ବିଜେଡି ସରକାର ଗଲା, ଛିନଛତର ଅଫିସର
by Argus News
Thu, Jun 13 | 7:19 p.m.

ଅର୍ଗସ ବ୍ୟୁରୋ: ବିଜେଡି ସରକାରରେ ଯେମିତି ବାବୁରାଜ ଚାଲୁଥିଲା ଏଥର କିନ୍ତୁ ତାହା ଚଳିବନି । ଅର୍ଥାତ୍‌ ନବୀନ ସରକାରରେ ନେତା ନୁହେଁ ବରଂ ପ୍ରଶାସକ ସର୍ବେସର୍ବା ଥିଲେ । ନିର୍ବାଚିତ ଜନପ୍ରତିନିଧୀ କେବଳ ନାଁକୁ ମାତ୍ର ଦସ୍ତଖତ କରୁଥିଲେ ହେଲେ ଅସଲ ପାୱାର ଥିଲା ଅଫିସରଙ୍କ ହାତରେ । ଯାହାକୁ ନେଇ ରାଜ୍ୟରେ ଅନେକବାର ତୁମ୍ବିତୋଫାନ ହେଉଥିଲା । ନିର୍ବାଚନ ତାରିଖ ଘୋଷଣା ହେବା ପରେ ପୂର୍ବତନ ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ନାଁରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ବିଭାଗ ବଦଳାଯାଇଥିଲା । କିନ୍ତୁ ସୁଜାତା ବିଜେଡି ପାଇଁ କାମ କରିବା ବନ୍ଦ କରିନଥିଲେ । କଥା ହେଲା ବିଜେଡି ସରକାର ଆସିବା ପରେ ପୁଣି ତାଙ୍କର ଦବଦବା ବଢିଥାଆନ୍ତା । ହେଲେ ବିଜେଡି ସରକାର ଯିବା ପରେ ସୁଜାତାଙ୍କ ସମେତ ଅନେକ ଅଫିସର ଚିନ୍ତାରେ । କାରଣ କେତେବେଳେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ସେକଥା କେହି ବି ଜାଣିନାହାନ୍ତି । ବୋଧହୁଏ ସେଇଥି ଲାଗି ଅଧିକାଂଶ ଅଫିସର ଏବେ ଛୁଟିରେ । 

ବିଜେଡି ସରକାରରେ ଚର୍ଚ୍ଚିତ ଆଇଏଏସ୍ ଦମ୍ପତି ଭିକେ ପାଣ୍ଡିଆନ ଓ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ । ନିର୍ବାଚନ ବେଳେ ଦୁଇ ଅଫିସରଙ୍କର ଶାସକ ବିଜେଡି ସହ ରାଜନୈତିକ ଲିଙ୍କ୍ ଓ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚା ଅଧିକ ଥିଲା । ସେଥିପାଇଁ ଭାରତୀୟ ନିର୍ବାଚନ କମିଶନ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କ ବିଭାଗ ପରିବର୍ତ୍ତନ କରିଥିଲେ । ତେବେ ନିର୍ବାଚନ ସରିଲା ପରେ ଯେତେବେଳେ ସତ୍ତା ପରିବର୍ତ୍ତନ ହେଲା, ଦୁହିଁଙ୍କ ରଙ୍ଗ ବଦଳି ଗଲା । ପ୍ରଥମେ ୬ମାସର ଲମ୍ୱା ଛୁଟିରେ ଗଲେ IAS ସୁଜାତା ରାଉତ କାର୍ତ୍ତିକେୟନ। ତା’ ପରେ ରାଜନୀତିରୁ ଅବସର ଘୋଷଣା କଲେ ଭିକେ ପାଣ୍ଡିଆନ। କଥା ହେଲା, ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ଏବେ ସେ ଛୁଟି ନେଇଥିବା କାରଣରେ ଦର୍ଶାଇଛନ୍ତି । ପାଣ୍ଡିଆନ ଯେତେବେଳେ ଦିଲ୍ଲୀ ଯାଇଥିଲେ, ସେହି ସମୟ ଭିତରେ ହିଁ ସୁଜାତା ୬ମାସର ଚାଇଲ୍ଡ କେୟାର ଲିଭ ଆପ୍ଲାଇ କରି ବିଦେଶ ଯାଇଛନ୍ତି ବୋଲି ଅଭିଯୋଗ ହୋଇଛି ।

ନବୀନଙ୍କୁ ଘେରି ରହିଥିଲେ ରାଜ୍ୟର ଅଫିସର । ସେମାନେ ଯାହା କହୁଥିଲେ, ନବୀନ ବାବୁ ସେଇୟା କରୁଥିଲେ । ଆଉ ଏହାର ସୁଯୋଗ ନେଇ ମନମାନି କରୁଥିଲେ ଅଫିସର । ହେଲେ ସମୟ ବଦଳିଛି, ପରିସ୍ଥିତି ବି ବଦଳିଛି । ସ୍ପଷ୍ଟ ବହୁମତ ପାଇ ସରକାର କରିଛି ବିଜେପି । ତେଣୁ ଏଥର ଅଫିସର ରାଜ ନୁହେଁ ବରଂ ଜନପ୍ରତିନିଧୀମାନେ ହିଁ ସରକାର ଚଳାଇବେ ବୋଲି କୁହାଯାଉଛି । ମୋଟ୍‌ ଉପରେ, ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘେରି ରହିଥିବା ଅଫିସର କୋଟେରି ଭାଙ୍ଗି ସାରିଲାଣି । ସୁଜାତାଙ୍କ ପୂର୍ବରୁ ତୃତୀୟ ମହଲାର ପ୍ରଭାବଶାଳୀ ଅଫିସର ଡିଏସ୍ କୁଟ୍ଟେ ଓ ଆଶିଷ ସିଂହଙ୍କୁ ସେଠାରୁ ହଟାଇ ଦିଆଯାଇଥିଲା । ଏମାନଙ୍କ ପରେ ଆର୍.ବାଲାକ୍ରିଷ୍ଣନ, ସୁରେଶ ମହାପାତ୍ର ଓ ମନୋଜ ମିଶ୍ର ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ । ତେବେ ଆଗାମୀ ଦିନରେ ଆଉ କିଏ କିଏ ଚାକିରି ଛାଡୁଛନ୍ତି ତାହାକୁ ନଜର ।

 

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର