜେପି, ରାଜ୍ୟରେ ବି ବିଜେପି ସରକାର ହେଲେ ବିକାଶର ଗାଡି ଗଡିବ ଘାଇଁଘାଇଁ । ଖାଲି ଏତିକି ନୁହେଁ ବରଂ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ଉପରେ ମାଫିଆଙ୍କ ଆଖି ପଡିଛି ବୋଲି କହିଛନ୍ତି ଯୋଗୀ । ହେଲେ ଶ୍ରୀଜୀଉଙ୍କ ସମ୍ପତ୍ତି ସୁରକ୍ଷା ବିଜେପିର ବୋଲି କହିବା ସହ ଉତ୍ତରପ୍ରଦେଶରେ ବୁଲଡୋଜର ପରି ଓଡିଶାରେ ବି ମାଫିଆଙ୍କୁ ସାବାଡ କରାଯିବ । 

ଏହାସହ ଓଡ଼ିଶାରେ ଚାଲିଥିବା ବାବୁ ରାଜ୍ ଉପରେ ପ୍ରବଳ ବର୍ଷିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । ଯୋଗୀ କହିଛନ୍ତି, ଓଡ଼ିଶାର ଶାସନ କଳକୁ କବଜା କରିନେଇଛି ନୌକରଶାହ । ବାବୁ ରାଜ୍ ଫଳରେ ଏଠି ଚାଲିଛି ଏକଛତ୍ରବାଦ । ସୀମା ଟପିଲାଣି ଭ୍ରଷ୍ଟାଚାର ଆଉ ଗରିବଙ୍କ ହକ୍ ଉପରେ କରାଯାଉଛି ଡକାୟତି । ଏଥିପାଇଁ ଓଡ଼ିଶାରୁ ବାବୁ ରାଜ୍ ନିପାତ କରିବାକୁ ଆହ୍ବାନ ଦେଇଛନ୍ତି ଯୋଗୀ । ପ୍ରଧାନମନ୍ତ୍ରୀ ଓ ୟୁପି ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ ପରେ ଏକଥା ସ୍ପଷ୍ଟ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲେ ଦୁର୍ନୀତି ଓ ଭ୍ରଷ୍ଟାଚାରୀଙ୍କ ଉପରେ ଚାଲିବ ୟୁପି ଷ୍ଟାଇଲରେ ବୁଲଡୋଜର । 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ