୧୯୯୭ରେ ଫିଲ୍ମ ‘ ହିମାଳୟ ପୁତ୍ର ରୁ’ ନିଜର କ୍ୟାରିୟର ଆରମ୍ଭ କରିଥିଲେ
by Argus News
Thu, Mar 28 | 5:31 p.m.

ଅର୍ଗସ ବ୍ୟୁରୋ : ଆଜି ବଲିଉଡ଼ର ରୋମାଣ୍ଟିକ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଜନ୍ମଦିନ । ୧୯୭୫ ମସିହା ଆଜିର ଦିନରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ । ଲେଜେଣ୍ଡାରୀ ଆକ୍ଟର ତଥା ୮୦ ଦଶକର ସୁପରଷ୍ଟାର ବିନୋଦ ଖାନ୍ନାଙ୍କ ପୁଅ ହେଉଛନ୍ତି ଅକ୍ଷୟ ଖାନ୍ନା । ସେ ଆଜି ନିଜର ୪୯ ତମ ଜନ୍ମଦିନ ପାଳନ କରୁଛନ୍ତି ।

୧୯୯୭ରେ ଫିଲ୍ମ ‘ ହିମାଳୟ ପୁତ୍ର ରୁ’ ନିଜର କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ଫିଲ୍ମ ‘ତାଲ’ ତାଙ୍କ କ୍ୟାରିୟରରେ ଆଣିଥିଲା ସଫଳତା । ତାଙ୍କର ପରବର୍ତ୍ତି ଫିଲ୍ମ ଥିଲା ‘ବଡ଼ୋର’ ଯାହା ବ୍ୟବସାୟିକ ସଫଳତା ହାସଲ କରିଥିଲା । ଯେଉଁଥି ପାଇଁ ସେ ଫିଲ୍ମ ଫେୟାର ଶ୍ରେଷ୍ଠ ଡ଼େବୁ୍ୟ ଆୱାଡ଼ ଏବଂ ଶ୍ରେଷ୍ଠ ସହାୟକ ଅଭିନେତାର ଭାବେ ମୋନନିତ ହୋଇଥିଲେ । 

ଅଧିକ ପଢନ୍ତୁ : ବିବାହ ବନ୍ଧନରେ ବାନ୍ଧି ହେଲେ ଆଦିତି-ସିଦ୍ଧାର୍ଥ

ଏହା ପରଠୁ ଆଉ ପଛକୁ ଫେରି ଚାହିଁ ନଥିଲେ ଅକ୍ଷୟ ଖାନ୍ନା । ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଆଗକୁ ସେ ଦେଇଚାଲିଥିଲେ । ତେବେ ଅକ୍ଷୟ ଖାନ୍ନାଙ୍କ ଜନ୍ମଦିନ ଅବସରରେ ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବଲିଉଡ଼ର ଅନେକ କଳାକାର ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

SHREE MANDIR
ଅନ୍ଧାରରେ ଶ୍ରୀମନ୍ଦିର, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ଅର୍ଗସ ବ୍ୟୁରୋ : ଅନ୍ଧାରରେ ଶ୍ରୀମନ୍ଦିର । ଅନ୍ଧାରରେ ଶ୍ରଦ୍ଧାଳୁ । ପ୍ରାୟ ୧୫ ମିନିଟ୍ ଲାଇନ୍ କଟିବା ଯୋଗୁଁ ଶ୍ରୀମନ୍ଦିର ଭିତରେ ଅନ୍ଧାର । ପାୱର ଟ୍ରିପ୍ ଯୋଗୁଁ ଅନ୍ଧାର ହୋଇଥିବା ସୂଚନା
AAP LEADER
ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମେ’ ୨୧ ପର୍ଯ୍ୟନ୍ତ ବୃଦ୍ଧି
ଅର୍ଗସ ବ୍ୟୁରୋ : ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି । ଦିଲ୍ଲୀ ମଦ ଦୁର୍ନୀତି ମାମଲା ମାମଲାରେ ଗିରଫ ସିସୋଦିଆଙ୍କ ଜେଲ୍ ଅବଧି ମେ ୨୧ ଯାଏ ବୃଦ୍ଧି କରିଛନ୍ତି କୋର୍ଟ
BJP
ବିଜେପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେବା ପାଇଁ କଲେ ନିବେଦନ
ଅର୍ଗସ ବ୍ୟୁରୋ : ଦେବଗଡ ସମେତ ଓଡ଼ିଶାରେ ରେଳ ଲାଇନ କାମରେ ଜମି ଅଧିଗ୍ରହଣରେ ରାଜ୍ୟ ସରକାର ବାଧକ ସାଜିଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲେ ଜମି ଅଧିଗ୍ରହଣ ସମସ୍ୟା ରହିବ ନାହିଁ । ଏଠାର